Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ଲାଗିବ ଏହି ସମୟରେ । ଏହି ରାଶି ପାଇଁ ହେବ ଅଧିକ ପ୍ରଭାବୀ । ସାବଧାନ ରୁହନ୍ତୁ ।

ସେୟାର୍ କରନ୍ତୁ

ଯେତେବେଳେ ଚନ୍ଦ୍ର , ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଅବସ୍ଥାନ କରନ୍ତି ସେତେବେଳେ ସୂର୍ଯ୍ୟପରାଗ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ହୁଏତ ସୂର୍ଯ୍ୟପରାଗକୁ ଅତ୍ୟନ୍ତ ଅଶୁଭ ମାନା ଯାଏ କିନ୍ତୁ ଏହାର ଅନେକ ଜ୍ୟୋତିଷିକ ମହତ୍ତ୍ୱ ମଧ୍ୟ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଖପାଖ ସବୁ ଜିନିଷ ସେହି କାରଣରୁ ପ୍ରଭାବିତ ହୋଇଥାଏ । ସର୍ବପରେ କହିବାକୁ ଗଲେ ସୂର୍ଯ୍ୟପରାଗର ପ୍ରଭାବ ସବୁ ଜୀବଜନ୍ତୁ ଗଛଳତା ଏବଂ ସବୁ ଗ୍ରହ ଉପରେ ମଧ୍ୟ ପଡ଼ିଥାଏ । ହୁଏତ ଚଳିତ ବର୍ଷର ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ କିନ୍ତୁ ଏହାର ପ୍ରଭାବ ସମଗ୍ର ୧୨ ଟି ରାଶି ଉପରେ ପଡ଼ିବ । ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ସକାଳ ୭.୦୫ ରେ ଆରମ୍ଭ ହୋଇ ଦ୍ୱିପ୍ରହର ୨.୨୯ ମିନିଟରେ ଶେଷ ହେବ । ତେଣୁ ସମ୍ପୂର୍ଣ୍ଣ ଅବଧି ୫ ଘଣ୍ଟା ୨୪ ମିନିଟ ରହିବ । ଏହାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ ।

ମେଷ ରାଶି:-

ସୂର୍ଯ୍ୟ ପରାଗ ଏହି ରାଶିରେ ହେଉଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବ । ତେଣୁ ରାଶି ରାଶିର ବ୍ୟକ୍ତି ସୂର୍ଯ୍ୟ ପରାଗ ସମୟରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ଉଚିତ । ଏହାବ୍ୟତୀତ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରେ । କିନ୍ତୁ ଏହି ବ୍ୟକ୍ତିଙ୍କୁ ନିଜ ଅଧିକ ବ୍ୟସ୍ତ ହେବାର ଅବଶ୍ୟକତା ନାହିଁ କାରଣ ଗୁରୁ ଗ୍ରହ କିଛିଦିନ ପରେ ଗ୍ରହ ପରିବର୍ତ୍ତନ କରିବେ । ପରାଗ ସମୟରେ ହନୁମାନ ଚାଳିଶା ଏବଂ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ବୃଷଭ ରାଶି:-

ସୂର୍ଯ୍ୟପରାଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ଲାଭ ହେବ । ଏହି ବ୍ୟକ୍ତି ମାନେ ଆର୍ଥିକ କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ । କିନ୍ତୁ ଏହି ସମୟରେ ସତର୍କ ରହିବାର ଅବଶ୍ୟକତା ରହିଛି । ଅଧିକ ଖର୍ଚ୍ଚ ଏବଂ ନିବେଶ ଠାରୁ ନିବୃତ ରୁହନ୍ତୁ । ପରାଗ ସମୟରେ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଏହାଦ୍ବାରା ଗ୍ରହଣର ଦୁଷ୍ପ୍ରଭାବ ପଡ଼ିବ ନାହିଁ ।

ମିଥୁନ ରାଶି:-

ସୂର୍ଯ୍ୟ ପରାଗ ସମୟରେ ଏହି ରାଶିର ବ୍ୟକ୍ତି ବିଶେଷ ସଙ୍କୁଚିତ ମାନସିକତା ରଖିବା ଉଚିତ ନୁହେଁ । କେବଳ ସତର୍କତାର ସହିତ ଆଗକୁ ବଢ଼ନ୍ତୁ । ସବୁ କ୍ଷେତ୍ରରେ ସଫଳତା ମିଳିବାର ଆଶଙ୍କା ରହିଛି । ପରାଗ ସମୟରେ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ ରାଶି:-

ଏମିତିରେ ଏହି ରାଶି ଭାବନାତ୍ମକ ରାଶି ଅଟେ । ତେଣୁ ସୂର୍ଯ୍ୟ ପରାଗ କାରଣରୁ ପାରିବାରିକ ମାମଲାରେ ପ୍ରଭାବ ପଡ଼ିପାରେ । ତେଣୁ ଏହି ସମୟରେ ଏହି ରାଶିର ବ୍ୟକ୍ତି ବିଶେଷ ନିଜର ଭାବନାର ମୂଲ୍ୟାଙ୍କନ କରି ନିଜ ସମ୍ପର୍କକୁ ଉନ୍ନତ କରିବାକୁ ଚେଷ୍ଟା କରନ୍ତୁ । ପରାଗ ସମୟରେ ହନୁମାନ ଚାଳିଶା ପାଠ ନିଶ୍ଚୟ କରନ୍ତୁ ।

ସିଂହ ରାଶି:-

ଏହି ରାଶି ଅଗ୍ନି ତତ୍ତ୍ୱର ରାଶି ଅଟେ । ତେଣୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟପରାଗର ପ୍ରଭାବ ଅଧିକ ପଡ଼ିବ । ଯେଉଁ କାରଣରୁ ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିବ । ଏହି ସମୟରେ କେବଳ ଟିକିଏ ସତର୍କ ରହିବାର ଆବଶ୍ୟକତା ରହିଛି । ପରାଗ ସମୟରେ ଓଁ ଆଦିତ୍ୟାୟ ନମଃ ମନ୍ତ୍ରର ଜପ କରନ୍ତୁ ।

କନ୍ୟା ରାଶି:-

ଏହି ପରାଗ ଆପଣଙ୍କ ଆତ୍ମବିଶ୍ୱାସରେ ଉନ୍ନତି ଆଣିବ । ଯେଉଁ କାରଣରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଭଲରେ କଟିବ । ଏହି କାରଣରୁ ଆପଣଙ୍କ ଲକ୍ଷ ଦୃଢ଼ ମଧ୍ୟ ହେବ । ଯଦି ଏହିସବୁକୁ ଆପଣ ବିଶ୍ଳେଷଣ କରି ଆଗକୁ ବଢନ୍ତି ତେବେ ଆପଣଙ୍କ ପାଇଁ ସବୁକିଛି ଅତି ସହଜ ହୋଇଯିବ । କିଛି କଥାରେ ସାମାନ୍ୟ ସତର୍କ ରୁହନ୍ତୁ ଏବଂ ପରାଗ ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ ।

ତୁଳା ରାଶି:-

ପରାଗ କାରଣରୁ ଆପଣଙ୍କ ଜୀବନରେ ନୂଆ ପାର୍ଟନରଶିପର ଅବସର ପ୍ରାପ୍ତ ହେବ । ମାତ୍ର କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ସବୁ ବିକଳ୍ପ ଉପରେ ସାବଧାନତାର ସହିତ ବିଚାର କରନ୍ତୁ । ତେଣୁ ଗୁରୁଜନଙ୍କ ଠାରୁ ପରାମର୍ଶ ନେଇ ଆଗକୁ ବଢ଼ି ପାରନ୍ତି । ପରାଗ ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବିଛା ରାଶି:-

ପରାଗ ଏହି ରାଶିର ବ୍ୟକ୍ତିଙ୍କ ଆତ୍ମା ସନ୍ଧାନ ଦିଗରେ ପ୍ରଭାବ ଦେଖାଇବ । ଆଗକୁ ବଢ଼ିବା ପାଇଁ ଭାବନାତ୍ମକ ରୂପରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ତେଣୁ ନିଜ ଲୋକଙ୍କ ସପୋର୍ଟ ନିଅନ୍ତୁ । ସବୁବେଳେ ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ନ୍ତୁ । ପରାଗ ସମୟରେ ଗାୟତ୍ରୀ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ ।

ଧନୁ ରାଶି:-

ଏହି ସୂର୍ଯ୍ୟ ପରାଗ ଯାତ୍ରା , ଶିକ୍ଷା ଏବଂ ବିକାଶ କ୍ଷେତ୍ରରେ ପ୍ରଭାବ ପକାଇବ । ଯାହାଦ୍ୱାରା ଜୀବନରେ ଅନେକ ନୂତନ ଅବସର ପ୍ରାପ୍ତ ହେବ । ଏହି ସମୟରେ ଭରସା ବଢ଼ିବା କାରଣରୁ କାର୍ଯ୍ୟରେ ଉନ୍ନତି ହେବ । ଭାଗ୍ୟର ସାଥ ମିଳିବ ଏବଂ ପଢ଼ାରେ ଉନ୍ନତି ହେବ । ସୂର୍ଯ୍ୟ ପରାଗର ଭଲ ପ୍ରଭାବ ରହିବ କିନ୍ତୁ ଗାୟତ୍ରୀ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ ।

ମକର ରାଶି:-

ଏହି ଗ୍ରହଣ ଆପଣଙ୍କ ପାଇଁ ଉତ୍ତମ ରହିବ । କ୍ୟାରିଅର ଏବଂ ସାର୍ବଜନୀକ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ । ଆପଣଙ୍କୁ ଉନ୍ନତିର ଅବସର ପ୍ରାପ୍ତ ହେବ । ତେଣୁ ବ୍ୟବସାୟୀ ହୋଇଥିଲେ ବ୍ୟକ୍ତିଗତ ଲାଭକୁ ଅପେକ୍ଷା ନକରି କାର୍ଯ୍ୟ କରନ୍ତୁ । ପରାଗ ସମୟରେ ଗାୟତ୍ରୀ ମନ୍ତ୍ର ନିଶ୍ଚୟ ପଢ଼ନ୍ତୁ ।

କୁମ୍ଭ ରାଶି:-

ସମାଜରେ ଆପଣଙ୍କ ସକ୍ରିୟତା ବଢ଼ିବ । ଦୁନିଆରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଆପଣଙ୍କ ଦୃଷ୍ଟିକୋଣକୁ ଗ୍ରହଣ କରାଯିବ । ତେଣୁ ଆପଣ ନିଜ ବିଚାରର ଉପଯୋଗ କରନ୍ତୁ । କାରଣ ତାହାହିଁ ଦୁନିଆ ବଦଳାଇ ଦେବ । ଏହାର ଅର୍ଥ ପରାଗ ଆପଣଙ୍କ ପାଇଁ ଉତ୍ତମ ରହିବ । ପରାଗ ସମୟରେ ସୂର୍ଯ୍ୟ ମନ୍ତ୍ର ଏବଂ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମୀନ ରାଶି:-

ଧର୍ମ ଦିଗରେ ଆପଣଙ୍କ ଆଗ୍ରହ ବଢ଼ିବ । ଆପଣଙ୍କୁ ନିଜ ଭିତରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଗ୍ରହଣ ଆପଣଙ୍କ ପାଇଁ ସକାରାତ୍ମକ ଫଳ ଦେବ । ପରାଗ ସମୟରେ ଗାଯାତ୍ରୀ ମନ୍ତ୍ର ନିଶ୍ଚିତ ଜପ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *