Excuse Me Odisha

ଯାହା କହିବୁ ସତ କହିବୁ

ଶନିଦେବଙ୍କ କ୍ରୋଧରୁ ମୁକ୍ତି ପାଇବା ପାଇଁ ଶନିବାର ରାତିରେ ଭୁଲରେବି ଖାଆନ୍ତୁ ନାହିଁ ଏହି ତିନୋଟି ଜିନିଷ । ନଚେତ ଅଧିକ ପ୍ରଭାବ ପକାଇ ଥାଏ ସାଢ଼େ ସାତି ।

ସେୟାର୍ କରନ୍ତୁ

ସପ୍ତାହର ଷଷ୍ଠ ଦିନଟି ହେଉଛି ଶନିବାର ଯାହାକି ଶନି ଦେବଙ୍କ ବାର ହୋଇଥାଏ କିମ୍ବା ଏଭଳି କୁହାଯାଇ ପାରେ ଉଗ୍ର ଦେବତାଙ୍କ ବାର କୁହାଯାଏ । ଶନିଦେବଙ୍କ କୋପ ଦୃଷ୍ଟି ପଡ଼ିଲେ ମନୁଷ୍ୟ ଜୀବନରେ ଅନେକ କଷ୍ଟ ଆସିଥାଏ ବୋଲି କୁହାଯାଏ । ପୁଣି ଏହି ଦେବତାଙ୍କୁ ପାପର ଦେବତା ପୁଣି କେତେବେଳେ ନ୍ୟାୟର ଦେବତା ବୋଲି ମଧ୍ୟ କୁହାଯାଏ । ମାତ୍ର ଶନିଦେବ ବାସ୍ତବରେ ନ୍ୟାୟର ଦେବତା ହୋଇଥାନ୍ତି ।

ଯେଉଁ ଦେବତାଙ୍କ ଆଶୀର୍ବାଦ କାରଣରୁ ମନୁଷ୍ୟ ଜୀବନରେ କୌଣସି ସମସ୍ୟା ଆସି ନଥାଏ । ପ୍ରତ୍ୟେକ ରାଶି ଉପରେ ଶନିଦେବଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ । ଶନିଦେବଙ୍କ ଶୁଭ ପ୍ରଭାବ କାରଣରୁ ବ୍ୟକ୍ତି ମାଲାମାଲ ହୋଇଯାଏ । ଯେଉଁ କାରଣରୁ ବ୍ୟକ୍ତିର ଜୀବନରେ ସବୁ ସମସ୍ୟା ଦୂର ହୋଇଯାଏ । ଶନିଙ୍କ ସୁଲଭ ସାଢ଼େ ସାତିର ପ୍ରଭାବ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ମାତ୍ର ଏହି ସମୟରେ ଲୋକେ ନ୍ୟାୟ ରାସ୍ତାରେ ଚାଲିଲେ ସାଢ଼େ ସାତିର ପ୍ରଭାବ ଏତେ ପଡ଼ି ନଥାଏ ।

ଶନିବାର ଦିନଟି ଭଗବାନ ଶ୍ରୀହନୁମାନଙ୍କର ମଧ୍ୟ ପ୍ରିୟ ଦିନ ଅଟେ । ଏଥିପାଇଁ ଜୀବନର ସମସ୍ୟାକୁ ଦୂର କରିବା ପାଇଁ ଲୋକେ ଶନିବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନ ମନ୍ତ୍ର ଏବଂ ପୂଜା ପାଠ କରିଥାନ୍ତି । ତେବେ ଆଜିକାର ଲେଖାରେ ଆମେ ଶନିବାର ଦିନ କେଉଁ ସବୁ କାମ କରିବା ଉଚିତ ଏବଂ କଣ ଉଚିତ ନୁହେଁ ସେହି ବିଷୟରେ କହିବୁ ଏବଂ ହନୁମାନଙ୍କୁ କିଭଳି ପ୍ରସନ୍ନ କରିହେବ ସେହି ବିଷୟରେ ମଧ୍ୟ କହିବୁ ।

ଏଭଳି କିଛି ଉପାୟ ରହିଛି ଯାହାଦ୍ୱାରା ଶନିଙ୍କ ସାଢ଼େସାତିର ପ୍ରଭାବ ମଧ୍ୟ ଦୂରେଇ ଦେଇ ହେବ । ସେହି ବିଷୟରେ ମଧ୍ୟ ଆଜି ଆମେ ଆପଣଙ୍କୁ ଜଣାଇବୁ । ପୁରାଣ ଅନୁଯାୟୀ ଶନିଦେଵ ସୂର୍ଯ୍ୟ ପୁତ୍ର ଅଟନ୍ତି । ବ୍ରହ୍ମାଙ୍କ ଆଶୀର୍ବାଦ କାରଣରୁ ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଶନିଙ୍କ ପ୍ରଭାବ ବେଶ ଅଧିକ । କୌଣସି ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଏକ ମାସ ପାଇଁ , ଚନ୍ଦ୍ର ଦୁଇ ମାସ ପାଇଁ , ମଙ୍ଗଳ ଚାରିମାସ ପାଇଁ , ବୁଧ ଏକ ମାସ ପାଇଁ , ଶୁକ୍ର ଏକ ମାସ , ବୃହସ୍ପତି ୧୩ ମାସ ଏବଂ ଶନିଦେବ ଯେକୌଣସି ରାଶିରେ ଅଢେ଼ଇ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି ।

ଜାତକକୁ ଶନି ପ୍ରବେଶ କରିବାର ତିନି ମାସ ପୂର୍ବରୁ ହିଁ ଏହାର ପ୍ରଭାବ ଦେଖାଇବା ଆରମ୍ଭ ହୋଇଯାଏ । ପ୍ରତ୍ୟେକ ମନୁଷ୍ୟର ଜୀବନରେ ଶନିଦେବ ତିନିରୁ ଚାରି ଥର ଆସିଥାନ୍ତି । ଶନିଙ୍କ ନମ୍ବର ହେଉଛି ୮ । ଏଭଳି କିଛି ବସ୍ତୁ ଅଛି ଯାହାକୁ ଶନିବାର ଦିନ କିଣିବା ଆଦୋୖ ଉଚିତ ନୁହେଁ । ପ୍ରଥମ ହେଉଛି ଲୁହା ଯାହାକୁ ଶନିବାର ଦିନ କିଣିବା ଆଦୋୖ ଉଚିତ ନୁହେଁ । ଦ୍ଵିତୀୟ ହେଉଛି ଚମଡ଼ା ତିଆରି ଜିନିଷ ମଧ୍ୟ ଶନିବାର ଦିନ ଆଣିବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ଆପଣଙ୍କ ସଫଳତାରେ ବାଧା ଆସିଥାଏ । ଶନିବାର ଦିନ କୌଣସି ଖାଇବା ତେଲ କିମ୍ବା ଅନ୍ୟାନ୍ୟ ତେଲ ମଧ୍ୟ ଘରକୁ ଆଣିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରକୁ ରୋଗ ଏବଂ ଶୋକ ଆସିଥାଏ । ଏହିଦିନ ଘରକୁ କୋଇଲା ଆଣିବା ମଧ୍ୟ ଉଚିତ ନୁହେଁ କାରଣ କୋଇଲା କଳା ଏବଂ ଯାହାକି ଶନିଦେବ ସ୍ୱରୂପ ହୋଇଥାଏ । ମାନ୍ୟତା ଅନୁଯାୟୀ ଶନିବାର ଦିନ ଘରକୁ କୌଣସି ପ୍ରକାରର ଇନ୍ଧନ ଆଣିବା ଉଚିତ ନୁହେଁ । ଏହାକୁ ଆଣିବା ଦ୍ୱାରା ଘରେ ଖରାପ ସମୟର ଆରମ୍ଭ ହୋଇଯାଏ ।

ଏହିଭଳି ଶନିବାର ଦିନ ଝାଡୁ , କଳା ରାଶି , ଲୁଣ , କାଳି ଏହିସବୁ ଜିନିଷ ମଧ୍ୟ ଆଣିବା ଉଚିତ ନୁହେଁ । ଶନିବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କୁ ପୂଜା କରିବା ଉଚିତ । ଏହାବ୍ୟତୀତ ହନୁମାନଙ୍କୁ ଆବଶ୍ୟକ ସମସ୍ତ ଜିନିଷ ଦ୍ୱାରା ପୂଜା ମଧ୍ୟ କରନ୍ତୁ । ଶନି ଦୋଷକୁ ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନ ଚାଳିଶା ପାଠ କରନ୍ତୁ । ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ସର୍ବପ୍ରଥମେ ଦୀପ ଜଳାନ୍ତୁ ଏବଂ ଶନି ଦେବଙ୍କ ମନ୍ତ୍ର ଜପକ କରନ୍ତୁ ।

ଶନିଙ୍କ ଖରାପ ପ୍ରଭାବ ପାଇଁ ବର ଗଛର ପରିକ୍ରମା କରି ପ୍ରତ୍ୟେକ ଦିନ ଦୀପ ଜଳାନ୍ତୁ । ଶନିବାର ଦିନ ଶନି ମନ୍ଦିରକୁ ଯାଇ ତେଲ ଅର୍ପିତ କରନ୍ତୁ । ଶନିବାର ଦିନ ତେଲ ଲଗାଇ ସ୍ନାନ କଲେ ମଧ୍ୟ ଶନିଦେବ ପ୍ରସନ୍ନ ହୁଅନ୍ତି । ଶନିବାର ଦିନ ଶନି ମନ୍ତ୍ରର ପାଠ ଏବଂ ପୂଜା କରିବା ଦ୍ୱାରା ଶନି ଦୋଷା ଦୂର ହୋଇଥାଏ ଏବଂ ସାଢ଼େ ସାତି ପ୍ରଭାବ ମଧ୍ୟ ପଡ଼ି ନଥାଏ । ଭୁଲରେ ବି ଶନିଦେବଙ୍କ ମୂର୍ତ୍ତି ଘରେ ନରଖି ମନ୍ଦିରରେ ସ୍ଥାପିତ ହୋଇଥିବା ଶନିଦେବଙ୍କ ମୂର୍ତ୍ତିକୁ ପୂଜା କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ । ଏହାଦ୍ବାରା ବ୍ୟକ୍ତିର ସ୍ଵଭାବ କ୍ରୋଧି ହୋଇଯାଏ । ଏହାବ୍ୟତୀତ ଶନିବାର ଦିନ ନାଲି ମରିଚର ସେବନ ମଧ୍ୟ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *