Excuse Me Odisha

ଯାହା କହିବୁ ସତ କହିବୁ

୧୦୦ ବର୍ଷ ପରେ ୨୦ ଏପ୍ରିଲ ୨୦୨୩ ସୂର୍ଯ୍ୟ ପରାଗରେ ଘଟୁଛି ମହାସଂଯୋଗ । ଏହି ଚାରୋଟି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ସୂର୍ଯ୍ୟପରାଗକୁ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ମାନା ଯାଇଛି । କାରଣ ଏହି ସମୟରେ ନକରାତ୍ମକତା ବୃଦ୍ଧି ପାଇବା ସହ ଗ୍ରହ ମାନଙ୍କର ଅଶୁଭ ପ୍ରଭାବ ପଡ଼ିଥାଏ । ତେବେ ଏହି ସମୟରେ ସମସ୍ତ ୧୨ ଗୋଟି ରାଶି ଉପରେ ଗ୍ରହ ମାନଙ୍କର ଅଶୁଭ ପ୍ରଭାବ ପଡ଼ିଥାଏ । ଅନେକ ଋଷି ମୁନିଙ୍କ ଦ୍ଵାରା ତିଆରି ହୋଇଥିବା ପାଞ୍ଜିକୁ ଆଧାର କରି ଆଜି ସହିତ ଆଗାମୀ ବର୍ଷ ପରେ କେଉଁ ଦିନ ସୂର୍ଯ୍ୟପରାଗ ପଡ଼ିବ ସେ ବିଷୟରେ ମଧ୍ୟ ଜାଣି ହୁଏ ।

ସୂର୍ଯ୍ୟ ପରାଗରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ । ଯେଉଁ କାରଣରୁ ସବୁଠି ଅନ୍ଧକାର ଛାଇ ଯାଏ । ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ଅବସ୍ଥାନ କରିଥାଏ ସେତେବେଳେ ଗ୍ରହଣ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଯେଉଁ କାରଣରୁ ସୂର୍ଯ୍ୟ ରଶ୍ମି ସମ୍ପୂର୍ଣ୍ଣ ଭାବରେ ପୃଥିବୀରେ ପହଞ୍ଚି ପାରେ ନାହିଁ । ଏହି ସମୟରେ ରାହୁ ଏବଂ କେତୁର ପ୍ରଭାବ ପୃଥିବୀ ଉପରେ ମଧ୍ୟ ପଡ଼ିଥାଏ ବୋଲି କୁହାଯାଏ ।

ସୂର୍ଯ୍ୟପରାଗ କାରଣରୁ ସୂର୍ଯ୍ୟଙ୍କ ପ୍ରଭାବ ସବୁ ରାଶି ଉପରେ ପଡ଼ିବ । ଯେଉଁ କାରଣରୁ କିଛି ରାଶିର ଭାଗ୍ୟ ଭଲ ହେବାକୁ ଯାଉଥିବା ବେଳେ ଆଉ କିଛି ରାଶିର ଭାଗ୍ୟ ଅଶୁଭ ଫଳ ଦେବାକୁ ଯାଉଛି । ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ଚାରୋଟି ରାଶି ପାଇଁ ଶୁଭ ଫଳ ପ୍ରଦାନ କରିବ । ଏହି ରାଶି ମାନଙ୍କ ଭାଗ୍ୟ ବଦଳିବା ସହିତ ଆର୍ଥିକ ସମସ୍ୟା ଦୂରେଇ ଯିବ ।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ରେ ଲାଗିବାକୁ ଯାଉଛି । କିନ୍ତୁ ଏହି ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ । ତେଣୁ ଚଳିତ ବର୍ଷ ଆପଣଙ୍କୁ ସୂତକ କାଳ ମାନ୍ୟ କରିବାର ଆବଶ୍ୟକତା ନାହିଁ ମାତ୍ର ଆପଣ କିଛି ଜ୍ୟୋତିଷ ଉପାୟ କରି ପାରିବେ । ଯାହାଦ୍ୱାରା ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ବୈଶାଖ ଅମାବାସ୍ୟା ଦିନ ଲାଗିବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ୧୦୦ ବର୍ଷରେ ଥରେ ଆସିଥାଏ ଏବଂ ଏହା ଖୁବ ମହତ୍ୱପୂର୍ଣ୍ଣ ହୋଇଥାଏ । ଖାସ କରି ଗ୍ରହ ମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ରହିବ । ଯେଉଁ କାରଣରୁ ରାଶି ମାନଙ୍କ ଭାଗ୍ୟ ବଦଳି ପାରେ । ୨୦ ତାରିଖ ଦିନ ପରାଗର ଆରମ୍ଭ ସକାଳ ୭.୦୪ ମିନିଟରେ ହେବ ଏବଂ ଦ୍ୱିପ୍ରହର ୧୨.୨୯ ରେ ସମାପ୍ତ ହେବ । ଯାହାର ଅବଧି ୫ ଘଣ୍ଟା ୨୪ ମିନିଟ ରହିବ । ସୂର୍ଯ୍ୟ ପରାଗ ଲାଗିବା ପୂର୍ବରୁ ହିଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବ ।

୧ . ବୃଷଭ ରାଶି:-

ଏହି ରାଶି ମାନଙ୍କ ଉପରେ ସୂର୍ଯ୍ୟ ପରାଗର ଶୁଭ ପ୍ରଭାବ ପଡ଼ିବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ମାନ ସମ୍ମାନ ଏବଂ ଆର୍ଥିକ ସ୍ଥିତିରେ ଦୃଢ଼ତା ଆସିବ । ଆର୍ଥିକ ଲାଭର ଏକାଧିକ ଅବସର ପ୍ରାପ୍ତ ହେବ । ପରିବାର ଲୋକଙ୍କ ସାଥ ମିଳିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ମାତ୍ର ଏହି ସମୟରେ ସ୍ୱଭାବର ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି ।

୨ . ମିଥୁନ ରାଶି:-

ଏହି ସୂର୍ଯ୍ୟ ପରାଗ ମିଥୁନ ରାଶିର ଜାତକଙ୍କ ପାଇଁ ସୌଭଗ୍ୟ ନେଇ ଆସୁଛି । ବଡ଼ ଫାଇଦା ମିଳିବାକୁ ଯାଉଛି । ବ୍ୟାପାର ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ରହିବ । ଆର୍ଥିକ ଲାଭ ପାଇଁ ସମୟ ଉପଯୁକ୍ତ ଏଟେ । କୌଣସି ନୂଆ ବାହନ କିଣି ପାରନ୍ତି କିମ୍ବା ଘର କିଣି ପାରନ୍ତି । ପରାଗର ପରବର୍ତ୍ତୀ ସମୟ ଅତ୍ୟନ୍ତ ଶୁଭ ରହିବ । କୌଣସି ବଡ଼ ସମସ୍ୟାରୁ ମୁକ୍ତି ମିଳିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହିବ ଏବଂ ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସମୟ ଅନୁକୂଳ ରହିବ ।

୩ . ଧନୁ ରାଶି:-

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିଙ୍କ ପାଇଁ ପରାଗ ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କ ସ୍ୱଭାବରେ ଏବଂ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣ ଏହି ସମୟରେ ସଫଳତା ପାଇବା ସତ୍ତ୍ୱେବି ବର୍ଗ କରିବେ ନାହିଁ ଏବଂ ସମସ୍ତଙ୍କୁ ସମ୍ମାନ କରିବେ । ଆପଣଙ୍କ ମନ ଈଶ୍ୱର ଭକ୍ତିରେ ଲାଗି ରହିବ ଏବଂ ଆପଣ ଧାର୍ମିକ କାର୍ଯ୍ୟ କରିବେ । ଚାକିରୀ ସନ୍ଧାନରେ ଥିବା ବ୍ୟକ୍ତିକୁ ଚାକିରୀ ମିଳିବ ।

୪ . କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ବାହନ କିଣି ପାରନ୍ତି । ଧନ ସମ୍ପତ୍ତିରେ ବୃଦ୍ଧି କାରଣରୁ ସମାଜରେ ମାନ ସମ୍ମାନ ବଢ଼ିବ । ମାତ୍ର ପରିବାରରେ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *