Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ପାଖରେ ଏହି ପାଞ୍ଚଟି ଜିନିଷ ରଖିବା ହୋଇଥାଏ ଅଶୁଭ । ଯାହାଦ୍ୱାରା ସୃଷ୍ଟି ହୋଇଥାଏ ଦୁର୍ଭାଗ୍ୟ ଏବଂ ନଷ୍ଟ ହୋଇଥାଏ ଘରର ସମୃଦ୍ଧି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଏକ ଅତି ପବିତ୍ର ଗଛ ଭାବରେ ବିବେଚନା କରାଯାଏ । ତୁଳସୀ ଗଛକୁ ଦେବୀଙ୍କ ଭଳି ପୂଜା କରାଯାଏ । ଏଭଳି ମାନ୍ୟତା ରହିଛି ଯେ ତୁଲସୀ ମାତାଙ୍କୁ ପ୍ରସନ୍ନ କଲେ ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ଏହି କାରଣରୁ ହିଁ ଲୋକେ ପ୍ରତ୍ୟେକ ଦିନ ତୁଳସୀ ଗଛରେ ଜଳ ଦିଅନ୍ତି ଏବଂ ସକାଳ ସନ୍ଧ୍ୟା ଧୂପ ଦୀପ ମଧ୍ୟ ଜଳାଇ ଥାଆନ୍ତି ।

କିନ୍ତୁ ଅନେକ ଥର ଲୋକେ ଜାଣିଶୁଣି କିମ୍ବା ଅଜାଣତରେ ତୁଳସୀ ନିକଟରେ କିଛି ଏପରି ଜିନିଷ ରଖି ଦିଅନ୍ତି ଯାହାଦ୍ୱାରା ଦୁର୍ଭାଗ୍ୟକୁ ସାମ୍ନା କରିବାକୁ ପଡ଼ିଥାଏ । ମାତା ତୁଳସୀ ଏହି କାରଣରୁ କ୍ରୋଧିତ ମଧ୍ୟ ହୁଅନ୍ତି । ତୁଳସୀ ମାତା କ୍ରୋଧିତ ହେଲେ ଘରେ ଦାରିଦ୍ର୍ୟତା ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ସେଥିପାଇଁ ଭୁଲରେ ତୁଳସୀ ଗଛ ପାଖରେ ଏହି କେତୋଟି ଜିନିଷ ରଖିବା ଆଦୋୖ ଉଚିତ ନୁହେଁ

୧ . ଜୋତା ଚପଲ:-

ଭୁଲରେବି ତୁଳସୀ ଗଛ ନିକଟରେ ଜୋତା ଚପଲ ରଖିବା ଉଚିତ ନୁହେଁ । ଏହିସବୁ ଜିନିଷ ନକାରାତ୍ମକତାର କାରକ ହୋଇଥାନ୍ତି । ତେଣୁ ଏହିସବୁ ଜିନିଷକୁ ତୁଲସୀ ଗଛ ପାଖରେ ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏମିତିରେ ଏହି ଜୋତା ଏବଂ ଚପଲ ଏଣେତେଣେ ନକରାତ୍ମକ ସ୍ଥାନ ଦେଇ ଆସିଥାଏ । ତେଣୁ ତୁଳସୀ ଗଛ ପାଖରେ ଏହି ଜିନିଷ ରଖିବା ଦ୍ୱାରା ଆପଣ ପାପର ଭାଗିଦାର ମଧ୍ୟ ହୋଇ ପାରନ୍ତି । ଏହାଦ୍ବାରା ମାତା ତୁଳସୀ କ୍ରୋଧିତ ମଧ୍ୟ ହୋଇପାରନ୍ତି ।

୨ . ଡଷ୍ଟବିନ:-

ତୁଳସୀ ଗଛ ନିକଟରେ ଆବର୍ଜନା କୁଣ୍ଡ କିମ୍ବା ଡଷ୍ଟବିନ ଭଳି ଜିନିଷ ରଖିବା ଉଚିତ ନୁହେଁ । ଏହି ଦୁଇଟି ଜିନିଷ ମଧ୍ୟ ମଇଳା ଏବଂ ନକାରାତ୍ମକତାର ସଂସ୍ପର୍ଶରେ ଆସିଥାଏ । ଏହାକୁ ତୁଳସୀ ଗଛ ପାଖରେ ରଖିବା ଦ୍ୱାରା ଏହା ତୁଳସୀ ଗଛର ପବିତ୍ରତା ଏବଂ ଶୁଦ୍ଧତା ଉପରେ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ବାତାବରଣ ମଧ୍ୟ ଅଶୁଦ୍ଧ ହୋଇଥାଏ । ଯଦି ତୁଳସୀ ଉପରେ ଖରାପ ପ୍ରଭାବ ପଡ଼େ ତେବେ ଏହାଦ୍ବାରା ଆପଣଙ୍କୁ ମଧ୍ୟ ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ ।

୩ . ଶିବଲିଙ୍ଗ:-

ବାସ୍ତୁଶାସ୍ତ୍ର ଅନୁଯାୟୀ ଶିବଲିଙ୍ଗଙ୍କୁ ତୁଳସୀ ଗଛ ନିକଟରେ ରଖିବା ଉଚିତ୍ ନୁହେଁ । ଅନେକ ଲୋକ ଗାଉଁଲାରେ ତୁଳସୀ ଗଛ ଏବଂ ଛୋଟ ଶିବଲିଙ୍ଗ ରଖନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ବର୍ଜିତ ଅଟେ । ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବଙ୍କୁ ତୁଳସୀ ଅର୍ପଣ ବର୍ଜିତ ଅଟେ । ତେଣୁ ତୁଲସୀ ଗଛ ପାଖରେ ଶିବଲିଙ୍ଗ ରଖି ଘୋର ପାପର ଭାଗିଦାର ହୁଅନ୍ତୁ ନାହିଁ ।

୪ . ଭଗବାନ ଗଣେଶଙ୍କ ମୂର୍ତ୍ତି:-

ଭସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଗଣେଶଙ୍କ ପ୍ରତିମା କିମ୍ବା ମୂର୍ତ୍ତି ତୁଲସୀ ଗଛ ନିକଟରେ ରଖିବା ଉଚିତ୍ ନୁହେଁ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହା ମଧ୍ୟ ଅଶୁଭ ହୋଇଥାଏ । ଯଦି ଆପଣ ଏହା କରନ୍ତି ତେବେ ଲାଭ ବଦଳରେ ଆପଣଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଭଗବାନ ଗଣେଶ ଏବଂ ତୁଳସୀ ମଧ୍ୟରେ ଦୂରତା ବଜାୟ ରଖିବା ଉଚିତ୍ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ରଖିବା ଉଚିତ ।

୫ . କଣ୍ଟା ଜାତୀୟ ଗଛ:-

ବାସ୍ତୁଶାସ୍ତ୍ର ଅନୁଯାୟୀ କଣ୍ଟା ଗଛକୁ ତୁଳସୀ ଗଛ ନିକଟରେ ରଖିବା ଉଚିତ ନୁହେଁ । ଏହି କାରଣରୁ ତୁଳସୀ ଗଛର ଶୁଭ ପ୍ରଭାବ କମିଥାଏ । ବାସ୍ତୁ ଅନୁଯାୟୀ କଣ୍ଟା ଜାତୀୟ ଗଛ ଦ୍ଵାରା ନକାରାତ୍ମକ ଶକ୍ତି ଆକୃଷ୍ଟ ହୋଇ ଘରକୁ ଆସିଥାଏ । ତେଣୁ ସକାରାତ୍ମକ ଶକ୍ତିକୁ ବଜାୟ ରଖିବା ପାଇଁ ତୁଳସୀ ଗଛ ନିକଟରେ କଣ୍ଟା ଜାତୀୟ ଗଛକୁ ରଖନ୍ତୁ ନାହିଁ । ଏମିତିରେ କହିବାକୁ ଗଲେ ଘର ଆଖପାଖରେ କିମ୍ବା ଘର ସାମ୍ନାରେ କଣ୍ଟା ଜାତୀୟ ଗଛ ରଖିବା ଅଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *