Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ଦାନ କରନ୍ତୁ ନାହିଁ ଏହି ଦୁଇଟି ଜିନିଷର । ନଷ୍ଟ ହୋଇଯାଏ ଘର ଏବଂ ସୁଖ ସମୃଦ୍ଧି ।

ସେୟାର୍ କରନ୍ତୁ

ଘରେ ଘଟୁଥିବା ଛୋଟ ଛୋଟ ଘଟଣା ଅନେକ ସଙ୍କେତ ବିଷୟରେ ସୂଚନା ଦେଇଥାଏ । ମାତ୍ର ସେହିସବୁ ସଙ୍କେତକୁ ମନୁଷ୍ୟ ଜାଣି ପାରିବା ନିହାତି ଆବଶ୍ୟକ ଅଟେ । ଯାହାଦ୍ୱାରା ମନୁଷ୍ୟ ଜୀବନରେ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ବିଷୟରେ ଜାଣିହୁଏ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ପରିବାରରେ ଗୁରୁଜନଙ୍କ ଦ୍ଵାରା ଶିକ୍ଷା ଦିଆଯାଇଥିବା ସଂସ୍କାର ପ୍ରଚଳିତ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଦୁର୍ଭାଗ୍ୟକୁ ଦୂର କରିବା ନିମନ୍ତେ କିଛି ଖାସ ଉପାୟ ବିଷୟରେ କହିବୁ । ଶିବ ମହାପୁରାଣରେ କିଛି ଏଭଳି ଜିନିଷ ବର୍ଣ୍ଣିତ ହୋଇଛି ଯାହାକୁ ଯଦି ମନୁଷ୍ୟ ଦାନ କରେ ତେବେ ଦୁର୍ଭାଗ୍ୟ ଦୂର ହୋଇଯାଏ । ପୁରାଣରେ ଦାନ ଧର୍ମ କରୁଥିବା ଅନେକ ବିଖ୍ୟାତ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ କୁହାଯାଇଛି ।

ଯେଉଁଥିରେ ରାଜା ହରିଶ୍ଚନ୍ଦ୍ର ଏବଂ ଋଷି ଦଧିଚିଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ମହତ ଦାନ ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା । ମାତ୍ର ମନୁଷ୍ୟ ନିଜ ଶକ୍ତି ସାମ୍ୟର୍ଥ ଅନୁଯାୟୀ ହିଁ ଦାନ କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ଦାନ କରିବା ଦ୍ୱାରା ତାହାର ୧୦୦ ଗୁଣା ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

୧ . ଲୁଣ:-

ଲୁଣ ଦାନ କରିବା ଦ୍ୱାରା ଯଦି ବ୍ୟକ୍ତି ପ୍ରତ୍ୟକ୍ଷ ଏବଂ ଅପ୍ରତ୍ୟକ୍ଷ କୌଣସି ପ୍ରକାରର ସମସ୍ୟାରେ ରହିଛି ତେବେ ତାହା ଦୂର ହୋଇଯିବ । ଯଦି ଆପଣ ସୋମବାର ଦିନ ଲୁଣ ଦାନ କରନ୍ତି ତେବେ ଦୁର୍ଭାଗ୍ୟ ଦୂର ହୋଇଯିବ । ମାତ୍ର ଲୁଣ ଦାନ କରିବା ସମୟରେ ତାହାକୁ ସିଧାସଳଖ ହାତରେ କାହାକୁ ଦିଅନ୍ତୁ ନାହିଁ । ଆପଣ ଏହି ଦାନ କରିବା ଦ୍ୱାରା କୌଣସି ପ୍ରକାରର ଦୁର୍ଭାଗ୍ୟ ଦୂର ହୋଇଥାଏ ।

୨ . ଗୁଡ଼:-

ଗୁଡ଼ ଦାନ କରିବା ଦ୍ୱାରା କୌଣସିବି ସମ୍ପର୍କରେ ମଧୁରତା ଆସିଥାଏ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହେଉଛି ତେବେ ସୋମବାର ଦିନ ଶିବମନ୍ଦିରକୁ ଯାଇ ମହାଦେବଙ୍କୁ ଗୁଡ଼ ନିହାତି ଅର୍ପିତ କରନ୍ତୁ । ରୋଟି ଏବଂ ଗୁଡ଼ ଗାଈକୁ ଖୁଆଇବା ଦ୍ୱାରା ମଧ୍ୟ ସମ୍ପର୍କରେ ମଧୁରତା ଆସିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୩ . ତିଳ:-

ସୋମବାର ତିଳ ଦାନ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସରେ ବୃଦ୍ଧି ହୋଇଥାଏ । ଏହି କାରଣରୁ ବିଦ୍ୟାର୍ଥୀ , ବ୍ୟବସାୟୀ କିମ୍ବା କୌଣସି ବ୍ୟକ୍ତିର ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ । ଆପଣ ଶନିବାର ଦିନ କଳା ତିଳ ଦାନ କରି ପାରିବେ ।

୪ . ଘିଅ:-

ଘିଅ ଦାନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ । ଯଦି ଘରେ କେହି ଛୋଟ ପିଲା ଥଣ୍ଡା କାଶରେ ପୀଡ଼ିତ ରହୁଛି ତେବେ ସେହି ପିଲାର ହାତରୁ ଘିଅ ସ୍ପର୍ଶ କରାଇ ଦାନ କରି ଦିଅନ୍ତୁ । ଶୁଦ୍ଧ ଗାଈ ଘିଅ ଦାନ କଲେ ତାହା ଅଧିକ ଉତ୍ତମ ହୋଇଥାଏ । ମହାଦେବଙ୍କୁ ଘିଅ ଚଢ଼ାଇବା ଦ୍ୱାରା ରୋଗ ଏବଂ ସମସ୍ୟା ଦୂର ହୋଇଥାଏ । ଏହାଦ୍ବାରା ମହାଦେବ ସବୁ ମନସ୍କାମନା ମଧ୍ୟ ପୂରଣ କରନ୍ତି । ପ୍ରତି ସୋମବାର ଆପଣ ଏହି ଜିନିଷ ଦାନ କରି ପାରିବେ ।

୫ . ଶସ୍ୟ:-

ବ୍ରତ ରଖିଲେ ବ୍ରାହ୍ମଣ ଭୋଜନ କରିବା ଉଚିତ ହୋଇଥାଏ । ମାତ୍ର ସବୁ ସମୟରେ ତାହା ସମ୍ଭବ ନହେଲେ ଆପଣ ବ୍ରାହ୍ମଣଙ୍କ ନିମନ୍ତେ କୌଣସି ଶସ୍ୟ ଦାନ କରି ପାରିବେ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା ଆପଣଙ୍କ ଅନ୍ନ ଭଣ୍ଡାର କେବେ ଖାଲି ହେବନାହିଁ ଏବଂ ସେହି ଘରେ ସବୁବେଳେ ସୁଖ ସମୃଦ୍ଧି ବଜାୟ ରହିବ ।

୬ . ବସ୍ତ୍ର ଦାନ କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶୀତ ଋତୁରେ କମ୍ବଳ ଦାନ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୁଅନ୍ତି । ମକର ସଂକ୍ରାନ୍ତି ଦିନ ବସ୍ତ୍ର ଦାନ କରିବା ଶୁଭ ହୋଇଥାଏ ଏହାଦ୍ବାରା ବ୍ୟକ୍ତିର ଜୀବନରେ ଉନ୍ନତି ହୋଇଥାଏ ଏବଂ ରୋଗ ଦୂର ହୋଇଥାଏ । ଯଦି ଘରେ ଦୀର୍ଘ ଦିନରୁ କେହି ବ୍ୟକ୍ତି ଅସୁସ୍ଥ ଅଛନ୍ତି ତେବେ ତାଙ୍କୁ ସ୍ପର୍ଶ କରାଇ କିଛି ବସ୍ତ୍ର ଦାନ କଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *