Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ଦୀପ ଜାଳିବାର କିଛି ଖାସ ନିୟମ । ଦୀପ ତଳେ ଏହି ଖାସ ଜିନିଷ ରଖିଲେ ବଢ଼ିଥାଏ ଉନ୍ନତି ଏବଂ ସମୃଦ୍ଧି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ଦେବଦେବୀଙ୍କ ଆରତୀ କରିବା ପୂଜା କରିବା ସହିତ ଦୀପ ପ୍ରଜ୍ଜ୍ଵଳିତ କରିବା ମଧ୍ୟ ଜରୁରୀ ହୋଇଥାଏ । ତେବେ ଦୀପ ଜାଳିବାର ଅନେକ ନିୟମ ମଧ୍ୟ ରହିଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ଦୀପ ଜାଳିଲେ କଣ ଲାଭ ମିଳିଥାଏ । ଯଦି ଆପଣ ଦେବୀ ଭଗବତୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ତିଳ ତେଲ ଦୀପରେ ମୋୖଲି ସୂତା ନିର୍ମିତ ବତୀ ପକାଇ ଜଳାନ୍ତୁ । ଏହାଦ୍ବାରା ମାତା ଭଗବତୀ ପ୍ରସନ୍ନ ହୁଅନ୍ତି ।

ମାତ୍ର ଇଷ୍ଟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଗାଈ ଘିଅରେ ଦୀପ ଜଳାନ୍ତୁ । ଯଦି ଆପଣଙ୍କୁ ଶତ୍ରୁ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ସୋରିଷ ତେଲ ଦୀପ କିମ୍ବା ଚମେଲି ତେଲରେ ଦୀପ ଜାଳନ୍ତି ତେବେ ଶତ୍ରୁ ଶାନ୍ତ ରହନ୍ତି । ଏହି ଦୀପ ଆପଣ ହନୁମାନଙ୍କ ସାମ୍ନାରେ ମଧ୍ୟ ଜଳାଇ ପାରିବେ । ଯଦି ଆପଣ ଭଗବାନ ସୂର୍ଯ୍ୟ ଦେବଙ୍କ ପୂଜା କରୁଛନ୍ତି ତେବେ ସାତୋଟି ବତୀ ଥିବା ଦୀପ ଜାଳି ପାରିବେ । ମାତା ରାଣୀଙ୍କ ପୂଜା କରିବା ସମୟରେ ତିନୋଟି ବତୀ ଥିବା ଦୀପ ଜଳାନ୍ତୁ ।

ଯଦି ଆପଣ ହନୁମାନ ଏବଂ ମହାଦେବଙ୍କ ପୂଜା କରୁଛନ୍ତି ଏବେ ପାଞ୍ଚ ବତୀ ଥିବା ଦୀପ ଜଳାନ୍ତୁ । ଯଦି ଜୀବନରେ ଏକାଧିକ ସମସ୍ୟା ଥାଏ ତେବେ ଦୀପ ତଳେ ସାତ ପ୍ରକାରର ସଶ୍ୟରୁ ଗୋଟିଏ ଲେଖାଏଁ ରଖି ଦିଅନ୍ତୁ । ଏହାଦ୍ବାରା ଜୀବନରେ ସବୁ ପ୍ରକାରର ଦୁଃଖ କଷ୍ଟ ଦୂର ହୋଇଯାଏ । ଦୀପ ଜାଳିବା ସମୟରେ ଯଦି ଆପଣ ସର୍ବଦା ଦୀପ ତଳେ ପାଞ୍ଚଟି ଗହମ ଦାନା ରଖନ୍ତି ତେବେ ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ । ଆଗାମୀ ଦିନ ତାହାକୁ ମାଟିରେ ଦବାଇ ଦିଅନ୍ତୁ ।

ଦୀପ ଜାଳିବା ସମୟରେ ଦୀପ ତଳେ ଚାଉଳ ରଖିଲେ ମାତା ଲକ୍ଷ୍ମୀଙ୍କ କୃପା ବୃଦ୍ଧି ହୋଇଥାଏ । ଯଦି ଆପଣ ଦୀପ ତଳେ କଳା ତିଳ କିଛି ରଖି ଦିଅନ୍ତି ତେବେ ମାତା କାଳି , ଶନିଦେବ ଏବଂ ଦଶଦିଗପାଳ ପ୍ରସନ୍ନ ହୁଅନ୍ତି ଏବଂ ସବୁ କଷ୍ଟରୁ ରକ୍ଷା କରନ୍ତି । ଜଳନ୍ତା ଦୀପ ମଧ୍ୟରେ ଯଦି ଆପଣ ଗୋଲାପ ଫୁଲ ପାଖୁଡ଼ା କିମ୍ବା ଲବଙ୍ଗ ପକାଇ ଦିଅନ୍ତି ତେବେ ଜୀବନରେ ସବୁ ଦିଗରୁ ସୁଗନ୍ଧ ଭରି ଯାଏ ।

ଏମିତିରେ ଆପଣ ସବୁ ପ୍ରକାରର ପୂଜାରେ ମାଟିର ଦୀପ ଜାଳି ପାରିବେ । ଯାହାକି ଅତ୍ୟନ୍ତ ଶୁଭ ହୋଇଥାଏ ମାତ୍ର ଧାତୁ ଦୀପର ଅଲଗା ମହତ୍ତ୍ୱ ରହିଛି । ତେଣୁ ବିଶେଷ କରି ନବରାତ୍ରୀ ସମୟରେ ମନସ୍କାମନା ପୂରଣ କରିବା ପାଇଁ ପାଞ୍ଚଟି ବତୀ ଥିବା ଧାତୁ ଦୀପ ଜଳାନ୍ତୁ । ତେବେ ସେହି ଦୀପ କଂସା , ତମ୍ବା ଉତ୍ୟାଦି ହୋଇପାରେ । ଭିନ୍ନ ଭିନ୍ନ ମନସ୍କାମନା ପୂର୍ତ୍ତି ପାଇଁ ଭିନ୍ନ ଭିନ୍ନ ଧାତୁର ଦୀପ ଜାଳିବା ଉଚିତ ।

ଯଦି ଆପଣ ସୁନାର ଦୀପ ଜାଳନ୍ତି ତେବେ ସେଥିରେ ସୂର୍ଯ୍ୟ ଏବଂ ଗୁରୁଙ୍କ ବାସ ହୋଇଥାଏ । ଯଦି ଆପଣ ଏହାକୁ ପୂଜା ସ୍ଥାନରେ ଗହମ ଉପରେ ରଖି ଗୋଲାପ ଫୁଲ ପାଖୁଡ଼ା ବିଛାଇ ଦିଅନ୍ତି ଏବଂ ସେଥିରେ ଘିଅ ଦେଇ ଲମ୍ବା ବତୀ ଲଗାନ୍ତି ତେବେ ଉନ୍ନତି ହୋଇଥାଏ । ସେହି ଦୀପକୁ ପୂର୍ବ ଦିଗରେ ହିଁ ରଖିବା ଦ୍ୱାରା ଭଲ ଫଳ ମିଳିଥାଏ । ରୂପାର ଦୀପରେ ଚନ୍ଦ୍ର ଏବଂ ଶୁକ୍ରଙ୍କ ବାସ ହୋଇଥାଏ ।

ରୁପା ଦୀପକୁ ଚାଉଳ ଆସନ ଦେଇ ରଖାଯାଏ । ଯଦି ଆପଣ ଏହାର ଚାରି ପାଖରେ ଧଳା ଫୁଲ ପାଖୁଡ଼ା ବିଛାଇ ଦିଅନ୍ତି ଏବଂ ତାହାକୁ ପୂର୍ବ ଦିଗକୁ ରଖିବା ସହିତ ସେଥିରେ ଘିଅ ଦିଅନ୍ତି ତେବେ ଧନ ବୃଦ୍ଧି ହୋଇଥାଏ । ତମ୍ବା ଦୀପରେ ମଙ୍ଗଳର ବାସ ହୋଇଥାଏ । ତମ୍ବା ଦୀପକୁ ନାଲି ମସୁର ଡାଲିର ଆସନ ଦେଇ ଚାରିପଟେ ନାଲି ଫୁଲ ପାଖୁଡ଼ା ପକାଇ ଦିଅନ୍ତୁ । ଏହି ଦୀପକୁ ଦକ୍ଷିଣ ଦିଗରେ ସ୍ଥାପିତ କରି ଦିଅନ୍ତୁ । ତମ୍ବା ଦୀପରେ ତିଳ ତେଲ ଦେବା ଦ୍ୱାରା ମନୋବଳ ବଢ଼ିଥାଏ ଏବଂ ରିଷ୍ଟ କଟିଥାଏ ।

ସେହିଭଳି କଂସା ଦୀପକୁ ଚଣା ଉପରେ ରଖି ହଳଦିଆ ଫୁଲ ପାଖୁଡ଼ା ବିଛାଇ ପାରିବେ । ଏହି ଦୀପରେ ତିଳ ତେଲ ଦେଇ ଉତ୍ତର ଦିଗରେ ରଖିଲେ ଧନ ସ୍ଥିର ହୋଇଥାଏ ଏବଂ ଜୀବନରେ କେବେ ଧନର ଅଭାବ ହୁଏନାହିଁ । ଲୁହା ଦୀପରେ ଶନିଙ୍କ ବାସ ହୋଇଥାଏ ତେଣୁ ଏହି ଦୀପକୁ ମୁଗ ଡାଲି ଉପରେ ରଖି ନୀଳ ରଙ୍ଗର ପାଖୁଡ଼ା ପକାଇ ଦିଅନ୍ତୁ । ଏହି ଦୀପରେ ସୋରିଷ ତେଲ ଦେଇ ପଶ୍ଚିମ ଦିଗରେ ସ୍ଥାପିତ କଲେ ଅନିଷ୍ଟ ଏବଂ ଦୁର୍ଘଟଣାରୁ ମୁକ୍ତି ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *