Excuse Me Odisha

ଯାହା କହିବୁ ସତ କହିବୁ

୧୦୦ ବର୍ଷ ବଞ୍ଚିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ ଏହି ଘରୋଇ ଉପଚାର । ଧଳା କେଶ , ଆଣ୍ଠୁ ଗଣ୍ଠି ବିନ୍ଧା , ମଧୁମେହ ଏବଂ କିଡନୀ ଷ୍ଟୋନରୁ ମିଳିଥାଏ ଆରାମ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ପୂଜା ଅର୍ଚ୍ଚନାରେ ଅନେକ କିଛି ଫୁଲ ଏଭଳି ବ୍ୟବହୃତ ହୋଇଥାଏ ଯାହାକି ଅଧିକାଂଶ ରୋଗର ଉପଚାର ପାଇଁ ରାମବାଣ ସଦୃଶ ହୋଇଥାଏ । କିନ୍ତୁ ଲୋକେ ନିହର ଜ୍ଞାନ ଅଭାବରୁ ତାହାକୁ କେବଳ ପୂଜାରେ ବ୍ୟବହାର କରିଥାନ୍ତି । ଅନେକ ଫୁଲ ଗଛ ଏଭଳି ରହିଛି ଯାହାର ପତ୍ର ଠାରୁ ଆରମ୍ଭ କରି ଫୁଲ ଫଳ ଏବଂ ମୂଳ ଆୟୁର୍ବେଦ କ୍ଷେତ୍ରରେ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଆଜିକାର ଲେଖାରେ ଆମେ ମନ୍ଦାର ଗଛର ଉପଯୋଗୀତା ବିଷୟରେ କହିବୁ । ଏହା ସାଧାରଣ ଭାବରେ ସବୁଠି ସହଜରେ ମିଳିଥାଏ ଏବଂ ଯାହାର ଉପଯୋଗ କରି କେଶ ଜନିତ କୌଣସି ସମସ୍ୟା ଏବଂ ଆଣ୍ଠୁ ଗଣ୍ଠି , ଅର୍ଶ ଭଳି ଭିନ୍ନ ଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଯଦି ଆପଣଙ୍କ ପାଟିରେ ବାରମ୍ବାର ସିଥୁରିଆ ହେଉଛି ତେବେ ଏହା ମଧ୍ୟ ଦୂର ହୋଇଯାଏ ଏବଂ ମଧୁମେହ ସମସ୍ୟା ମଧ୍ୟ ବହୁତ ଜଲଦି ଠିକ ହୋଇଯାଏ ।

କିଡ୍ନୀ ସମସ୍ୟା ସହିତ ସ୍ମରଣ ଶକ୍ତି କମ ଥିଲେ ମଧ୍ୟ ଏହାଦ୍ବାରା ଉପଚାର ହୋଇପାରିବ । ମନ୍ଦାର ଫୁଲର ଭିନ୍ନ ଭିନ୍ନ ପ୍ରଜାତି ମଧ୍ୟରୁ ନାଲି ରଙ୍ଗର ମନ୍ଦାର ଔଷଧି ପାଇଁ ଅଧିକ ଉପଯୋଗୀ ଅଟେ । ମାତ୍ର ଆପଣଙ୍କ ଘରେ ତାହା ଉପଲବ୍ଧ ନଥିଲେ ଅନ୍ୟ ମନ୍ଦାର ଫୁଲ ମଧ୍ୟ ବ୍ୟବହାର କରି ପାରିବେ । ତେବେ ପ୍ରଥମତଃ ଯଦି ଆପଣଙ୍କ ପାଟିରେ ସିଥୁରିଆ ସମସ୍ୟା ଅଛି ତେବେ ପ୍ରଥମେ ନାଲି ମନ୍ଦାର ଫୁଲ ଏବଂ କିଛି ସବୁଜ ପତ୍ର ନେଇ ଆସନ୍ତୁ ।

ପତ୍ରକୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ପତ୍ରକୁ କେବଳ ଚୋବାଇବା ଦ୍ୱାରା ମଧ୍ୟ ଏହି ସିଥୁରିଆ ସମସ୍ୟା ଦୂର ହୋଇଥାଏ । ପୁଣି ସେହି ଗ୍ରାଇଣ୍ଡିଂକୁ ଯଦି ଆପଣ ସପ୍ତାହରେ କେଶରେ ଥରେ ବ୍ୟବହାର କରନ୍ତି ତେବେ କେଶ ଝଡ଼ିବା ସମସ୍ୟା ବହୁତ ଜଲଦି ଦୂର ହୋଇଯିବ । ଏହାଦ୍ବାରା କେଶ ପାଚିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ପେଟ ବ୍ୟଥା କିମ୍ବା ଅନ୍ୟାନ୍ୟ ପେଟ ସମସ୍ୟା ଥିଲେ ଏହି ପତ୍ରର ରସ ବାହାର କରି ପାଞ୍ଚରୁ ସାତ ଏମଲ ଯଦି ଆପଣ ସେବନ କରନ୍ତି ତେବେ ପେଟ ବ୍ୟଥା ଜନିତ ସମସ୍ୟା ଦୂରେଇ ଯାଏ । ଆପଣ ଏହାର ଫୁଲର ମଧ୍ୟ ପ୍ରୟୋଗ କରି ପାରିବେ । ଯଦି କାହାକୁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରହିଛି ସେମାନେ ଏହାର ଫୁଲକୁ ବାଟି ପେଷ୍ଟ ବନାନ୍ତୁ ଏବଂ ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ସ୍ଥାନରେ ଏହାର ଲେପ ଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଠିକ ହେବା ସହିତ ଫୁଲା ମଧ୍ୟ କମିଯିବ । ତାପରେ ଯଦି ଆପଣ ଏହି ଫୁଲର ପାଖୁଡ଼ାକୁ ନେଇ ସେବନ କରନ୍ତି କିମ୍ବା କୁଳି କରନ୍ତି ଥଣ୍ଡା କାଶ ଏବଂ କଫରୁ ବହୁତ ଜଲଦି ଅରାମ ମିଳିଥାଏ । ଯେଉଁ ଲୋକଙ୍କୁ ରକ୍ତ ହୀନତା ଥାଏ ସେମାନଙ୍କ ପାଇଁ ମନ୍ଦାର ଫୁଲର ପେଷ୍ଟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆପଣ ଚାହିଁଲେ ମନ୍ଦାର ଫୁଲକୁ ଶୁଖାଇ ତାହାର ପାଉଡର ବନାଇ ପାରିବେ କିମ୍ବା ତାହାକୁ ଆପଣ ଅନଲାଇନ ମଧ୍ୟ କିଣି ପାରିବେ ।

ଏକ କପ କ୍ଷୀର ସହିତ ମନ୍ଦାର ଫୁଲ ପାଉଡର ମିଶାଇ ସକାଳ ଏବଂ ସନ୍ଧ୍ୟାରେ ଯଦି ଆପଣ ନିୟମିତ ଭାବରେ ସେବନ କରିବେ ତେବେ କିଛି ଦିନ ମଧ୍ୟରେ ଆପଣଙ୍କ ଶରୀରରୁ ରକ୍ତର ଅଭାବ ଦୂର ହୋଇଯିବ । ଯେଉଁ ମାନଙ୍କୁ ଅର୍ଶ ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିଛି ମନ୍ଦାର ଫୁଲର କଢ଼କୁ ନେଇ ଘିଅରେ ଭାଜନ୍ତୁ ଏବଂ ସେଥିରେ ମିଶ୍ରୀ ମିଶାନ୍ତୁ ।

ତାହାକୁ ଯଦି ଆପଣ କେଶର ସହିତ ସେବନ କରନ୍ତି ତେବେ ଅର୍ଶ ଭଳି ସମସ୍ୟାରୁ ମୁକ୍ତି ମିଳି ପାରିବ । ଏହାର ପତ୍ରକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏବଂ ସେହି ଗୁଣ୍ଡକୁ ଯଦି ଆପଣ କ୍ଷୀରରେ ମିଶାଇ ସେବନ କରନ୍ତି , ତେବେ ଯେଉଁ ମାନଙ୍କ ଲିଭର ପାୱାର କମଜୋର ହୋଇଥାଏ ସେଥିରୁ ମୁକ୍ତି ମିଳିଥାଏ । ମନ୍ଦାର ଫୁଲ ପାଖୁଡ଼ା ପକାଇ ଚା’ ପ୍ରସ୍ତୁତ କରି ତାହାକୁ ସେବନ କଲେ କଲେଷ୍ଟେରଲ ସ୍ତର କମିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *