Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ଏହି ସବୁ ଜିନିଷ ଘରକୁ ଆଣିବା ହୋଇଥାଏ ଶୁଭ । ପୁରା ବର୍ଷ ଧନ ବର୍ଷା କରନ୍ତି ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଅତ୍ୟନ୍ତ ମହତ୍ତ୍ୱ ରହିଛି ଯାହାକୁ ଖୁବ ଉଲ୍ଲାସର ସହିତ ପାଳନ କରାଯାଏ । ତେବେ ଚଳିତ ବର୍ଷ ଏହି ପର୍ବ ଏପ୍ରିଲ 22ରେ ପଡୁଛି । ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା କରିବାର ବିଧାନ ରହିଛି ଯାହାକି ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ୟତୀତ ଏହି ଦିନ ଦାନଧର୍ମର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏଭଳି ମାନ୍ୟତା ରହିଛି ଯେ ଏହି ଦିନ କିଛି ଏପରି ଜିନିଷ ଅଛି ଯାହାକୁ ଘରକୁ ଆଣିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ଘରେ କେବେବି ଧନର ଅଭାବ ମଧ୍ୟ ହୁଏନାହିଁ । ଆଜିକାର ଲେଖାରେ ଆମେ ସେହିସବୁ ଜିନିଷ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ।

୧ . ସୁନା:-

ଅକ୍ଷୟ ତୃତୀୟା ସୁନାରି ଙ୍କ ଦୋକାନରେ ପ୍ରାୟତଃ ବହୁତ ଭିଡ ଦେଖିବାକୁ ମିଳିଥାଏ । ଏଭଳି ମାନା ଯାଇଥାଏ ଯେ ଏହି ଦିନ ସୁନା କିଣି ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ସୁନା କିଣୁଛନ୍ତି ତେବେ , ସର୍ବପ୍ରଥମେ ତାହାକୁ ଘରକୁ ଆଣି ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ପୂଜାପାଠ କରିବା ପରେ ହିଁ ଗହଣା ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହିତ କେବେବି ଗରିବ ନହେବାର ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

୨ . ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା:-

ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା କିଣି ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।ଯାହାକି ସାଧରଣତଃ ସୁନା କିମ୍ବା ରୁପା ନିର୍ମିତ ହୋଇଥିବା ଆବଶ୍ୟକ । ଆପଣ ତାହାକୁ ନିଜ ଘର , ଦୋକାନ କିମ୍ବା ଅଫିସରେ ଚାହିଁଲେ ମଧ୍ୟ ରଖି ପାରିବେ । ଏହାଦ୍ବାରା ଘରକୁ ଧନର ଆଗମନ ହେବା ସହିତ ବ୍ୟବସାୟରେ ମଧ୍ୟ ଉନ୍ନତି ହୋଇଥାଏ । ତେବେ କେବଳ ସେତିକି ନୁହେଁ ଏହାଦ୍ବାରା ଘର ସଦସ୍ୟଙ୍କ ଭାଗ୍ୟ ମଧ୍ୟ ସୁଦୃଢ଼ ହୋଇଥାଏ ।

୩ . କଉଡ଼ି:-

ଅକ୍ଷୟ ତୃତୀୟା ଦିନ ହଳଦିଆ ରଙ୍ଗର ପାଞ୍ଚଟି କଉଡ଼ି ଘରକୁ ନେଇ ଆସିବା ଉଚିତ୍ । ତେବେ କହି ରଖିବୁ ଯେ କଉଡ଼ିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଏହାକୁ ଘରକୁ ଆଣି ଘରର ଉତ୍ତର-ପୂର୍ବ ଦିଗର ମଧ୍ୟ ଭାଗରେ ରଖିବା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଆପଣ ଚାହିଁଲେ ଏହାକୁ ଘରର ସିନ୍ଧୁକରେ ମଧ୍ୟ ରଖି ପାରିବେ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ଉନ୍ନତି ବଜାୟ ରହିଥାଏ ।

୪ . ଏକାକ୍ଷୀ ନଡ଼ିଆ:-

ଅକ୍ଷୟ ତୃତୀୟାରେ ଘରେ ଏକ ଆଖି ଥିବା ନଡ଼ିଆ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରର ସକରାତ୍ମକ ବଜାୟ ରହିଥାଏ ଏବଂ ନକରାତ୍ମକତା ଦୂର ହୋଇଥାଏ । ଏପରି ଏକ ନଡ଼ିଆକୁ ଆଣି ଘରର ଉତ୍ତର-ପୂର୍ବ କୋଣରେ ରଖି ଦିଅନ୍ତୁ । ଦେବୀ ଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ମଧ୍ୟ ଏହା ସହିତ ରଖିବା ଉଚିତ୍ । ମାତା ଲକ୍ଷ୍ମୀ ପ୍ରସନ୍ନ ହେବା କାରଣରୁ ଏହା ଉନ୍ନତି ଦିଗରେ ସହାୟକ ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ଦାରିଦ୍ର୍ୟରୁ ଧନୀ ମଧ୍ୟ ହୋଇପାରେ ।

୫ . ଦକ୍ଷିଣାବର୍ତ୍ତୀ ଶଙ୍ଖ:-

ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଏହାକୁ ଅକ୍ଷୟ ତୃତୀୟା ଦିନ ଘରକୁ ଆଣିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହାକୁ ଘରକୁ ଆଣି ଆପଣ ଘରର ଐଶାନ୍ୟ କୋଣରେ ରଖିପାରିବେ । ସକାଳ ସନ୍ଧ୍ୟାରେ ପୂଜା ସମୟରେ ଏହି ଶଙ୍ଖକୁ ବଜାନ୍ତୁ । କାରଣ ଏଥିରୁ ବାହାରୁଥିବା ଶବ୍ଦ ବାୟୁମଣ୍ଡଳର ବାତାବରଣକୁ ସକାରାତ୍ମକ ଏବଂ ଶୁଦ୍ଧ କରିଥାଏ । ଏହି ଶବ୍ଦ ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଘରକୁ ଆକର୍ଷିତ ହୋଇଥାନ୍ତି ।

୭ . ବଇଁଶୀ:-

ହିନ୍ଦୁ ଧର୍ମରେ ବଇଁଶୀ ମଧ୍ୟ ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହାକୁ ଅକ୍ଷୟ ତୃତୀୟାରେ କିଣିବା ଶୁଭ ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଏହାକୁ ଆପଣ ନିଜ ସାମର୍ଥ୍ୟ ଅନୁଯାୟୀ କାଠ , ତମ୍ବା , ପିତ୍ତଳ , ରୂପା , ସୁନା କୌଣସି ବି ଧାତୁରେ ନିର୍ମିତ କିଣି ଆଣି ପାରିବେ । ପ୍ରତିଦିନ ଏହି ବଇଁଶୀକୁ ପୂଜା କଲେ ଘରର ବାତାବରଣ ଶୁଦ୍ଧ ହୋଇଥାଏ । ଆପଣ ଚାହିଁଲେ ତାହାକୁ ବଜାଇ ମଧ୍ୟ ପାରିବେ ।ଏହାଦ୍ୱାରା ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *