Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୨୦ ସୂର୍ଯ୍ୟପରାଗ ରହିବ ଅତ୍ୟନ୍ତ ପ୍ରଭାବଶାଳୀ । ଏହି 6ଟି ରାଶିର ବ୍ୟକ୍ତି ହେବେ କୋଟିପତି ।

ସେୟାର୍ କରନ୍ତୁ

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମେଷ ରାଶି ଏବଂ ଅଶ୍ୱିନୀ ନକ୍ଷତ୍ରରେ ଘଟିତ ହେବାକୁ ଯାଉଛି । ଭାରତରେ ଏହାର ଜ୍ୟୋତିଷିକ ଏବଂ ଧାର୍ମିକ ମହତ୍ତ୍ୱ ବେଶ ଅଧିକ ରହିଛି । ତେଣୁ ସୂର୍ଯ୍ୟପରାଗକୁ ଭାରତରେ ଅଶୁଭ ଘଟଣା ମାନା ଯାଇଥାଏ ଏବଂ ଏହାକୁ ନେଇ ଅନେକ ନିୟମ ମଧ୍ୟ ମାନିବାକୁ ପଡ଼ିଥାଏ । ସୂର୍ଯ୍ୟପରଗର ପ୍ରଭାବ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଉଭୟ ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ ।

ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ରେ ମେଷ ରାଶିରେ ଲାଗିବାକୁ ଯାଉଛି ଯାହାକି ପାଖାପାଖି ୫ ଘଣ୍ଟା ୨୪ ମିନିଟ ପର୍ଯ୍ୟନ୍ତ ରହିବ । ସୂର୍ଯ୍ୟ ଗ୍ରହଣ ପରେ ଶୁଭ ଗ୍ରହ ଗୁରୁର ରାଶି ପରିବର୍ତ୍ତନ ହେବ ଯାହାକି ରାଶି ଉପରେ ଖରାପ ପ୍ରଭାବକୁ କମ କରିବ । କିନ୍ତୁ କିଛି ରାଶି ଉପରେ ଏହାର ଅଧିକ ଶୁଭ ପ୍ରଭାବ ରହିବାକୁ ଯାଉଛି । ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ନିଜର ପ୍ରିୟ ରାଶି ମେଷ ରାଶିରେ ଉଚ୍ଚରେ ରହିବେ ଏବଂ ଚଳିତ ବର୍ଷର ସୂର୍ଯ୍ୟପରାଗର ସମୟ ଏପ୍ରିଲ ୨୦ , ୦୭.୦୫ ସମୟରେ ଏବଂ ସମାପ୍ତି ୧୨.୨୯ ରେ ହେବ ।

ଶାସ୍ତ୍ରରେ ଅନୁଯାୟୀ ସୂର୍ଯ୍ୟପରାଗ ଆସିବା ପରେ ପୃଥିବୀରେ ଅନେକ ଆପଦ ଆସିଥାଏ ଯେମିତିକି ଚନ୍ଦ୍ରଗ୍ରହଣ ଦ୍ୱାରା ପାଣି ସହିତ ଜଡ଼ିତ ଆପଦ ଅଧିକ ଆସିଥାଏ । କହିରଖିବୁ ଯେ ଏଥରର ସୂର୍ଯ୍ୟପରାଗ ଭାରତରେ ନୁହେଁ ବରଂ ଥାଇଲାଣ୍ଡ , ଚୀନ , ଆମେରିକା , ଆଣ୍ଟାର୍କଟିକା , ଭିଏତନାମ , ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଦୃଶ୍ୟମାନ ହେବ । ତେଣୁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ । କିନ୍ତୁ ସୂର୍ଯ୍ୟପରାଗ କାରଣରୁ ସମଗ୍ର ୧୨ ଟି ରାଶି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ।

ତେଣୁ କିଛି ସାବଧାନତା ଅନୁଯାୟୀ ସୂର୍ଯ୍ୟପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ ପୂଜାପାଠ କରିବା ଉଚିତ ନୁହେଁ । ଏହି ସମୟରେ ଗର୍ଭବତୀ ମହିଳା ଏବଂ ରୋଗୀ ସ୍ୱତନ୍ତ୍ର ସତର୍କତା ପାଳନ କରିବା ଉଚିତ । ଏହି ପରାଗ କାରଣରୁ ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ରହିବ । ତେଣୁ ଏହି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟେ । ତେଣୁ ଏହି ସମୟରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।

ମାତ୍ର ଆଗାମୀ ଗୁରୁ ସ୍ଥାନ ବଦଳାଇବା କାରଣରୁ ଆପଣଙ୍କୁ ଆଶ୍ୱସ୍ତି ମିଳିପାରେ । ସୂର୍ଯ୍ୟପରାଗ ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ମେଷ ରାଶିର ବ୍ୟକ୍ତି ବିଶେଷ ପ୍ରଭାବରୁ ମୁକ୍ତ ରହିବା ପାଇଁ ମହାଦେବଙ୍କ ଆରାଧନା କରନ୍ତୁ । ସୂର୍ଯ୍ୟପରାଗର ପ୍ରଭାବ ଚାରୋଟି ରାଶି ଉପରେ ସର୍ବାଧିକ ପଡ଼ିବ । ଯେଉଁ କାରଣରୁ ଏମାନଙ୍କୁ ଚାକିରୀରେ ପଦୋନ୍ନତି , ଧନ ଲାଭ ମିଳିବ । ତେବେ ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ବୃଷଭ ରାଶି । ଯେଉଁ ରାଶିର ବ୍ୟକ୍ତି ବିଶେଷଙ୍କ ଆମଦାନୀରେ ବୃଦ୍ଧି , ବିଦେଶୀ ଧନ ପ୍ରାପ୍ତି , ଜୀବନସାଥୀ ତରଫରୁ ଧନ ପ୍ରାପ୍ତି , ଏକାଧିକ ଉତ୍ସରୁ ଧନ ପ୍ରାପ୍ତି ହେବ । ଏହି ରାଶିର ବ୍ୟକ୍ତିଙ୍କ ଚତୁଃପାଶ୍ୱର୍ରେ ସକାରାତ୍ମକ ବାତାବରଣ ରହିବ ।

ରୋଜଗାର ସନ୍ଧାନରେ ଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ । ବାମ ଆଖି କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଶୁଭ ଫଳ ପାଇଁ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ । ଏହି ସମୟରେ ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ମିଥୁନ ରାଶି । ସୂର୍ଯ୍ୟପରାଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବ । ଯାତ୍ରାର ଯିବାର ଯୋଗ ବନୁଛି ।

ଅଟକି ରହିଥିବା ଧନ ଫେରି ପାଇବେ । ବୈବାହିକ ଜାତକ ପାଇଁ ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ରାଜନୈତିକ ଏବଂ ବ୍ୟବସାୟିକ ଲାଭ ପ୍ରାପ୍ତ ହେବ ଏବଂ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ । ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ତୁଳା ରାଶି । ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବାକୁ ଯାଉଛି । ଗୁରୁଙ୍କ ଗୋଚର ଏହି ରାଶିର ବ୍ୟକ୍ତିଙ୍କୁ ଅନେକ ଲାଭ ଦେବ । ମାନ ସମ୍ମାନ ଏବଂ ବ୍ୟାପାରରେ ମଧ୍ୟ ଉନ୍ନତି ହେବ । ଜୀବନସାଥୀ ସହିତ ସମ୍ପର୍କରେ ସୁଧାର ଆସିବ । ଭଲ ନିର୍ଣ୍ଣୟ ନେଇ ଆପଣ ନିଜ ଜୀବନରେ ଉନ୍ନତି ପାଇ ପାରିବେ ।

ଗୁରୁଜନଙ୍କ କାରଣରୁ ସୃଷ୍ଟି ହେଉଥିବା ମତଭେଦ ଦୂର ହେବ ଏବଂ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ସୁଧାର ଆସିବ । ଖର୍ଚ୍ଚ ସହିତ ଉତ୍ତମ ଧନ ଲାଭ ହେବାର ଯୋଗ ସୃଷ୍ଟି ହେଉଛି । ହଠାତ ଧନପ୍ରାପ୍ତି ହୋଇପାରେ । କେବଳ ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଶୁଭଫଳ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧି ଦେବଗୁରୁ ବୃହସ୍ପତିଙ୍କୁ ପୂଜା କରି ବ୍ରତ ରଖନ୍ତୁ । ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ଧନୁ ରାଶି । ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ସୌଭାଗ୍ୟର ପୁରା ସାଥ ମିଳିବ ଏବଂ ଚାକିରୀ ବ୍ୟବସାୟରେରେ ଉନ୍ନତି ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *