Excuse Me Odisha

ଯାହା କହିବୁ ସତ କହିବୁ

କେବଳ ତିନୋଟି ଅଳେଇଚକୁ ନେଇ କରନ୍ତୁ ବଶିକରଣ ମହାପ୍ରୟୋଗ । ସ୍ୱାମୀ ସ୍ତ୍ରୀ ପ୍ରେମିକ ପ୍ରେମିକା ସମ୍ପର୍କରେ ଆସିବ ମଧୁରତା । ପ୍ରୟୋଗ କରି ଦେଖନ୍ତୁ ।

ସେୟାର୍ କରନ୍ତୁ

ଅନେକ ସମୟରେ ଲୋକଙ୍କ ସମସ୍ୟା ଏହା ରହିଥାଏ ଯେ ନିଜ ଲୋକ ହିଁ ବିରୋଧ କରନ୍ତି ଏବଂ ଧୋକା ଦେଇଥାନ୍ତି । ନିଜ ଲୋକ ଅନେକ ସମୟରେ ଖରାପ ବ୍ୟବହାର କରଥାନ୍ତି ପୁଣି ଆପଣ ପସନ୍ଦ କରୁଥିବା ବ୍ୟକ୍ତି ଆପଣଙ୍କୁ ପସନ୍ଦ କରି ନଥାଏ । ପୁଣି କେବେ କେବେ ସମ୍ପର୍କ ଥାଇବି ସୁଦ୍ଧା ସମ୍ପର୍କରେ ମଧୁରତା ନଥାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ମହାପ୍ରୟୋଗ ଖୁବ କାମରେ ଆସିଥାଏ ଏବଂ ତୀବ୍ର ଆକର୍ଷଣକୁ ବଢ଼ାଇ ଥାଏ । ସ୍ୱାମୀ ସ୍ତ୍ରୀ ହେଉ , ପ୍ରେମିକ ପ୍ରେମିକା ହୁଅନ୍ତୁ କିମ୍ବା ଏକତରଫା ପ୍ରେମ ହେଉ , ଏହି ସବୁ କ୍ଷେତ୍ରରେ ଲୋକେ ଚାହାଁନ୍ତି ଯେ ତାଙ୍କ ପାର୍ଟନର ସର୍ବଦା ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଆକର୍ଷିତ ହୋଇ ରୁହନ୍ତୁ । ତେଣୁ ଏଭଳି ପରିସ୍ଥିତି ଏହି ପ୍ରୟୋଗ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ ।

ଆଜିକାର ଲେଖାରେ ଆମେ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ନିଶ୍ଚିତ ଭାବରେ ଆପଣଙ୍କ ସମସ୍ୟାକୁ ଦୂରେଇ ଦେବ ଏବଂ ସମ୍ପର୍କରେ ମଧୁରତା ଆଣିବ । ତେବେ ଏହି ଉପାୟ ପାଇଁ ଆବଶ୍ୟକ ତିନୋଟି କଞ୍ଚା ଅଳେଇଚ । ଉପାୟ ଅନୁଯାୟୀ ତିନୋଟି କଞ୍ଚା ଅଳେଇଚ ନେଇ ଶରୀରରେ ଏଭଳି ସ୍ପର୍ଶ କରନ୍ତୁ ଯେଭଳି ସେହି ଅଳେଇଚର ଉପର ସ୍ତରରେ ଝାଳ ଲାଗିବ । ଶରୀରରେ ତିନୋଟି ଅଳେଇଚକୁ ସ୍ପର୍ଶ କରାଇ କୌଣସି କପଡ଼ା , ରୁମାଲ କିମ୍ୱା ଶାଢ଼ୀରେ ବାନ୍ଧି ନିଜ ପାଖରେ କିଛି ସମୟ ଦୁଇ ଘଣ୍ଟା କିମ୍ବା ପାଞ୍ଚ ଘଣ୍ଟା ରଖି ଦିଅନ୍ତୁ ।

ଯାହାଦ୍ୱାରା ଆପଣଙ୍କ ପାଖରେ ଥିବା ଖାସ ସମ୍ମାନ କିମ୍ବା ପ୍ରଗାଢ଼ ଭଲ ପାଇବା ସେହି ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚି ପାରିବ । ଏହି ଅଳେଇଚ ଦ୍ୱାରା ତୀବ୍ର ବଶିକରଣ ହୋଇଥାଏ । ଏହାପରେ ଯେଉଁ ବ୍ୟକ୍ତିଙ୍କୁ ଆପଣ ଆକର୍ଷିତ କରିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତିକୁ ଏହି ଅଳେଇଚ ଶନିବାର ଦିନ ଖୁଆଇ ଦିଅନ୍ତୁ । ଆପଣ ଚାହିଁଲେ ଧୀରେ ଧୀରେ କିଛିଦିନ ଖାଦ୍ୟରେ ମିଶାଇ ସେହି ବ୍ୟକ୍ତିଙ୍କୁ ଖାଇବାକୁ ଦେଇ ପାରିବେ । ଅନ୍ୟ କୌଣସି ବ୍ୟକ୍ତିକୁ ବଶ କରିବାକୁ ଚାହୁଁଥିଲେ ପୁଣିଥରେ ସେହି ପ୍ରୟୋଗ କରି ପାରିବେ । ପ୍ରାୟତଃ ଗୋଟିଏ ଥରରେ ଏହି ଉପାୟ କାମ କରିବା ଆରମ୍ଭ କରିଥାଏ ।

ଅନେକ ସମୟରେ ଯଦି ଏହି ଉପାୟ କାମ ନକରେ ତେବେ ପୁଣିଥରେ ସେହି ଉପାୟକୁ କରି ପାରିବେ । ସାଧାରଣତଃ ଶାସ୍ତ୍ରରେ ଅଳେଇଚକୁ ପ୍ରୟୋଗ କରି ଆହୁରି ଏକାଧିକ ପ୍ରୟୋଗ ଏବଂ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାଦ୍ୱାରା ଆପଣ ଚାହିଁଲେ ନିଜ ପସନ୍ଦର ବ୍ୟକ୍ତିକୁ ଆକର୍ଷିତ କରି ପାରିବେ । କିନ୍ତୁ ଅଳେଇଚର ଏହି ପ୍ରୟୋଗ ଅଧିକ ପ୍ରଭାବୀ ହୋଇ ଆସିଛି । ଘରେ କଳହ ମତାନ୍ତର କିମ୍ବା ବିବାଦ ଥିଲେ ମଧ୍ୟ ଏହି ଉପାୟ ଲାଭକାରୀ ପ୍ରମାଣିତ ହେବ । ଏହାଦ୍ବାରା ସମ୍ପର୍କରେ ମଧୁରତା ଆସିଥାଏ ଏବଂ ସମ୍ପର୍କ ଠିକ ଚାଲିଥାଏ । ପରିବାରରେ କାହାରି ଖରାପ ସ୍ୱଭାବକୁ ବଦଳାଇବାକୁ ଚାହୁଁଥିଲେ ଆପଣ ବଦଳାଇ ମଧ୍ୟ ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *