Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନ ଚାଳିଶା ପାଠ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ , ଉଚିତ ଢ଼ଙ୍ଗରେ କଲେ ମିଳିଥାଏ ଚମତ୍କାର ଲାଭ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ପ୍ରାୟତଃ ଅନେକ ଲୋକ ହନୁମାନ ଚାଳିଶା ପାଠ କରନ୍ତି । କିନ୍ତୁ ଲୋକେ ସବୁବେଳେ ଏଥିପାଇଁ ଚିନ୍ତିତ ଥାଆନ୍ତି କାରଣ ଦୀର୍ଘ ଦିନ ଧରି ହନୁମାନ ଚାଳିଶା ପାଠ କରିବା ପରେବି ସୁଦ୍ଧା କିଛି ଲାଭ ମିଳିପାରେ ନାହିଁ । ତେବେ ଏହାର କାରଣ ହେଉଛି ହନୁମାନ ଚାଳିଶା ପାଠ କରିବାର ଭୁଲ ନିୟମ । ଯାହାକୁ ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ । ତେବେ କହି ରଖିବୁ ଯେ ହନୁମାନ ଚାଳିଶା ପାଠ କରିବାର ଆଠଟି ବିଧି ରହିଛି ।

ଯାହାକୁ ଉପଯୁକ୍ତ ଭାବରେ ପାଳନ କରୁଥିବା ବ୍ୟକ୍ତିକୁ ଜୀବନରେ କେବେବି କୌଣସି ଅଭାବ ହୁଏନାହିଁ । ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଖରାପ ଆତ୍ମା ଦୂରେଇ ଯାଏ । ଏହାଦ୍ବାରା ଆଖପାଖ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ହନୁମାନ ଚାଳିଶା ପାଠ ଦ୍ୱାରା ଅନେକ ପାରିବାରିକ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ ।

ପ୍ରଥମତଃ ଯଦି ଆପଣ ପ୍ରତ୍ୟେକ ଦିନ ହନୁମାନଙ୍କୁ ପୂଜା କରି ହନୁମାନ ଚାଳିଶା ପାଠ କରୁଛନ୍ତି ତେବେ ଶୁଦ୍ଧ ହୋଇ ପରିଷ୍କାର ପୋଷାକ ପିନ୍ଧି ହିଁ ଏହାକୁ ପାଠ କରନ୍ତୁ । ଅସୁବିଧା ସମୟରେ ଆପଣ ସେହି ଅବସ୍ଥାରେ ପାଠ କରି ପାରନ୍ତି । ହନୁମାନ ଚାଳିଶା ସର୍ବଦା ନାଲି ଆସନ ଉପରେ ବସି ପାଠ କରିବା ଉଚିତ । ଏହାଦ୍ବାରା ହନୁମାନ ଆକର୍ଷିତ ହୁଅନ୍ତି । ଏହାବ୍ୟତୀତ ଆପଣ କୌଣସି କମ୍ବଳ ନେଇ ପାରିବେ ।

ହନୁମାନ ଚାଳିଶା ପାଠ କରିବା ସମୟରେ ପ୍ରସାଦ ଆକାରରେ ଗୁଡ଼ ଚୁରମା କିମ୍ବା ଚଣା କିମ୍ବା ତୁଳସୀ ପତ୍ର ନିଶ୍ଚୟ ରଖନ୍ତୁ । ହନୁମାନଙ୍କ ଶୃଙ୍ଗାର ପାଇଁ ସିନ୍ଦୁର ଏବଂ ଚମେଲି ତେଲ ମିଶାଇ ପ୍ରତ୍ୟେକ ଦିନ ତିଳକ କରନ୍ତୁ । ପାଣିରେ ଗଙ୍ଗା ଜଳ ମିଶାଇ ଅଭିଷେକ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରିବାର ଏକ ଦୁଇ ତିନି ଘଣ୍ଟା ପୂର୍ବରୁ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଚାଳିଶା ପାଠ ପରେ ଅତି କମରେ ଦୁଇଦିନ ପର୍ଯ୍ୟନ୍ତ ନିଜକୁ ପବିତ୍ର ରଖନ୍ତୁ ।

ଆପଣ ମଙ୍ଗଳବାର କିମ୍ବା ଶନିବାର ଦିନ ହିଁ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଲଗାତାର ୪୦ ଦିନ ପର୍ଯ୍ୟନ୍ତ ପାଠ କରନ୍ତୁ । ଏହା କରିବା ଦ୍ୱାରା ଚାକିରୀ ଜନିତ ସମସ୍ୟା ଦୂର ହୋଇଯିଜ । ନଚେତ ଆପଣ କେବଳ ୨୧ ଦିନ ପର୍ଯ୍ୟନ୍ତ ହନୁମାନ ମନ୍ଦିରକୁ ଖାଲି ପାଦରେ କିମ୍ବା ଡାଇବେଟିସ ସମସ୍ୟା ଥିଲେ ସ୍ଲିପର ପିନ୍ଧି ହନୁମାନ ମନ୍ଦିରକୁ ଯାଇ ଘିଅ ଦୀପ ଜାଳି ପାରିବେ । ଆପଣ ଚାହିଁଲେ ଚମେଲି ତେଲରେ ମଧ୍ୟ ଦୀପ ଜାଳି ପାରିବେ ।

ଏହାପରେ ସିନ୍ଦୁରରେ ଚମେଲି ତେଲ ମିଶାଇ ହନୁମାନଙ୍କୁ ତିଳକ କରନ୍ତୁ । ମହିଳା ମାନେ ହନୁମାନଙ୍କୁ ସ୍ପର୍ଶ ନକରି ମନ୍ଦିର ପଣ୍ଡିତଙ୍କ ସହାୟତାରେ ତିଳକ କରି ପାରିବେ । ମାତ୍ର ପୁରୁଷ ମାନେ ନିଜେ ତିଳକ କରି ପାରିବେ । ଏହାପରେ ସମ୍ପୂର୍ଣ୍ଣ ବିଧି ସହିତ ହନୁମାନ ଚାଳିଶା ପାଠ କରନ୍ତୁ ।

ଶତ୍ରୁ ସମସ୍ୟା ରହିଥିଲେ ବଜରଙ୍ଗପାଠ କରିବା ଆରମ୍ଭ କରିବା ଉଚିତ ଯାହାକୁ କେବଳ ପୁରୁଷ ମାନେ କରି ପାରିବେ । ଯଦି ଆପଣ କୌଣସି ମନସ୍କାମନା ପାଇଁ ହନୁମାନ ଚାଳିଶା ପାଠ କରିବା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର କିମ୍ବା ଶନିବାର ଦିନ ଆରମ୍ଭ କରନ୍ତୁ । ଏହାକୁ ମୋଟ ୧୧ ଟି ଶନିବାର ଏବଂ ୧୧ ଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ଗୋଟିଏ ଦିନରେ ଏହାକୁ ୨୧ ଥର ପାଠ କରନ୍ତୁ । ଏଥିପାଇଁ ଶୁଭ ମୁହୂର୍ତ୍ତ ହେଉଛି ସକାଳ ୪ ସମୟ ।

ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ଚମେଲି ତେଲ ଦୀପ , ତୁଳସୀ ପ୍ରସାଦ ଏବଂ ଏକ ଲୋଟା ଗଙ୍ଗା ଜଳ ରଖି ପ୍ରଥମେ ଭଗବାନ ଗଣେଶ ଏବଂ ନିଜ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିବା ପରେ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରି ହନୁମାନ ଚାଳିଶା ପାଠ କରନ୍ତୁ । ଏହି ସମୟରେ ପଛରୁ ଯିଏ ଡାକିଲେ ବି ଧ୍ୟାନ ନଦେଇ ସମ୍ପୂର୍ଣ୍ଣ ଭାବରେ ହନୁମାନଙ୍କ ଭକ୍ତିରେ ମଗ୍ନ ରୁହନ୍ତୁ । ଏହି ସମୟରେ ମନକୁ ଖରାପ ଚିନ୍ତାଧାରା ମଧ୍ୟ ଆଣନ୍ତୁ ନାହିଁ । ପାଠ କରିବା ପରେ ପ୍ରସାଦକୁ ବାଣ୍ଟି ଦିଅନ୍ତୁ । ଏହାଦ୍ବାରା ଚାଳିଶାର ଫଳ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *