ଏପ୍ରିଲ ୧୪ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି । ଏହି ଉପାୟ ଦ୍ୱାରା କେବଳ ମାତ୍ର ୨୪ ଘଣ୍ଟାରେ ଦରିଦ୍ର୍ୟରୁ ହୋଇଯିବେ କୋଟିପତି । ମିଳିବ ଶ୍ରୀହନୁମାନଙ୍କ କୃପା ।
ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ମଧ୍ୟ ପଡ଼ୁଛି । ଏହିଦିନ ଏକ ବିଶେଷ ଉପାୟ ଦ୍ୱାରା ମନୁଷ୍ୟ ନିଜ ଜୀବନର ସବୁ ସମସ୍ୟାର ସମାଧାନ କରି ପାରିବ । ଏହି ଉପାୟ ଦ୍ୱାରା ବିବାହ କ୍ଷେତ୍ରରେ ଆସୁଥିବା ସମସ୍ୟା ଏବଂ ଦାମ୍ପତ୍ୟ ଜୀବନର ସମସ୍ୟା ମଧ୍ୟ ଦୂର ହୋଇଯାଏ ।ଏହି ଉପାୟ ଦ୍ୱାରା ଆକସ୍ମିକ ଦୁର୍ଘଟଣା ସମସ୍ୟା ଦୂର ହେବା ସହିତ ଯଦି ଆପଣ କୌଣସି ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି କିମ୍ବା କୋର୍ଟ କଚେରୀ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ ।
ଏହି ଉପାୟ ଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ସଂସାରରେ ୭ ଜଣ ଚିରଞ୍ଜିବି ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଶ୍ରୀହନୁମାନ ଅନ୍ୟତମ ଅଟନ୍ତି । ବାୟୁ ପୁରାଣ କହିଲେ ମହାଦେବଙ୍କର ଅବତାର ହେଉଛନ୍ତି ଶ୍ରୀହନୁମାନ । ଯାହାକି ସ୍କନ୍ଧ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି । ଶାସ୍ତ୍ର ଅନୁଯାୟୀ ଭଗବାନଙ୍କର ଏକାଦଶ ଅବତାର ହେଉଛି ଶ୍ରୀହନୁମାନ ।
ହନୁମାନ ଚାଳିଶା ଅନୁଯାୟୀ ଯଦି ଘରେ ତନ୍ତ୍ର ମନ୍ତ୍ର କ୍ରିୟା ହେଉଥାଏ ତେବେ ଏକ ଖାସ ଉପାୟ ନିହାତି କରିନେବା ଉଚିତ । ଆସନ୍ତା ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ମହାବିଷୁବ ସଂକ୍ରାନ୍ତି ଅର୍ଥାତ ପଣା ସଂକ୍ରାନ୍ତି ପଡ଼ୁ ଅଛି । ଏହିଦିନ ସକାଳୁ ଉଠି ନିତ୍ୟକର୍ମ ସ୍ନାନ ସାରି ଭଗବାନ ସୂର୍ଯ୍ୟଙ୍କୁ ଜପ ଅର୍ପଣ କରନ୍ତୁ ଏବଂ ତାସହିତ ଅଷ୍ଟାଙ୍ଗ ଅର୍ଘ୍ୟ ମଧ୍ୟ ଅର୍ପିତ କରନ୍ତୁ ।
ଏହାଦ୍ବାରା ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏହାପରେ ଘର ମନ୍ଦିରରେ ସବୁ ଦେବଦେବୀଙ୍କ ପୂଜା କରନ୍ତୁ । ଏକ ପାତ୍ରରେ ପାଣିରେ ମିଶ୍ରୀ ମିଶାଇ ମିଠା ପାଣି ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ଦୀପରେ ଘିଅ ଦେଇ ନାଲି ସଳିତା ପକାଇ ଦିଅନ୍ତୁ । ବର୍ତ୍ତମାନ ସେହି ମିଠା ପାଣି ଏବଂ ଘିଅ ଦୀପ ନେଇ କୌଣସି ଅଶ୍ୱତ୍ଥ ଗଛ ପାଖକୁ ଯାଆନ୍ତୁ ।
ପ୍ରଥମେ ସେହି ମିଠା ପାଣିକୁ ଅଶ୍ୱତ୍ଥ ଗଛ ମୂଳରେ ନମସ୍କାର କରି ଅର୍ପିତ କରି ଦିଅନ୍ତୁ । ଦୀପ ପ୍ରଜ୍ଜ୍ଵଳିତ କରି ବୃକ୍ଷ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ । ଏହାପରେ ଶ୍ରୀହନୁମାନଙ୍କୁ ସିଦ୍ଧି ନିମନ୍ତେ ଏବଂ ମନସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତୁ । ଅନୁମତି ନେଇ ସେହି ଅଶ୍ୱତ୍ଥ ଗଛରୁ ୧୧ଟି ଭଲ ପତ୍ର ନେଇ ପ୍ରଥମେ ଗଙ୍ଗା ଜଳରେ ଧୋଇ ଭଲ ଭାବରେ ଶୁଖାଇ ଦିଅନ୍ତୁ । ରକ୍ତ ଚନ୍ଦନରେ ଏକ କାଠି ଦ୍ୱାରା ୧୧ ଟି ଅଶ୍ୱତ୍ଥ ପତ୍ରରେ ରାମ ଲେଖନ୍ତୁ ।
କିଛି ସମୟ ପରେ ଚନ୍ଦନ ଶୁଖିଯିବା ପରେ ତାହାକୁ ଏକ ନାଲି ସୂତାରେ ମାଳ ବନାଇ ନିଅନ୍ତୁ । ଏହାପରେ ନାଲି ସିନ୍ଦୁର , ବୁନ୍ଦୀ ଲଡୁ ରାଶି ତେଲ , ଗୋଟା ଫଳ , ନଡ଼ିଆ , ଦୀପ , ରକ୍ତ ମନ୍ଦାର ଫୁଲ ଆଦି ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କୁ ପ୍ରଣାମ କରି ରାଶିତେଲରେ ପ୍ରଥମେ ଅଭିଷେକ କରାନ୍ତୁ ।
ଏହାପରେ ଶ୍ରୀହନୁମାନଙ୍କୁ ଅଶ୍ୱତ୍ଥ ପତ୍ରର ମାଳା ଏବଂ ମନ୍ଦାର ଫୁଲ ଅର୍ପିତ କରନ୍ତୁ । ଏହାପରେ ନୈବେଦ୍ୟ ଦେଇ ଗୋଟିଏ ଗୋଟା ଫଳ ରଖି ଆଉ ସବୁକୁ ବୁନ୍ଦୀ ଲଡୁ ସହିତ ଭୋଗ ଲଗାନ୍ତୁ । ଏହାପରେ ଗୋଟା ଫଳ ଏବଂ ନଡ଼ିଆକୁ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ । ଏହାପରେ ସେହି ନଡ଼ିଆକୁ ଦୁଇ ହାତରେ ଧରି ” ଓଁ ହନ ହନୁମତୟେ ନମଃ ” ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ । ଏହାପରେ ହନୁମାନ ଗାୟତ୍ରୀ ମନ୍ତ୍ରକୁ ୨୭ , ୫୪ କିମ୍ବା ୧୦୮ ଥର ଜପ କରି ନିଜର ମନସ୍କାମନା ଜଣାଇ ନିଜ ମୁଣ୍ଡ ଉପର ଦେଇ ବୁଲାଇ ହନୁମାନଙ୍କ ସାମ୍ନାରେ ନଡ଼ିଆ ବାଡ଼େଇ ଦିଅନ୍ତୁ ।
ଏହାପରେ ହନୁମାନଙ୍କୁ ମନସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତୁ । ଏହାପରେ ଫଟେଇ ଥିବା ନଡ଼ିଆକୁ ଆଖପାଖ କୌଣସି ନଦୀ କିମ୍ବା ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଜଳାଶୟ ନଥିଲେ ମନ୍ଦିର ସାମ୍ନାରେ ଭକ୍ତଙ୍କୁ ବାଣ୍ଟି ଦିଅନ୍ତୁ । ଯଦି ଆପଣ ଏହି ଉପାୟ ମହାବିଷୁବ ସଂକ୍ରାନ୍ତି ଦିନ କରନ୍ତି ତେବେ ଏହାଦ୍ବାରା ଶ୍ରୀହନୁମାନ ପ୍ରସନ୍ନ ହେବା ସହିତ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ ହେବ ।