Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଏପ୍ରିଲ ୨୦ ସୂର୍ଯ୍ୟପରାଗ , ଏହି ଚାରୋଟି ରାଶିର ବଦଳିବ ଭାଗ୍ୟ ଏବଂ ଅନ୍ୟ ଚାରି ରାଶିର ହେବ ଭୟଙ୍କର କ୍ଷତି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଏପ୍ରିଲ ୨୦ ଦିନ ବଡ଼ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଭାରତରେ ସୂର୍ଯ୍ୟପରାଗକୁ ଅତ୍ୟନ୍ତ ଶୁଭ ମାନାଯାଏ ଏବଂ ଏଥିପାଇଁ ଅନେକ ନୀତି ନିୟମ ମଧ୍ୟ ପ୍ରଣୟନ କରାଯାଏ । ଏହି ସମୟରେ ଅଧିକାଂଶ କାର୍ଯ୍ୟ ବର୍ଜିତ ରହିଥାଏ । ଏଥର ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଭାରତରେ ସୂତକ କାଳକୁ ମାନିବା ବାଧ୍ୟତାମୂଳକ ନୁହେଁ।

ଏଥରର ସୂର୍ଯ୍ୟପରାଗ ମେଷ ଏବଂ ଅଶ୍ୱିନୀ ନକ୍ଷତ୍ରରେ ଘଟିତ ହେଉ ଥିବାରୁ ଏହାର ଅଧିକ ପ୍ରଭାବ ମେଷ ରାଶି ଉପରେ ଅଧିକ ରହିବ ମାତ୍ର ଆଗାମୀ ଦୁଇ ଦିନରେ ଗୁରୁଗ୍ରହ ରାଶି ପରିବର୍ତ୍ତନ କରିଥିବାରୁ ଆଶ୍ୱସ୍ତି ମିଳିବ । ତେବେ ଏହି ସୂର୍ଯ୍ୟପରାଗ କାରଣରୁ ଚାରୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଏଥରର ସୂର୍ଯ୍ୟପରାଗର ଅବଧି ସମ୍ପୂର୍ଣ୍ଣ ୫ ଘଣ୍ଟା ୨୪ ମିନିଟ ପର୍ଯ୍ୟନ୍ତ ରହିବ ଯାହାକି ସକାଳ ୭.୦୫ ରୁ ଆରମ୍ଭ ହେବ । ତେବେ ଏହି କାରଣରୁ ସର୍ବମୋଟ ୧୨ ରାଶି ଉପରେ ଖରାପ ଭଲ କିଛି ପ୍ରଭାବ ନିଶ୍ଚୟ ପଡ଼ିବ ।

ଏହିସମୟରେ କୌଣସି ମାଙ୍ଗଳିକ ଏବଂ ଶୁଭ କାର୍ଯ୍ୟ ବର୍ଜିତ ଅଟେ ଏବଂ ଏହି ସମୟରେ ଘରର ପୂଜାଘର ଏବଂ ମନ୍ଦିର ବନ୍ଦ ରହିଥାଏ । ଏହି ସମୟରେ ଉଭୟ ଗର୍ଭବତୀ ମହିଳା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ସତର୍କ ରହିବା ଉଚିତ ଏବଂ ଜରୁରୀ ନଥିଲେ ବାହାରକୁ ଯିବା ଉଚିତ ନୁହେଁ । ମେଷ ରାଶି ଉପରେ ଏହି ପରାଗର ଅଧିକ ପ୍ରଭାବ ରହିବ । ଯେଉଁ କାରଣରୁ ଏମନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ ।

ମାନସିକ ଦୁଶ୍ଚିନ୍ତା ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟ ଏବଂ ଚାକିରୀ ଜନିତ ସମସ୍ୟା କାରଣରୁ ମଧ୍ୟ ଚିନ୍ତାରେ ରହି ପାରନ୍ତି । ତେଣୁ ଏହି ରାଶିର ବ୍ୟକ୍ତି ମହାଦେବଙ୍କୁ ଆରାଧନା କରିବା ଉଚିତ ହୋଇଥାଏ । ଏହି ପରାଗରେ ବୃଷଭ ରାଶିର ବ୍ୟକ୍ତି ଖୁବ ଲାଭନ୍ୱିତ ହେବେ ଏବଂ ଏମାନଙ୍କୁ ଏକାଧିକ ସ୍ରୋତରୁ ଧନ ପ୍ରାପ୍ତି ହେବ । ଚାକିରୀ ସମେତ ଅନ୍ୟାନ୍ୟ ସ୍ରୋତରେ ମଧ୍ୟ ରୋଜଗାର ପାଇଁ ଉଦ୍ୟମ କରି ପାରନ୍ତି ।

ଏହି ସମୟରେ ଆପଣଙ୍କ ଚତୁଃପାର୍ଶ୍ଵ ସକାରାତ୍ମକ ରହିବ । ରୋଜଗାର ସନ୍ଧାନରେ ଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ । କୌଣସି ଶାରୀରିକ ତ୍ରୁଟି ଦେଖା ଦେଇପାରେ ତେଣୁ ସତର୍କ ରୁହନ୍ତୁ । ମିଥୁନ ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ସହିତ ମାନ ସମ୍ମାନ ପ୍ରାପ୍ତ ହେବ । କୋର୍ଟ କଚେରୀ ଜନିତ ସମସ୍ୟାରେ ସମାଧାନ ହେବ ଏବଂ ଆପଣଙ୍କ ସପକ୍ଷରେ ହେବ । ଦୁଇଦିନ ପରେ ଦେବେଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ ଏବଂ ମେଷ ରାଶିରେ ଉପସ୍ଥିତ ରହିବେ । ଦେବଗୁରୁଙ୍କ କାରଣରୁ ଆମଦାନୀରେ ଅଜସ୍ର ବୃଦ୍ଧି ହେବ ଏବଂ ଏକାଧିକ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହେବ । ଏହି ସମୟରେ ଆପଣଙ୍କୁ କ୍ୟାରିଅରରେ ସଫଳତା ମିଳିବା ସହିତ ବେତନରେ ମଧ୍ୟ ବୃଦ୍ଧି ହେବ । ମାତ୍ର ଏହି ସମୟରେ ଅନ୍ୟ ପାଇଁ ଅଯଥା କାର୍ଯ୍ୟଭାର ନିଅନ୍ତୁ ନାହିଁ । କାରଣ ଏହା ଆଗାମୀ ସମୟରେ ଆପଣଙ୍କ କ୍ଷତି କରିବ ।

କେବଳ ମିଳୁଥିବା ଶୁଭ ପରିଣାମକୁ ବଢ଼ାଇବା ପାଇଁ କିମ୍ବା ବଜାୟ ରଖିବା ପାଇଁ ଶିବ ପଞ୍ଚାସ୍ତୋତ୍ର ପାଠ କରନ୍ତୁ । ଆଗାମୀ ରାଶି ହେଉଛି ତୁଳା ରାଶି କାରଣ ଦେବଗୁରୁ ବୃହସ୍ପତି ଏହି ରାଶିର ସପ୍ତମ ଭାଗରେ ପ୍ରବେଶ କରିବେ । ଏହି ଗୁରୁ ଗୋଚର ଆପଣଙ୍କ ଜୀବନରେ ଅନେକ ସଫଳତା ଆଣିବ । ଏହି ରାଶିର ବ୍ୟକ୍ତିଙ୍କର ବ୍ୟାପାରରେ ବୃଦ୍ଧି ହେବା ସହିତ ଆମଦାନୀରେ ମଧ୍ୟ ବୃଦ୍ଧି ହେବ । ଜୀବନ ସାଥି ସହିତ ସମ୍ପର୍କ ମଧୁର ହେବ ।

ଗୁରୁଜନଙ୍କ ସହିତ ମତଭେଦ ଦୂର ହେବ ମାତ୍ର ନିଜର ନିଷ୍ପତ୍ତିକୁ ଉଚିତ ରଖିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଖର୍ଚ୍ଚ ସହିତ ଉତ୍ତମ ଧନ ଲାଭ ହେବ । ପୈତୃକ ସମ୍ପତ୍ତି ମିଳିପାରେ । କେବଳ ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଶୁଭ ଫଳ ପାଇବା ପାଇଁ ଦେବଗୁରୁ ବୃହସ୍ପତିଙ୍କୁ ପୂଜା କରିବା ସହିତ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଶୁଭ ଫଳ ପ୍ରାପ୍ତି ପାଇଁ କଲଦୀ ଗଛର ମୂଳକୁ ପୂଜା କରନ୍ତୁ । ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ଧନୁ ରାଶି । ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ପୁରା ସାଥ ମିଳିବ । ବ୍ୟାପାରି ମାନଙ୍କୁ ଲାଭ ମିଳିବ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ପଦୋନ୍ନତି ହେବ । ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *