Excuse Me Odisha

ଯାହା କହିବୁ ସତ କହିବୁ

ପଇସାକୁ ଚୁମ୍ବକ ପରି ଆକର୍ଷିତ କରିଥାଏ ଏହି ଗଛ । ମାତ୍ର ୨୪ ଘଣ୍ଟାରେ ବଦଳିଯାଏ ଭାଗ୍ୟ । ଜାଣନ୍ତୁ ଅପାମାର୍ଗ ଗଛର ବିଶେଷ ଚମତ୍କାରିତା ।

ସେୟାର୍ କରନ୍ତୁ

ଆମ ଚତୁଃପାଶ୍ୱର୍ରେ ଏପରି ଅନେକ ଗଛ ରହିଛି ଯାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ ମାତ୍ର ଲୋକେ ସେହି ଗଛ ଗୁଡ଼ିକୁ ଅଦରକାରୀ ଭାବି ଉପାଡ଼ି ଦିଅନ୍ତି ଏବଂ ଫିଙ୍ଗି ଦେଇଥାନ୍ତି ମଧ୍ୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯେଉଁ ଗଛ ବାସ୍ତବରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ଗଛରେ ମହାଦେବ , ଶନିଦେବ , ମାତା ଲକ୍ଷ୍ମୀ ଏବଂ ଏମିତିକି ମାତା ଗଙ୍ଗାଙ୍କ ବାସ ମଧ୍ୟ ହୋଇଥାଏ ।

ତେବେ ଏହି ଗଛକୁ ଯଦି ଆପଣ କିଛି ଖାସ ପ୍ରୟୋଗରେ ଲଗାନ୍ତି ତେବେ ଆପଣଙ୍କ ଜୀବନର ଅଧିକାଂଶ ସମସ୍ୟା ଦୂରେଇ ଯିବ ଏବଂ ଧନ ପ୍ରାପ୍ତିର ରାସ୍ତା ମଧ୍ୟ ଖୋଲିଯିବ । ତେବେ ଆଜିକାର ଏହି ଲେଖାରେ ଆମେ ସେହି ଗଛର ଉଭୟ ତାନ୍ତ୍ରିକ ଏବଂ ଆୟୁର୍ବେଦିକ ମହତ୍ତ୍ୱ ବିଷୟରେ କହିବୁ ।

ତେବେ କହି ରଖିବୁ ଯେ ଏହି ଗଛର ନାମ ହେଉଛି ଅପାମାର୍ଗ ଗଛ ଯାହାକି ପ୍ରାୟତଃ ଅଧିକାଂଶ ସ୍ଥାନରେ ଦେଖା ଯାଇଥାଏ । ଏହି ଗଛକୁ ଅପାମାର୍ଗ କହିବାର ଅର୍ଥ ଏହା ଯେ ଏହି ଗଛ ଓଲଟା ଭଳି ଦେଖାଯାଏ । ତେଣୁ ଏହାକୁ ଆୟୁର୍ବେଦିକ ଭାଷାରେ ଅପାମାର୍ଗ କୁହାଯାଏ । ଏଭଳି ମାନ୍ୟତା ରହିଛି ଯେ ଆପଣ ଏହି ଗଛକୁ ବ୍ୟବହାର କରି ପ୍ରୋଟିନର ମାତ୍ରା ବୃଦ୍ଧି କରି ପାରିବେ ।

ଏଭଳି ଜାଣିବାକୁ ମିଳିଛି ଯେ ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ ବର୍ଷ ବର୍ଷ ଧରି ଭଗବାନଙ୍କ ଧ୍ୟାନରେ ଲୀନ ରହୁଥିଲେ ସେହି ସମୟରେ ସେମାନେ ଏହି ଗଛର ଖିଚୁଡ଼ି ବନାଇ ଖାଉଥିଲେ । ଯାହାଦ୍ୱାରା ସେମାନଙ୍କୁ ଦଶ ଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼ୁ ନଥିଲା । ଏଭଳି ମଧ୍ୟ କୁହାଯାଏ ଯେ ସମୁଦ୍ର ମନ୍ଥନ ପରେ ଅମୃତର କିଛି ବୁନ୍ଦା ଏହି ଅପାମାର୍ଗ ଗଛ ଉପରେ ପଡ଼ିଥିଲା ।

ଯଦି ଆପଣଙ୍କର ଦାନ୍ତ ଜନିତ କୌଣସି ସମସ୍ୟା ରହିଛି ତେବେ ଏହି ଗଛର ଦାନ୍ତକାଠିକୁ ବ୍ୟବହାର କଲେ ଏହା ରାମବାଣ ସଦୃଶ ହୋଇଥାଏ । ଯଦି ଆପଣଙ୍କ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଇଛି ଏବଂ ପୋକ ଲାଗିଛି ତେବେ ମଧ୍ୟ ଏହା ଆପଣଙ୍କ ପାଇଁ ପ୍ରଭାବୀ ହୋଇ ପାରିବ । ଏହାର ବ୍ୟବହାର ମାତ୍ର ୧୫ ଦିନ କଲେ ହିଁ ଆପଣଙ୍କୁ ଫାଇଦା ନଜର ଆସିବ ।

ଏଭଳି କୁହାଯାଇଛି ଯେ ଯଦି ଆପଣଙ୍କ ଦାନ୍ତରେ ବ୍ୟଥା ଅନୁଭୂତ ହେଉଥାଏ ତେବେ ଏହି ଗଛର ମୂଳରେ ଦାନ୍ତ ଘଷିଲେ ଅଳ୍ପ ଦିନ ମଧ୍ୟରେ ସମସ୍ୟାର ଦୁରୀଭୂତ ହୋଇଥାଏ । ଏହାବ୍ୟତୀତ ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡ଼ି ଯାଉଛି ଅପାମାର୍ଗ ଗଛ ମୂଳରେ ଦଣ୍ତ ଘଷିଲେ ତାହା ଦୂର ହୋଇଥାଏ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ଜନିତ ସମସ୍ୟା ଥାଏ ତେବେ ଆପଣ ଅପାମାର୍ଗ ଗଛର ମୂଳକୁ ଆଣି ଖରାରେ ଶୁଖାଇ ତାହାର ପାଉଡର ବନାଇ ନିଅନ୍ତୁ ।

ସେହି ପାଉଡରକୁ ସୋରିଷ ତେଲରେ ମିଶାଇ ଆଣ୍ଠୁ ଗଣ୍ଠି ବ୍ୟଥା ଥିବା ସ୍ଥାନରେ ମାଲିସ କଲେ ଆଣ୍ଠୁ ଗଣ୍ଠି ବ୍ୟଥା ଦୂର ହୋଇଥାଏ । ଏହି ଗଛର ଅନେକ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି । ଅନେକ ସମୟରେ ଶତ୍ରୁ ଶକ୍ତି କ୍ଷତି ପହଞ୍ଚାଇବାକୁ ଚାହିଁଥାନ୍ତି । ସେସବୁକୁ ଦୂର କରିବା ପାଇଁ ଶନିବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଆଣନ୍ତୁ ।

ଏହାପରେ ଶନି ମନ୍ଦିରରେ ଶନିଙ୍କ ସାମ୍ନାରେ ବସି ଶନି ଚାଳିଶା ୫୧ ଥର ପାଠ କରିବା ପରେ ସେହି ମୂଳକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଏପରି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନକୁ କେହିବି ଯାଆସ କରୁ ନଥିବେ । ଦେଖିବା ଓଲଟା ସେହି ଶତ୍ରୁର ବିନାଶ ହୋଇଯିବ । ବ୍ୟାପାରରେ ଉନ୍ନତି ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ମୂଳକୁ ଛିଡ଼ାଇ ଆଣି ଏକ ନାଲି କପଡ଼ା ଉପରେ ରଖି ତାହା ଉପରେ ଅଳ୍ପ ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ ଏବଂ ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *