Excuse Me Odisha

ଯାହା କହିବୁ ସତ କହିବୁ

ଘରେ ମୟୁର ପର ରଖିବାର ଉଚିତ ଦିଗ , ପୁରା ବର୍ଷ ହେବ ଧନପ୍ରାପ୍ତି ଏବଂ ଆକର୍ଷିତ ହେବ ଧନ ।

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମ ଏବଂ ବାସ୍ତୁ ଶାସ୍ତ୍ରରେ ମୟୁର ପରର ଅନେକ ବିଶେଷତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ମୟୁର ପରକୁ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଏ ତେବେ ତାହା ଆଧ୍ୟାତ୍ମିକ ହେଉ କିମ୍ବା ଧାର୍ମିକ ହେଉ । ମାତ୍ର ଏହି ମୟୁର ପରକୁ ଘରର ଉପଯୁକ୍ତ ସ୍ଥାନରେ ରଖିବା ଉଚିତ । ଯାହାଦ୍ୱାରା ଘରର ନକରାତ୍ମକତା ବାହାର ହୋଇଯିବ ଏବଂ ସକାରାତ୍ମକତା ଆସିବ । ପ୍ରଥମତଃ ମୟୁର ପର ଏଭଳି ସ୍ୱତନ୍ତ୍ର ହେବାର କାରଣ କଣ ।

ବାସ୍ତବରେ ମୟୁର ପରର ଧାର୍ମିକ ମହତ୍ତ୍ୱ ଅନୁଯାୟୀ ଏହାକୁ ତନ୍ତ୍ର ମନ୍ତ୍ର କ୍ରିୟାରେ ବ୍ୟବହାର କରାଯାଇ ନକରାତ୍ମକ ଶକ୍ତିକୁ ଦୂର କରାଯାଏ । ଏହାବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ଅନେକ ପ୍ରୟୋଗ ରହିଛି । ଏହାବ୍ୟତୀତ ମୟୁର ପରକୁ ଘରେ ରଖିଲେ ଘରକୁ ସାପ କିମ୍ବା ଅନ୍ୟ କୌଣସି ବିଷାକ୍ତ ଜୀବ ପ୍ରବେଶ କରେ ନାହିଁ । ସେଥିପାଇଁ ଜଙ୍ଗଲରେ ରହୁଥିବା ଲୋକେ ଘରେ ମୟୁର ପର ରଖନ୍ତି ।

ଏହାବ୍ୟତୀତ ପକ୍ଷୀ ଶାସ୍ତ୍ରରେ ମୟୁର ବିଷୟରେ ଏକ ପ୍ରାଚୀନ କଥା ବିଷୟରେ ବର୍ଣ୍ଣନା କରାଯାଇଛି । କାହାଣୀ ଅନୁଯାୟୀ ସନ୍ଧ୍ୟା ନାମକ ଜଣେ ଅସୁର ଗୁରୁ ଶୁକ୍ରଚାର୍ଯ୍ୟଙ୍କ ଠାରୁ ବିଦ୍ୟା ଲାଭ କରି ଦେବତା ମାନଙ୍କ ଠାରୁ ନିଜକୁ ପ୍ରଭାବଶାଳୀ ମଣିବାରେ ଲାଗିଥିଲା । ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ କରି ନିଜକୁ ଖୁବ ଶକ୍ତିଶାଳୀ ଭାବିବାରେ ଆରମ୍ଭ କଲା ।

ଏହାପରେ ସେ ସ୍ୱର୍ଗ ଉପରେ ଆକ୍ରମଣ କରିବାରୁ ସବୁ ଦେବତା ମୟୂରର ସାହାଯ୍ୟ ନେଲେ ଏବଂ ସମସ୍ତେ ମୟୂରର ପରରେ ବିରାଜମାନ କରିବାରୁ ମୟୁର ଖୁବ ଶକ୍ତିଶାଳୀ ଏବଂ ବଡ଼ ଆକାର ଧାରଣ କରି ସନ୍ଧ୍ୟା ରାକ୍ଷସକୁ ବଧ କରିଥିଲା । ସେହିଠାରୁ ଦେବତା ମାନେ ମୟୁରକୁ ପୂଜନୀୟ ହେବାର ବର ଦେଇଥିଲେ । ମୟୁର ପର ଦ୍ୱାରା ନଅ ଗ୍ରହର ପ୍ରଭାବ ମଧ୍ୟ ପଡ଼େନାହିଁ । ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ମୟୁର ପରର ବିଶେଷତ୍ୱ ବିଷୟରେ ବର୍ଣ୍ଣନା କରି ନିଜ ମୁକୁଟରେ ଧାରଣ କରନ୍ତି ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମୟୁର ପର ସହିତ ଅନେକ ଦେବଦେବୀଙ୍କ ସମ୍ବନ୍ଧ ରହିଛି । ଯଥା ଭଗବାନ କାର୍ତ୍ତିକ , ମାତା ସରସ୍ୱତୀ ଏବଂ ଗଣେଶ । ଯଦି ବିଦ୍ୟାର୍ଥୀ ମାନଙ୍କୁ ଅଧ୍ୟୟନରେ କୌଣସି ପ୍ରକାରର ସମସ୍ୟା ହେଉଛି ତେବେ ମୟୁର ପରକୁ ପଢ଼ିବା ରୁମରେ ରଖିଲେ ଏହି ସମସ୍ୟା ଦୂର ହୋଇଥାଏ । ଘରେ କଳି ଝଗଡ଼ା ହେବାର ଏକମାତ୍ର କାରଣ ହେଉଛି ନକରାତ୍ମକତା ଯାହାକି ଘରେ ରଖା ଯାଉଥିବା କିଛି ଜିନିଷ କିମ୍ବା କିଛି ଜିନିଷର ସ୍ଥିତି ଉପରେ ନିର୍ଭର କରିଥାଏ ।

ତେଣୁ ଘରେ ନକରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ସମୟରେ ତିନୋଟି ମୟୁର ପର ନେଇ ଘରର ମୁଖ୍ୟଦ୍ୱାର ପାଖରେ ଜୋରରେ ହଲାନ୍ତୁ । ଘରେ ନକରାତ୍ମକ ଶକ୍ତି ଥିବା ପ୍ରତୀତ ହେଉଥିଲେ ଘରର ମୁଖ୍ୟଦ୍ୱାର ଉପରେ ଗଣେଶ ମୂର୍ତ୍ତି ରଖି ଦୁଇ ପାର୍ଶ୍ଵରେ ଦୁଇଟି ମୟୁର ପର ରଖନ୍ତୁ । ବାସ୍ତୁ ଦୋଷ ଥିଲେ ଘରର ମୁଖ୍ୟଦ୍ୱାରରେ ତିନୋଟି ମୟୁର ପର ରଖନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯିବ ।

ଘରର ସଦସ୍ୟଙ୍କ ଉପରେ ଗ୍ରହ ଦୋଷ ଥିଲେ ମୟୁର ପର ନେଇ ତାହା ଉପରେ ଗଙ୍ଗା ଜଳ ସିଞ୍ଚି ଯେଉଁ ସ୍ଥାନରେ କାହାରି ନଜର ପଡ଼ୁ ନଥିବ ସେହି ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଗ୍ରହ ଶାନ୍ତ ହୋଇଥାଏ । ଘରେ କୌଣସି ଛୋଟ ପିଲା ଉପରେ ନଜର ଦୋଷ ପଡ଼ିଥିଲେ ଏକ ମୟୁର ପର ନେଇ ସେହି ପିଲାର ତକିଆ ତଳେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଜଳରେ ପ୍ରବାହିତ କରି ଦିଅନ୍ତୁ ।

ଅଧ୍ୟୟନ ସମୟରେ ବିଦ୍ୟାର୍ଥୀଙ୍କୁ କୌଣସି ପ୍ରକାରର ସମସ୍ୟା ଥିଲେ ମାତା ସରସ୍ୱତୀଙ୍କ ନିକଟରେ ମୟୁର ପର ରଖି ଆଗାମୀ ଦିନ ତାହାକୁ ନିଜ ବହି ଭିତରେ ରଖିଲେ ପାଠ ପଢ଼ିବା ପାଇଁ ଏକାଗ୍ରତା ବଢ଼ିଥାଏ । କୌଣସି ଶତ୍ରୁ ଯଦି ବାରମ୍ବାର ଆପଣଙ୍କର କ୍ଷତି କରୁଛି ତେବେ ମଙ୍ଗଳବାର ଦିନ ହନୁମାନ ସିନ୍ଦୁର ମୟୁର ପରରେ ଲଗାଇ ବିନା ସ୍ନାନରେ କୌଣସି ଆବର୍ଜନା କିମ୍ବା ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ଶାନ୍ତ ହୋଇଯିବ । ମନସ୍କାମନା ପୂରଣ କରିବା ପାଇଁ ରାଧାକୃଷ୍ଣ ମନ୍ଦିରକୁ ଯାଇ ଭଗବାନ କୃଷ୍ଣଙ୍କୁ ମୟୁର ପର ଅର୍ପିତ କରନ୍ତୁ । ଏହାଦ୍ବାରା ଉଭୟ ରାଧା ଏବଂ କୃଷ୍ଣଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *