Excuse Me Odisha

ଯାହା କହିବୁ ସତ କହିବୁ

ପୁରା ୭୦୦ ବର୍ଷ ପରେ ଆସିଛି ଏପ୍ରିଲ ୧୪ ବଡ଼ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି । କେବଳ ଏହି ଜିନିଷ ଅର୍ପଣ କଲେ ଚମକିବ ଭାଗ୍ୟ , ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଏପ୍ରିଲ ୧୪ ତାରିଖ ବଡ଼ ହନୁମାନ ଜୟନ୍ତୀ ସହିତ ପାଳିତ ହେବ ପଣା ସଂକ୍ରାନ୍ତି ଯାହାକି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ହନୁମାନଙ୍କ ଭକ୍ତ ହନୁମାନଙ୍କୁ ପ୍ରସନ୍ନ କରି ପାରିଲେ ଜୀବନରେ କେବେ କୌଣସି ପ୍ରକାରର ସମସ୍ୟା ଦେଖା ଦିଏ ନାହିଁ କାରଣ ସଙ୍କଟମୋଚନ ସେସବୁକୁ ହରଣ କରି ନିଅନ୍ତି । ଯାହାଦ୍ୱାରା ହନୁମାନଙ୍କ ଭକ୍ତକୁ କୌଣସି ସମସ୍ୟା ହୁଏନାହିଁ । ମଙ୍ଗଳବାର ଦିନଟି ହନୁମାନଙ୍କୁ ସମର୍ପିତ ଅଟେ । ତେଣୁ ଏହିଦିନ ନିୟମିତ ଭାବରେ ହନୁମାନଙ୍କ ପୂଜା କଲେ ହନୁମାନଙ୍କ ସାକ୍ଷାତ କୃପା ପ୍ରାପ୍ତ ହୋଇଥାଏ । ମଙ୍ଗଳ ଗ୍ରହ ମଜବୁତ ହେଲେ ଜୀବନରେ ସବୁ କାର୍ଯ୍ୟ ସଫଳ ହୋଇଥାଏ । ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ପୂଜା କଲେ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ଭାଗ୍ୟ ମଧ୍ୟ ବଦଳି ଯାଏ ।

ମଙ୍ଗଳବାର ଦିନ ୨୧ ପ୍ରକାରର ଶୁଭ ଯୋଗ ସୃଷ୍ଟି ହେଉଥିବାରୁ ଏହିଦିନ ହନୁମାନଙ୍କୁ ପ୍ରସନ୍ନ କରି ପାରିଲେ ତାହା ଖୁବ ଲାଭ ଦେଇଥାଏ । ଏହି ଦିନ କିଛି ଉପାୟ କରି ଆପଣ ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟାର ସମାଧାନ କରି ପାରିବେ । ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ବ୍ୟାପାର ସମ୍ବନ୍ଧୀୟ ସମସ୍ୟା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଯଦି ଆପଣଙ୍କ ଜୀବନରେ ଅଧିକ ପରିଶ୍ରମ ସତ୍ତ୍ୱେବି ଶୁଭ ଫଳ ପ୍ରାପ୍ତ ହେଉନାହିଁ , ଘରେ ଅଶାନ୍ତି ଦେଖା ଦେଉଛି , ଜୀବନରେ ଲଢ଼େଇ ଝଗଡ଼ା ଲାଗି ରହୁଛି , ଜୀବନରେ ଧନ ପ୍ରାପ୍ତିର ରାସ୍ତା ବନ୍ଦ ହୋଇ ଯାଇଛି , ଯେଉଁ କାରଣରୁ ଆପଣ ଅତ୍ୟନ୍ତ ଚିନ୍ତିତ ଅଛନ୍ତି ତେବେ ମଙ୍ଗଳ ଗ୍ରହକୁ ଦୃଢ଼ କରିବା ପାଇଁ ମଧ୍ୟ ହନୁମାନଙ୍କୁ ଏହିଦିନ ନିଷ୍ଠାର ସହିତ ପୂଜା କରନ୍ତୁ । ଆଉ କିଛି ଖାସ ଉପାୟ ଦ୍ୱାରା ମଧ୍ୟ ଏହି ସବୁ ସମସ୍ୟା ଦୂର ହୋଇ ପାରିବ ।

କେବଳ ଉପାୟ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେ ଉପାୟ କରିବାର ସମୟ ଠିକ ରହିବା ଆବଶ୍ୟକ । ସର୍ବପ୍ରଥମ ଉପାୟ ହେଉଛି ମଙ୍ଗଳ ଗ୍ରହକୁ ମଜବୁତ କରିବାର ମହାଉପାୟ । ଯଦି ଆପଣ ନିଜ ମଙ୍ଗଳ ଗ୍ରହକୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଏହି ହନୁମାନ ଜୟନ୍ତୀ ଦିନ ଏହି ଉପାୟକୁ ନିଶ୍ଚୟ କରି ନିଅନ୍ତୁ । ଏହାଦ୍ବାରା ମଙ୍ଗଳ ଗ୍ରହ ମଧ୍ୟ ମଜବୁତ ହୋଇଥାଏ । ସକାଳୁ ଉଠି ନିତ୍ୟକର୍ମ ସାରି କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ ।

ହନୁମାନଙ୍କ ନିମନ୍ତେ ଏକ ନାଲି ଗୋଲାପ ମାଳା ଅର୍ପିତ କରି ସେହି ମନ୍ଦିରରେ ୧୧ ଥର ହନୁମାନ ଚାଳିଶା ପାଠ କରାନ୍ତୁ । ଏହି ଉପାୟ ଦ୍ୱାରା ମଙ୍ଗଳ ଗ୍ରହ ମଜବୁତ ହୋଇଥାଏ କାରଣ ଏହି ହନୁମାନ ଜୟନ୍ତୀରେ ୨୧ ପ୍ରକାରର ଶୁଭ ଯୋଗ ସୃଷ୍ଟି ହେଉଛି । ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଅଛନ୍ତି ତେବେ ଏହି ମଙ୍ଗଳବାର ଦିନ ସେହି ବ୍ୟକ୍ତିଙ୍କ ହାତରୁ ୧୧ ଟି ରୋଟି ନେଇ କୌଣସି କଳା କୁକୁରକୁ ଖୁଆଇ ଦିଅନ୍ତୁ । ହନୁମାନ ଜୟନ୍ତୀ ଦିନ ଏହି ଉପାୟ କଲେ ଭଗବାନ ଶ୍ରୀହନୁମାନଙ୍କ କୃପାରୁ ସେହି ବ୍ୟକ୍ତିର ରୋଗ ମଧ୍ୟ ଭଲ ହୋଇଯିବ ।

ଯଦି ଆପଣ କୌଣସି ବଡ଼ କରଜରେ ଫସି ଯାଇଛନ୍ତି ତେବେ ଏହି ମଙ୍ଗଳବାର ଦିନ ସକାଳୁ , ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରେ ସ୍ନାନ ସାରି ନାଲି ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଭଗବାନ ହନୁମାନଙ୍କୁ ଲଡୁ ଭୋଗ ଲଗାଇ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟକୁ ହନୁମାନ ଜୟନ୍ତୀ ଦିନ କଲେ କରଜ ସମସ୍ୟା ଦୂର ହୋଇଥାଏ । ହନୁମାନ ଜୟନ୍ତୀ ଦିନ ପୂଜଘରେ ରଖିଥିବା ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ଏକ ପିତ୍ତଳ ଥାଳି ନେଇ ବସି ଯାଆନ୍ତୁ ।

ତା ଉପରେ ଗୋଟିଏ କର୍ପୂର ଏବଂ ଦୁଇଟି ଲବଙ୍ଗ ନେଇ ଜଳାନ୍ତୁ । ଜଳିବା ପରେ ପାଉଁଶକୁ କୌଣସି ଡବାରେ ରଖି ଦିଅନ୍ତୁ । ପ୍ରତ୍ୟେକ ଦିନ ପାଣିରେ ସେହି ପାଉଁଶକୁ ମିଶାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଘରେ କୌଣସି ପ୍ରକାରର ସମସ୍ୟା ଥିଲେ ତାହା ଦୂର ହୋଇଯିବ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ବଦଳିଯିବ ଏବଂ ଘରର ଉନ୍ନତି ମଧ୍ୟ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *