Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ସାତୋଟି ମହାଉପାୟ । ପୁରାବର୍ଷ ଧନ ପ୍ରାପ୍ତିର ମାର୍ଗ ଫିଟିଯିବ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ । ଏହିଦିନ କୌଣସି ଶୁଭ କାର୍ଯ୍ୟ କରିବାକୁ ଶୁଭ ମୁହୂର୍ତ୍ତ ହୋଇଥାଏ । ପୌରାଣିକ ଗ୍ରନ୍ଥ ଅନୁଯାୟୀ ଏହି ଦିନ ଯାହାବି ଶୁଭ କାର୍ଯ୍ୟ କରାଯାଏ ତାହାର ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ । ଏହିଦିନ କଳସିର ପୂଜା ଏବଂ ଦାନ କରିବା ଦ୍ୱାରା ଅକ୍ଷୟ ଫଳ ମିଳିଥାଏ । ଏହିଦିନ ଦାନ ଏବଂ ଉପବାସର ମଧ୍ୟ ଶୁଭ ଫଳ ମିଳିଥାଏ । ଏହିଦିନ ପବିତ୍ର ନଦୀ ସରୋବରରେ ସ୍ନାନ କରିବାର ବିଧାନ ରହିଛି କିନ୍ତୁ ଆପଣ ପାଣିରେ ଗଙ୍ଗା ଜଳ କିମ୍ବା ତୁଳସୀ ପତ୍ର ପକାଇ ସ୍ନାନ କରି ପାରିବେ ।

ଏହାବ୍ୟତୀତ ଚାଉଳ , ଚେନ୍ତୁଳି , ଘିଅ ଇତ୍ୟାଦି ଜିନିଷର ଦାନ କରି ପାରିବେ । ଏହିଦିନ ଛତୁଆ ଖାଇବା ଜରୁରୀ ଅଟେ । ଏହିଦିନ କିଛି ଶୁଭ କାର୍ଯ୍ୟ ସହିତ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ମଧ୍ୟ ଶୁଭ ହୋଇଥାଏ । ଏହିଦିନ ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା ବୋଲି ମାନା ଯାଏ । ଏହିଦିନ ଅଶୁଭ ଗ୍ରହ ଠାରୁ ମୁକ୍ତି ପାଇଁ ମଧ୍ୟ ଅନେକ ଉପାୟ କରାଯାଏ । ଏହିଦିନ ସୁନା କିଣିବା ସହିତ ଘରେ ଥିବା ସୁନା ଅଳଙ୍କାରକୁ ଶୁଦ୍ଧ କରି ପୂଜା କରିବାର ମଧ୍ୟ ବିଧାନ ରହିଛି ।

ଏହାଦ୍ବାରା ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ । ଏହିଦିନ ଭଲ ଭଲ ଖାଇ ପାରିବେ ମାତ୍ର ମଦ ମାଂସ ପିଆଜ ରସୁଣର ସେବନ କରନ୍ତୁ ନାହିଁ । ଅକ୍ଷୟ ତୃତୀୟା ଦିନ ସକାଳୁ ଜଲଦି ଉଠି ସ୍ନାନ କରି ଘରକୁ ସଜାନ୍ତୁ । ଘରର ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଲଗାଇ ତ୍ୱରଣ ଲଗାନ୍ତୁ । ଏହାପରେ ସୂର୍ଯ୍ୟଙ୍କୁ ତର୍ପଣ ଦେଇ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ । ଏହିଦିନ ଶୀଘ୍ର ବିବାହ ପାଇଁ ଏକ ଉପାୟ କରାଯାଏ ।

ସେହି ଉପାୟ ଅନୁଯାୟୀ ଏକ ପଟା ଉପରେ ଏକ ହଳଦିଆ କପଡ଼ା ବିଛାଇ ପୂର୍ବ ଦିଗକୁ ମୁହଁ କରି ବସନ୍ତୁ । ପଟା ଉପରେ ମାତା ପାର୍ବତୀଙ୍କ ଫୋଟ , ଏକ ମୁଠା ଗହମ ଏବଂ ଚନ୍ଦନ ଦ୍ୱାରା ତିଳକ କରନ୍ତୁ । ଏହାପରେ ଦେବଗୁରୁ ବୃହସ୍ପତିଙ୍କ ମନ୍ତ୍ର ଜପ କରନ୍ତୁ । ଶତ୍ରୁ ଠାରୁ ମୁକ୍ତି ପାଇଁ ମଧ୍ୟ ଅକ୍ଷୟ ତୃତୀୟା ଦିନ ଏକ ବିଶେଷ ଉପାୟ କରନ୍ତୁ । ଏହି ଉପାୟ ଅନୁଯାୟୀ ହନୁମାନଙ୍କ ସାମ୍ନାରେ ପ୍ରଥମେ ବସି ଯାଆନ୍ତୁ ।

ଏହାପରେ ଏକ ମୁଠା ମୁଗ ରଖି ସେହି ମୁଗ ଉପରେ ଅଳ୍ପ ସିନ୍ଦୁର ଲଗାନ୍ତୁ । ଏହାପରେ ଓଁ ହନୁମନ ହନୁମତେ ଜପ କରନ୍ତୁ । ଏହି ଉପାୟ ଦ୍ୱାରା ଶତ୍ରୁ ଶକ୍ତି ଶାନ୍ତ ହୋଇଯିବ । ପରେ ସେହି ମୁଗକୁ କୌଣସି ଗଛ ତଳେ ରଖି ଦିଅନ୍ତୁ ଯେପରି ପାଖ ମାନେ ତାହାକୁ ଖାଇଯିବେ । ଅକ୍ଷୟ ତୃତୀୟା ଦିନ ଧନ ପ୍ରାପ୍ତି ପାଇଁ ପୂଜାପାଠ କରିବା ସମୟରେ ଏକ ନାଲି କପଡ଼ା ନେଇ ତାଉପରେ ଶଙ୍ଖ , ସାତୋଟି ଗୋମତି ଚକ୍ର , ୧୪ ଟି ଧଳା କଉଡ଼ି , ହାଲୁକା କଞ୍ଚା କ୍ଷୀର ଏବଂ ଗଙ୍ଗା ଜଳରେ ସ୍ନାନ କରାଇ ଘରର ପୂଜାଘର ରଖି ଦିଅନ୍ତୁ

ଏହାପରେ ସେଥିରେ ହଳଦୀରେ ତିଳକ କରି ମିଶ୍ରୀ ଭୋଗ ଲଗାନ୍ତୁ । ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଧୂପ ଦୀପ ଜଳାଇ ସକାଳ ସନ୍ଧ୍ୟା ତିନି ଥର ଶଙ୍ଖ ବଜାନ୍ତୁ । କଉଡ଼ି ଏବଂ ଗୋମତି ଚକ୍ରକୁ ଏକ କପଡ଼ାରେ ବାନ୍ଧି ମାତା ଲକ୍ଷ୍ମୀଙ୍କ ପାଖରେ ରଖି ଦିଅନ୍ତୁ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଧନର ଅଭାବ କେବେବି ହେବ ନାହିଁ ।

କୌଣସି ବଡ଼ ସ୍ବପ୍ନକୁ ପୂରଣ କରିବା ପାଇଁ କିମ୍ବା ଅସ୍ଥାୟୀ ସମ୍ପତ୍ତି ପାଇଁ ଅକ୍ଷୟ ତୃତୀୟା ଦିନ ଘରେ ପୂଜା ସ୍ଥାନରେ ଶ୍ରୀ ଯନ୍ତ୍ର ଆଣି ସ୍ଥାପିତ କରନ୍ତୁ । ତାହାକୁ ପ୍ରଥମେ ସ୍ନାନ କରାଇ ଶ୍ରୀସୁପ୍ତ ପାଠ କରନ୍ତୁ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ଘରେ ଶ୍ରୀ ଯନ୍ତ୍ର ଥାଏ ସେହି ଘରର ଲୋକେ ଏକାଧିକ ସମ୍ପତ୍ତିର ମାଲିକ ହୋଇ ଯାଆନ୍ତି । କରଜରୁ ମୁକ୍ତି ପାଇଁ ଅକ୍ଷୟ ତୃତୀୟା ଦିନ ଏକ ନାଲି କପଡ଼ା ଉପରେ କନକ ଧାରା ଯନ୍ତ୍ରର ସ୍ଥାପନା କରନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଲଗାତାର ୫୧ ଦିନ ପର୍ଯ୍ୟନ୍ତ ବସି କନକ ଧାରା ସ୍ତୋତ୍ରର ପାଠ କରନ୍ତୁ । ଆକସ୍ମିକ ଧନ ପ୍ରାପ୍ତି ପାଇଁ ପାଖ କୌଣସି ମନ୍ଦିରକୁ ଯାଇ ଧୂପ ଦାନ କରନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତିର ଯୋଗ ବନିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *