Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କଲେ ମନସ୍କାମନା ହୁଏ ପୂର୍ଣ୍ଣ । ଜାଣି ନିଅନ୍ତୁ ପୁରା ନିୟମ ।

ସେୟାର୍ କରନ୍ତୁ

ସକାଳୁ ସ୍ନାନ ସାରି ପୂଜା କରିବାକୁ ଗଲେ ସର୍ବପ୍ରଥମେ ପଞ୍ଚ ଦେବତାଙ୍କ ପୂଜା କରିବା ଉଚିତ ଯାହାକି ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି । ଆଦିତ୍ୟ , ଗଣନାଥ , ଦେବୀ , ରୁଦ୍ର ଏବଂ କେଶବ ଏହି ପାଞ୍ଚ ଦେବତାଙ୍କୁ ପ୍ରଥମେ ସ୍ମରଣ କରି ପୂଜା କରିବା ଉଚିତ । ଏହାପରେ ଅନ୍ୟ ଦେବଦେବୀଙ୍କ ବିଧି ବିଧାନର ସହିତ ପୂଜା କରିବା ଉଚିତ । ପ୍ରଥମେ ସ୍ନାନ ପରେ ଦେବତା ଆଦିତ୍ୟ ଅର୍ଥାତ ସୂର୍ଯ୍ୟନାରାୟଣଙ୍କୁ ପୂଜା କରିବା ଉଚିତ ।

ଯାହାକି ରବିପୁରାଣରେ ବର୍ଣ୍ଣିତ ହୋଇଛି । ଭବିଷ୍ୟ ପୁରାଣ ଅନୁଯାୟୀ ଯଦି ଆପଣ ସୂର୍ଯ୍ୟ ଦେବତାଙ୍କୁ ଗୋଟିଏ ଅରଖ ଫୁଲ ଦେଇ ପୂଜା କରନ୍ତି ତେବେ ଦଶଟି ସୁବର୍ଣ୍ଣ ଫୁଲର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଅର୍ଥାତ ଦଶଟି ସୁବର୍ଣ୍ଣ ଫଳର ମୂଲ୍ୟ ସହିତ ଗୋଟିଏ ଅରଖ ଫୁଲ ସମାନ ହୋଇଥାଏ ।

ପୁଣି ଶାସ୍ତ୍ର ଅନୁଯାୟୀ ଯଦି ହଜାରେ ରକ୍ତ ମନ୍ଦାର ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରାଯାଏ , ତାହା ଅପେକ୍ଷା ଗୋଟିଏ କନିଅର ଫୁଲ ଶ୍ରେୟସ୍କର ହୋଇଥାଏ । ପୁଣି ହଜାରେ କନିଅର ଫୁଲ ଠାରୁ ଗୋଟିଏ ବେଲ ପତ୍ର ଶ୍ରେୟସ୍କର ହୋଇଥାଏ । ହଜାରେ ବେଲ ପତ୍ର ଠାରୁ ଗୋଟିଏ ପଦ୍ମ ଫୁଲ ଅତି ପ୍ରିୟ ହୋଇଥାଏ । ହଜାରେ ପଦ୍ମ ଫୁଲ ଠାରୁ ଗୋଟିଏ ବଉଳ ଫୁଲ ସୂର୍ଯ୍ୟଙ୍କର ଆହୁରି ଅଧିକ ପ୍ରିୟ ଅଟେ ।

ଏସବୁର ଅର୍ଥ ଏହା ଯେ ଆପଣ ହଜାରେ ମନ୍ଦାର ଫୁଲ ଚଢ଼ାଇବା ପରିବର୍ତ୍ତେ ଗୋଟିଏ କନିଅର ଫୁଲ ଚଢ଼ାଇଲେ ଭଗବାନ ସୂର୍ଯ୍ୟ ଅଧିକ ପ୍ରସନ୍ନ ହୁଅନ୍ତି ଏବଂ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପୁଣି ହଜାରେ କନିଅର ଫୁଲ ଅପେକ୍ଷା ଯଦି ଆପଣ ଗୋଟିଏ ବେଲ ପତ୍ର ନିଷ୍ଠାର ସହିତ ଅର୍ପିତ କରନ୍ତି ତେବେ ତାହା ସୂର୍ଯ୍ୟଙ୍କୁ ଅଧିକ ପ୍ରିୟ ଅଟେ ।

ହଜାରେ ବେଲ ପତ୍ର ଠାରୁ ଗୋଟିଏ ପଦ୍ମ ଫୁଲ ସୂର୍ଯ୍ୟ ଦେବଙ୍କୁ ଅଧିକ ପ୍ରୀତ କରିଥାଏ । ହଜାରେ ପଦ୍ମ ଫୁଲ ଠାରୁ ଗୋଟିଏ ବଉଳ ଫୁଲ ସୂର୍ଯ୍ୟଙ୍କୁ ଅଧିକ ପ୍ରିୟ ଅଟେ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଦେବଙ୍କୁ ବଉଳ ଫୁଲ , କନିଅର , ରକ୍ତ ମନ୍ଦାର , ବେଲ ପତ୍ର ଆଦି ଅର୍ପିତ କରି ପ୍ରସନ୍ନ କରି ପାରିବା । ଏହାବ୍ୟତୀତ ଶମୀ ଫୁଲ , ନିଳୋତ୍ପଳ ଏବଂ ରକ୍ତ ପଦ୍ମ ଅର୍ପିତ କରି ମଧ୍ୟ ପ୍ରସନ୍ନ କରି ପାରିବା ।

ଆହୁରି ମଧ୍ୟ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ନାରାୟଣଙ୍କୁ ମଲ୍ଲି ଫୁଲ , ମାଳତି , ଚମ୍ପା , ଜୁହି , କାଶତଣ୍ଡି ଏବଂ ଅଶୋକ ଆଦିକୁ ଅର୍ପିତ କରି ମଧ୍ୟ ପ୍ରସନ୍ନ କରି ହୁଏ । ସୂର୍ଯ୍ୟ ପୂଜା ପରେ ଭଗବାନ ଗଣେଶଙ୍କ ପୂଜା କରିବାର ମଧ୍ୟ ବିଧି ରହିଛି । ତୁଳସୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ଫୁଲ ଗଣେଶଙ୍କୁ ଅର୍ପଣ କରାଯାଇ ପାରିବ । ଏସବୁ ଭଗବାନ ଗଣେଶଙ୍କ ପ୍ରିୟ ହୋଇଥାଏ ।

ମାତା ଭଗବତୀ , ଜଗଦମ୍ବା ଏବଂ ପାର୍ବତୀଙ୍କୁ ମଧ୍ୟ କିଛି ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଶାସ୍ତ୍ର ଅନୁଯାୟୀ ଭଗବାମ ଶିବଙ୍କୁ ଯେଉଁ ସବୁ ଫୁଲ ପ୍ରିୟ ଅଟେ । ସେହିସବୁ ମାତାଙ୍କୁ ମଧ୍ୟ ପ୍ରିୟ ଅଟେ । ଏସବୁ ବ୍ୟତୀତ ମାତା ପାର୍ବତୀଙ୍କୁ ଅପମାର୍ଗ ଫୁଲ ଅଧିକ ପ୍ରିୟ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ସବୁ ପ୍ରକାରର ନାଲି ପୁଷ୍ପ ମାତା ପାର୍ବତୀଙ୍କୁ ଅତି ପ୍ରିୟ ଅଟେ । ଏହାବ୍ୟତୀତ ସବୁ ପ୍ରକାରର ସୁବାସିତ ଏବଂ ଶ୍ୱେତ ପୁଷ୍ପ ମଧ୍ୟ ମାତା ପାର୍ବତୀଙ୍କୁ ଅତି ପ୍ରିୟ ଅଟେ । ମାତା ଦୁର୍ଗାଙ୍କୁ ପଳାସ , ଶ୍ୱେତ ପଦ୍ମ , ତଗର , ଚମେଲି , ବଉଳ , ମନ୍ଦାର , ଜୁହି , ଜହି , ଶିଶୁ , କନିଅର , ଅଗସ୍ତ୍ୟ , ଅପରାଜିତା ଏବଂ କଦମ୍ବ ଆଦି ଅତ୍ୟନ୍ତ ପ୍ରିୟ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *