Excuse Me Odisha

ଯାହା କହିବୁ ସତ କହିବୁ

ନଖ କାଟି ଥରେ ଏଥିରେ ଫିଙ୍ଗି ଦେବା ଦ୍ୱାରା ହୋଇଥାଏ ଏହିଭଳି । ଯାହା ଆପଣ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଆମ ହିନ୍ଦୁ ଧର୍ମରେ ଅନେକ ପୁରା କାଳରୁ ଏଭଳି ଅନେକ ପରମ୍ପରା ଚାଲି ଆସୁଛି ଯାହାକୁ ଆଜିବି ସେତିକି ନିଷ୍ଠାର ସହିତ ପାଳନ କରାଯାଉଛି । ଏହିଭଳି ଏକ ପରମ୍ପରା ନଖ ସହିତ ଜଡ଼ିତ ଅଟେ । ଘରର ଗୁରୁଜନ ମାନେ ସପ୍ତାହରେ କେଉଁ ଦିନ ନଖ କାଟିବା ଉଚିତ ଏବଂ କେଉଁଦିନ ଉଚିତ ନୁହେଁ ସେହି ବିଷୟରେ ସବୁବେଳେ ସତର୍କ କରାଇଥାନ୍ତି ।

କିନ୍ତୁ କହିରଖିବୁ ଯେ ନଖ ସହିତ ଜଡ଼ିତ କିଛି ବିଶେଷ ତୋଟକା ମଧ୍ୟ ରହିଛି । ଯେଉଁ ବିଷୟରେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ । ବିଶେଷ କରି ମଙ୍ଗଳବାର , ଗୁରୁବାର ଏବଂ ଶନିବାର ଦିନ ନଖ କାଟିବା ଉଚିତ ନୁହେଁ । ଏପରି ନକରିବାର ଉଭୟ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସାଧରଣତଃ ମନୁଷ୍ୟର ଆଙ୍ଗୁଠିର ଅଗ୍ର ଭାଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ ଯାହାକୁ ଏହି ସବୁ ବାର ମାନଙ୍କରେ ବ୍ରହ୍ମାଣ୍ଡରୁ ଆସୁଥିବା ଅନେକ ଶକ୍ତି ପ୍ରଭାବ ପକାଇ ଥାଏ ।

ତେଣୁ ଏହି ଦିନ ମାନଙ୍କରେ ନଖ କାଟିବା ବର୍ଜିତ ମାନା ଯାଇଥାଏ । ଏମିତିରେ ମଙ୍ଗଳବାର ମଙ୍ଗଳ ଗ୍ରହ ସହିତ ଜଡ଼ିତ ଏବଂ ମଙ୍ଗଳ ମନୁଷ୍ୟର ରକ୍ତ ସହିତ ସମ୍ବନ୍ଧିତ ଅଟେ । ସେହିଭଳି ଗୁରୁବାର ବୃହସ୍ପତି ଗ୍ରହ କିମ୍ବା ଗୁରୁ ଗ୍ରହ ସହିତ ଜଡ଼ିତ ଅଟେ ଯାହାକି ମନୁଷ୍ୟର ବୁଦ୍ଧି ଏବଂ ଶନିବାର ଦିନଟି ଶନି ଗ୍ରହ ଏବଂ ମନୁଷ୍ୟ ସହିତ ଏହା ମନୁଷ୍ୟର ଚର୍ମ ସହିତ ସମ୍ବନ୍ଧିତ ଅଟେ । ତେଣୁ ଏହି ସବୁ ଦିନ ମାନଙ୍କରେ ନଖ କାଟିବା ଦ୍ୱାରା ଗ୍ରହ ମାନଙ୍କର ଅଶୁଭ ପ୍ରଭାବ ମଧ୍ୟ ପଡ଼ିଥାଏ ।

ମାନ୍ୟତା ଅନୁଯାୟୀ ଶନିବାର ଦିନ ନଖ କାଟିବା ଦ୍ୱାରା ଆୟୁଷରେ ନ୍ୟୁନତା ହୋଇଥାଏ , ପରିବାରରେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ସେହିଭଳି ଗୁରୁବାର ଦିନ ନଖ କାଟିଲେ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଆସିଥାଏ । ଅନେକ ପ୍ରକାରର ରୋଗ ମଧ୍ୟ ଦେଖା ଦେଇଥାଏ । ମଙ୍ଗଳବାର ଦିନ ନଖ କାଟିଲେ ରକ୍ତ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ ଏବଂ ଭାଇ ମାନଙ୍କ ସହିତ ସମ୍ବନ୍ଧ ଖରାପ ହେବା ସହିତ ଜମି ଜମା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

ଅନେକ ସମୟରେ ଲୋକେ ନଖ କାଟି ଏଣେତେଣେ ଫିଙ୍ଗି ଦିଅନ୍ତି । ତେବେ କହିବାକୁ ଗଲେ ଏହି ଅଭ୍ୟାସ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହାଦ୍ବାରା ଆପଣ ନିଜ ଜୀବନରେ ହିଁ ସମସ୍ୟାକୁ ଆମନ୍ତ୍ରଣ ଦେଇଥାନ୍ତି । ଆପଣ ଏଭଳି କଲେ ହୁଏତ ସେହି କଟା ନଖକୁ ଉପଯୋଗ କରି ଲୋକେ ଯାଦୁ ତନ୍ତ୍ର ମନ୍ତ୍ର କରି ପାରନ୍ତି । କାରଣ ଲୋକେ ସ୍ୱାଭାବିକ ଭାବରେ ନିଜର ଶତ୍ରୁତା ପାଇଁ ନିଜ ବିରୋଧି ଉପରେ ଯାଦୁ ଟୋନା କରିଥାନ୍ତି ଏବଂ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି । ଏହାଦ୍ବାରା ବାସ୍ତବରେ ହିଁ ବ୍ୟକ୍ତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ନଖ କାଟି ସାରିବା ପରେ ତାକୁ ଏଣେତେଣେ ଫିଙ୍ଗନ୍ତୁ ନାହିଁ ।

ଏମିତିକି ରାତିରେ ନଖ କାଟିବା ମଧ୍ୟ ବର୍ଜିତ ମାନା ଯାଇଛି । ଏହାର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେଣୁ ଏଭଳି କାମ ଆଦୋୖ କରିବା ଉଚିତ ନୁହେଁ ନଚେତ ଆପଣ ସମସ୍ୟାରେ ପଡ଼ି ପାରନ୍ତି । ଏମିତିକି ଘର ଭିତରେ ବସି ନଖ କାଟିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ ।

ଏହାଦ୍ବାରା ମାତା ଲକ୍ଷ୍ମୀ ବିରକ୍ତ ହେବା ସହିତ ସମ୍ପର୍କରେ ମଧ୍ୟ ତିକ୍ତତା ଆସିଥାଏ । କିନ୍ତୁ ନଖ କାଟିବା ଜରୁରୀ ଅଟେ । ତେଣୁ କିଛି ନିୟମ ଅନୁଯାୟୀ ବିଶେଷ ଦିନରେ କାଟିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ । ସଂକ୍ରମଣରୁ ବର୍ତ୍ତିବା ପାଇଁ ନଖ କାଟିବା ନିହତି ଜରୁରୀ ଅଟେ । ନଖ କାଟି ସାରିବା ପରେ ସେହି ନଖକୁ ଦୁବ ଘାସ ମୂଳରେ ମାଟିରେ ଦବାଇ ଦିଅନ୍ତୁ । ଏହାବ୍ୟତୀତ ଏହି ସ୍ଥାନରେ ଦବାଇବା ଦ୍ୱାରା କୌଣସି ପ୍ରକାରର ଦୋଷ ମଧ୍ୟ ଲାଗି ନଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *