Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟେକ ଦିନ ପୂଜାରେ ଦୀପ ଜାଳାଇ କହି ଦିଅନ୍ତୁ ଏହି ତିନୋଟି ଶବ୍ଦ । ଆଗାମୀ ଦିନ ହିଁ ଶତ୍ରୁ ହାତ ମୁଠାରେ । 

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ଘରେ ଦୀପ ଜାଳିବାର ଅନେକ ମହତ୍ତ୍ୱ ରହିଛି । ଘରେ ଅତି କମରେ ସନ୍ଧ୍ୟା ସମୟରେ ଦୀପ ଜାଳିବା ଉଚିତ । କାରଣ ଘରେ ଦୀପ ଜାଳିବା ଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ଯଦି ଆପଣ ଘରେ ପ୍ରତ୍ୟେକ ଦିନ ଦୀପ ନଜାଳନ୍ତି ତେବେ ଘରର ବାତାବରଣ ନକରାତ୍ମକ ହେବା ସହିତ ଘରର ମୁରବୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ ।

ଯେଉଁ କାରଣରୁ ଘରର ମୁରବୀ ମାନସିକ ଚିନ୍ତା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ହେବା ସହିତ ଘରର ଛୋଟ ପିଲାମାନେ ମଧ୍ୟ ଗୁରୁଜନଙ୍କ କଥା ମାନନ୍ତି ନାହିଁ । ସନ୍ଧ୍ୟା ସମୟରେ ନକରାତ୍ମକତା ଅଧିକ ବୃଦ୍ଧି ହୋଇଥାଏ ତେଣୁ ଏହି ସମୟରେ ସୋରିଷ ତେଲ କିମ୍ବା ଘିଅ ଦୀପ ଜାଳିବା ନିତାନ୍ତ ଜରୁରୀ ଅଟେ । ଯଦି ଘରର ସଦସ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ହୁଅନ୍ତି ତେବେ ଏହା ମଧ୍ୟ ନକରାତ୍ମକତା କାରଣରୁ ହୋଇଥାଏ ତେଣୁ ଘରେ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ଜାଳି ଦିଅନ୍ତୁ ।

ଆପଣ ନିଜେ ନକଲେ ବି ଘରର କୌଣସି କୌଣସି ସଦସ୍ୟ ଏହି କାମ କରି ପାରିବେ । ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା କିମ୍ବା ଚାକିରୀ ମିଳୁନାହିଁ ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଘରର ଉତ୍ତର ଦିଗରେ ଘିଅ ଦୀପ ଜଳାନ୍ତୁ । ଏହାଦ୍ବାରା ଆପଣଙ୍କର ଚାକିରୀ ଜନିତ ସମସ୍ୟା ଦୂରେଇ ଯିବ । ଘିଅ ଦୀପ କିମ୍ବା ସୋରିଷ ତେଲ ଦୀପ ଜାଳିଲେ ଏଥିରୁ ବାହାରୁ ଥିବା ରଶ୍ମି ଘରର ନକରାତ୍ମକତାକୁ ନଷ୍ଟ କରିଥାଏ ।

ଦୀପ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ଘରେ ସ୍ଥାୟୀ ବାସ କରନ୍ତି । ଦ୍ୱିତୀୟତଃ ଘରେ ଏକ ସ୍ୱତନ୍ତ୍ର ପୂଜା ଘର ତିଆରି କରି ଲୋକେ ଭିନ୍ନ ଭିନ୍ନ ଦେବଦେବୀଙ୍କ ଫୋଟ କିମ୍ବା ମୂର୍ତ୍ତି ରଖିଥାନ୍ତି ଯାହାଦ୍ୱାରା ସେହି ଦେବଦେବୀଙ୍କ କୃପା ପ୍ରାପ୍ତ କରିହେବ ଏବଂ ଦେବଦେବୀଙ୍କ ସୁନ୍ଦର ମୁଖ ଦର୍ଶନ ସହିତ ମନସ୍କାମନାକୁ ମଧ୍ୟ ପୂରଣ କରିହେବ ।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ ପୂଜାଘରେ କେଉଁ ଦୁଇଟି ମୂର୍ତ୍ତି ଏକା ସାଥିରେ ରଖିଲେ ରାଜଯୋଗ ସୃଷ୍ଟି ହୋଇଥାଏ ଏବଂ ଏହା ଭାଗ୍ୟ ବଦଳାଇ ଦେଇଥାଏ । ଯଦି ଆପଣ ଘରେ ଶ୍ରୀକୃଷ୍ଣ କିମ୍ବା ବାଲ ଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ସାଥିରେ ଶ୍ରୀରାଧାଙ୍କ ମୂର୍ତ୍ତି ରଖି ପୂଜାକଲେ ଗୃହ କ୍ଳେଶ ହୁଏନାହିଁ । କାରଣ ରାଧା କୃଷ୍ଣଙ୍କୁ ପ୍ରେମ ଏବଂ ଏକତାର ମଶାଲ ମାନା ଯାଇଥାଏ ।

ଯେଉଁ ଘରେ ରାଧା କୃଷ୍ଣଙ୍କ ମିଳିତ ଫୋଟ କିମ୍ବା ମୂର୍ତ୍ତି ଥାଏ ସେହି ଘରେ କେବେ ଅଶାନ୍ତି ଦେଖା ଦିଏନାହିଁ । ଯଦି ଆପଣ ଘରେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ମିଳିତ ଭାବରେ ପୂଜା କରନ୍ତୁ । କାରଣ ଲକ୍ଷ୍ମୀନାରାୟଣଙ୍କ ପୂଜା କରିବା ଦ୍ୱାରା ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ । କେବଳ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଥିଲେ ବାମ ପାର୍ଶ୍ଵରେ ଭଗବାନ ଗଣେଶ କିମ୍ବା କୁବେରଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟାରେ ସୁଧାର ଆସିଥାଏ ।

ଆପଣ ଘରେ ହନୁମାନଙ୍କ ମୂର୍ତ୍ତି କିମ୍ବା ଫୋଟ ଅନ୍ୟ ଦେବଦେବୀଙ୍କ ସହିତ ରଖି ପାରିବେ । ମାତ୍ର ଯଦି ଆପଣ ଶ୍ରୀରାମ ଦରବାରର ଫୋଟ ରଖି ପୂଜା କରନ୍ତି ତେବେ ସବୁ ଦେବଦେବୀଙ୍କ କୃପା ମିଳିତ ଭାବରେ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଜୀବନରେ ରାଜଯୋଗର ପ୍ରାପ୍ତି ହୋଇଥାଏ । ପୂଜାଘର ନିଶ୍ଚିତ ଭାବରେ ତ୍ରିଦେବଙ୍କ ମୂର୍ତ୍ତି କିମ୍ବା ଫୋଟ ରଖି ପୂଜା କରନ୍ତୁ । ତ୍ରିଦେବଙ୍କ ମିଳିତ ଭାବରେ ଦର୍ଶନ କଲେ ଜୀବନର ସବୁ ବାଧା ବିଘ୍ନ ଦୂର ହୋଇଥାଏ ।

ଏହାବ୍ୟତୀତ କିଛି ଏପରି ଫୋଟ ଏବଂ ମୂର୍ତ୍ତି ଅଛି ଯାହାକୁ ଘରର ପୂଜା ଘରେ ସ୍ଥାନ ଦେବା ଉଚିତ ନୁହେଁ । କେବେବି ଘରର ପୂଜାଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ୧ , ୩ ଏବଂ ୫ ସଂଖ୍ୟାରେ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଗଣେଶଙ୍କ ଚେହେରା ସର୍ବଦା ମୁଖ୍ୟଦ୍ୱାର ଦିଗରେ ରହିଲେ ଧନ ପ୍ରାପ୍ତି ହୋଇଥାଏ । ଘରେ ଏକାଧିକ ଏବଂ ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ଶିବଲିଙ୍ଗରେ ଭୁଲରେ ବି ତୁଳସୀ ଅର୍ପିତ କରନ୍ତୁ ନାହିଁ ନଚେତ ଏହାଦ୍ବାରା ଦେବଦେବୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ଘରେ ହନୁମାନଙ୍କ ମୂର୍ତ୍ତି ରଖୁଥିଲେ ସର୍ବଦା ବସିଥିବା ମୁଦ୍ରାରେ ହିଁ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ । ନଚେତ ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *