Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ଏପରି ରଙ୍ଗଢଙ୍ଗ ପୁରା ଘରକୁ କରିଥାଏ ବିନାଶ,ପୁରା ଘର ହୋଇଯାଏ ଦାରିଦ୍ର୍ୟ ଏବଂ ସ୍ୱାମୀ ଉପରକୁ ଆସିଥାଏ ବିପଦ

ସେୟାର୍ କରନ୍ତୁ

ବିଶେଷ ଭାବରେ ଘରର ସୁଖ ସମୃଦ୍ଧି ସେହି ଘରର ସବୁ କାମ କରୁଥିବା ମହିଳା ଉପରେ ନିର୍ଭର କରିଥାଏ । ତେଣୁ କିଛି ଏଭଳି କାମ ରହିଛି ଯାହାକୁ ମହିଳା ମାନେ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ କେବେ ଘରକୁ ଆସନ୍ତି ନାହିଁ । ଏଭଳି ମାନ୍ୟତା ରହିଛି ଯେ ଜଣେ ସ୍ତ୍ରୀ ଗୋଟିଏ ଘରକୁ ସ୍ୱର୍ଗ କିମ୍ବା ନର୍କ ବନାଇ ପାରେ । ଶାସ୍ତ୍ରରେ ଝିଅ ବୋହୂଙ୍କର କିଛି ଏଭଳି ସ୍ୱଭାବ ବିଷୟରେ କୁହାଯାଇଛି ଯାହାଦ୍ୱାରା ସ୍ୱର୍ଗ ଭଳି ଘର ମଧ୍ୟ ନର୍କ ସମାନ ହୋଇଥାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୧ . ଯେଉଁ ଘରର ମହିଳା ବସିବା ସମୟରେ ଗୋଡ଼ ହଲେଇ ଥାଆନ୍ତି କିମ୍ବା ଖାଇବା ସମୟରେ ଗୋଡ଼ ହଲାନ୍ତି ସେହି ଘର ବର୍ବାଦ ହୋଇଯାଏ । ଏଭଳି କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ପାରନ୍ତି ଏବଂ ଘରର ମୁରବୀଙ୍କ ଚାକିରୀ ମଧ୍ୟ ଯାଇପାରେ ।

୨ . ଯେଉଁ ଘରର ମହିଳା ଝାଡ଼ୁକୁ ପାଦରେ ସ୍ପର୍ଶ କରନ୍ତି କିମ୍ବା ଝାଡ଼ୁରେ ପଶୁଙ୍କୁ ମାରନ୍ତି ସେହି ଘରକୁ କେବେବି ମାତା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ । ସେହିଘରେ ସର୍ବଦା ଦାରିଦ୍ର୍ୟତା ରହିଥାଏ ।

୩ . ଚୁଲିରେ କିମ୍ବା ଗ୍ୟାସରେ ରୋଷେଇ ପରେ ଅଇଁଠା ବାସନ ରଖି କୌଣସି ମହିଳା ଶୋଇଗଲେ ସେହି ଘରକୁ କେବେବି ସୁଖ ସମୃଦ୍ଧି ଆସି ନଥାଏ । ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ରାତିରେ ଅଇଁଠା ବାସନକୁ ତୁରନ୍ତ ଧୋଇ ରଖିବା ପରେ ଶୋଇବାକୁ ଯିବା ଉଚିତ ।

୪ . ଯଦି କୌଣସି ମହିଳା ଗୋଡ଼ରେ କବାଟ ଖୋଲିବା କିମ୍ବା ବନ୍ଦ କରିବା ଭଳି କାମ କରନ୍ତି ତେବେ ସେହି ଘର ବର୍ବାଦ ହୋଇଯାଏ । କାରଣ ଘରର କବାଟ ଦେଇ ହିଁ ମାତା ଲକ୍ଷ୍ମୀ ଗୃହକୁ ପ୍ରବେଶ କରନ୍ତି ।

୫ . ଘରର ମହିଳା ଘରର ଦ୍ୱାର ଚଉକାଠ ଉପରେ ବସି ଭୋଜନ କଲେ ଘରକୁ ଦାରିଦ୍ର୍ୟ ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଘରେ ବାସ କରନ୍ତି ନାହିଁ । ଏହାକୁ ଅତ୍ୟନ୍ତ ଅଶୁଭ ମାନା ଯାଇଛି ।

୬ . ଯେଉଁ ଘରର ମହିଳା ସନ୍ଧ୍ୟା ସମୟରେ ଘରେ ଝାଡୁ ମାରନ୍ତି ସେହି ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ତେଣୁ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ । ଖାସ କରି ବୁଧବାର ଦିନ ପୋଛା ଲଗାନ୍ତୁ ନାହିଁ । ବୃହସ୍ପତି ଦୁର୍ବଳ ହେଲେ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୭ . ଯେଉଁ ଘରର ମହିଳାଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଅଛି ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ । ଏହାବ୍ୟତୀତ ସେହି ଘର ଲୋକଙ୍କ ପାଇଁ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଥାଏ । ଏହାଦ୍ବାରା ପରିବାରରେ କାହାରି ମୃତ୍ୟୁ ମଧ୍ୟ ହୋଇପାରେ ।

୮ . ମହିଳାଙ୍କ ଗାଳି ଗୁଲଜ କିମ୍ବା ଚିତ୍କାର କରି ପାଟି କରିବା ମଧ୍ୟ ପରିବାର ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

୯ . ଯେଉଁ ଘରର ମହିଳା ସକାଳୁ ଉଠି ନିଜ ଘରର ଅଗଣା ସଫା କରେ ନାହିଁ ସେହି ଘରେ ମାତା ଲକ୍ଷ୍ମୀଙ୍କ ଉପସ୍ଥିତି ରହେନାହିଁ । ଘରର ମହିଳା ମାନେ ସକାଳୁ ଉଠି ସର୍ବପ୍ରଥମେ ଅଗଣାରେ ପାଣି ସିଞ୍ଚି ସଫା କରିବା ଉଚିତ ଏବଂ ତୁରନ୍ତ ପୂଜାପାଠ କରିନେବା ଉଚିତ । ମାତା ଲକ୍ଷ୍ମୀ ମଧ୍ୟ ଏହିଭଳି ଘରେ ବାସ କରୁଥିଲେ କରନ୍ତି ।

୧୦ . ଜଣେ ବିବାହିତା ମହିଳା ନିଜର ଷୋହଳ ଶୃଙ୍ଗାର ଜିନିଷ ମଧ୍ୟରୁ ଚଡ଼ି , ବିନ୍ଦି ଏବଂ ପାଉଁଜି ବାହାର କରି ରଖିବା ଉଚିତ ନୁହେଁ । ନଚେତ ପରିବାର ଉପରେ ସମସ୍ୟା ଆସିବା ସହିତ ସ୍ୱାମୀ ଉପରେ ମଧ୍ୟ ବିପଦ ଆସିଥାଏ । ଯେଉଁ ଘରେ ମହିଳାଙ୍କ ପାଉଁଜି ଶବ୍ଦ ଶୁଣା ଯାଇଥାଏ ସେହି ଘରେ ଦେବୀଙ୍କ ଲକ୍ଷ୍ମୀଙ୍କ ଅସ୍ଥାୟୀ ରୂପରେ ବାସ ହୋଇଥାଏ ।

ଶାସ୍ତ୍ରରେ ଏଭଳି ବର୍ଣ୍ଣିତ ହୋଇଛି ଯେ ବିଳମ୍ବିତ ରାତିରେ ଶୋଉଥିବା ମହିଳା ପୁରା ଘରର ବିନାଶ କରିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଆନ୍ତି । ମାନ୍ୟତା ଅନୁଯାୟୀ ଯଦି କେହି ମହିଳା ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଭଳି ଚାହିଁ ଥାଏ ତେବେ ଘରକୁ ସମସ୍ୟା ଆସିପାରେ । ତେଣୁ ମହିଳା ଜଲଦି ଶୋଇ ସକାଳୁ ଜଲଦି ଉଠିବା ଉଚିତ । ଯେଉଁ ଘରେ ମହିଳା ଅଧିକ ସମୟ ଶୋଇ କଟାଇ ଥାଏ ସେହି ଘରେ ଶନି ରାହୁ କେତୁ ଦୋଷ ଲାଗିଥାଏ । ଏହି କାରଣରୁ ସବୁ ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି । ତେଣୁ ସୀମିତ ସମୟ ପର୍ଯ୍ୟନ୍ତ ହିଁ ଶୋଇବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *