Excuse Me Odisha

ଯାହା କହିବୁ ସତ କହିବୁ

ମୟୁର ପରର ଫ୍ରେମ ଲଗାଇ ଦିଅନ୍ତୁ ଘରର ଏହି ସ୍ଥାନରେ । ବିନା ରୋଜଗାରରେ ପ୍ରାପ୍ତ ହେବ ସୁଖ ସମୃଦ୍ଧି ଧନ ଐଶ୍ୱର୍ଯ୍ୟ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଏମିତିରେତ ମାନ୍ୟତା ରହିଛି ଯେ ମୟୁର ପର ଦ୍ୱାରା ମନୁଷ୍ୟର ଭାଗ୍ୟ ବଦଳି ଥାଏ ଏବଂ ଧନ ସମ୍ପତ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ । ମୟୁର ଏକ ଅତି ସୁନ୍ଦର ପକ୍ଷୀ ଅଟେ ଏବଂ ମୟୁରକୁ ଜାତୀୟ ପକ୍ଷୀ ବୋଲି ଘୋଷିତ କରାଯାଇଛି । ତେଣୁ ଯଦି ଏହି ପକ୍ଷୀକୁ କେହି ମାରେ ତେବେ ସେହି ବ୍ୟକ୍ତି ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥାଏ । ମୟୁର ପ୍ରତ୍ୟେକ ଋତୁ ପରିବର୍ତ୍ତନ ସମୟରେ ପର ଝାଡ଼ି ଥାଏ । ପ୍ରତ୍ୟେକ ଋତୁ ବଦଳିବା ସହିତ ନୂଆ ପର ଜାତ ହୋଇଥାଏ । ଏହାଦ୍ବାରା ମୟୁର ପର ମିଳିଥାଏ । ଆପଣ ମାନେ ଜାଣିଥିବେ ଯେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ନିଜ ମୁକୁଟରେ ମୟୁର ପରକୁ ଧାରଣ କରିଥାନ୍ତି ଏବଂ ମାତା ସରସ୍ୱତୀଙ୍କ ବାହାନ ମଧ୍ୟ ମୟୁର ହୋଇଥାଏ ।ମୟୁର କାର୍ତ୍ତିକଙ୍କ ବାହାନ ହୋଇଥାଏ ଏବଂ ଇନ୍ଦ୍ର ଦେବ ମୟୁର ପର ସିଂହାସନରେ ବସନ୍ତି ।

ଅର୍ଥାତ କହିବାକୁ ଗଲେ ମୟୁର ଏବଂ ମୟୁର ପର ଅତ୍ୟନ୍ତ ପବିତ୍ର ଅଟେ ଏବଂ ଏଥିରେ ଅନେକ ଦୈବୀ ଶକ୍ତି ନିହିତ ରହିଥାଏ । ଆଜି ଆମେ ଆପଣଙ୍କୁ ମୟୁର ପର ଦ୍ୱାରା ନିଜ ଜୀବନକୁ କିଭଳି ବଦଳାଇ ପାରିବେ ସେହି ବିଷୟରେ କହିବୁ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ମୟୁର ପରକୁ ଅତ୍ୟନ୍ତ ଖାସ ମାନା ଯାଇଛି । ଶାସ୍ତ୍ର ଅନୁଯାୟୀ ମୟୁର ପରର ଅନେକ ଲାଭ ରହିଛି । ମୟୁର ପର ଦ୍ୱାରା କୌଣସି ଉପାୟ କରିବା ସମୟରେ ଭଗବାନ କୃଷଙ୍କ ନାମ ନିଶ୍ଚୟ ନିଅନ୍ତୁ । ଏହାଦ୍ବାରା କାର୍ଯ୍ୟରେ ସଫଳତା ମିଳିଥାଏ । ତେବେ ଆଜି ଆମେ ମୟୁର ପରର ପାଞ୍ଚଟି ଲାଭ ବିଷୟରେ କହିବୁ ।

୧ . ତେବେ ପ୍ରଥମ ଉପାୟ ଅନୁଯାୟୀ ସାତୋଟି ମୟୁର ପର କିଣନ୍ତୁ । ତାପରେ ସେହି ସାତୋଟି ମୟୁର ପରକୁ ବ୍ୟବହାର କରି ଏକ ଫୋଟ ପ୍ରେମ ବନାଇ ନିଅନ୍ତୁ । ମାତ୍ର ଫ୍ରେମରେ ଅସଲି ମୟୁର ପର ହିଁ ଲଗାନ୍ତୁ । ବର୍ତ୍ତମାନ ଏହି ଫ୍ରେମକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି ଆପଣ ନିଜ ପରିବାର ଲୋକଙ୍କ ସହିତ ଅଧିକ ସମୟ ବସନ୍ତି । ସେହି ଫୋଟ ଫ୍ରେମକୁ ଆପଣ ପୂର୍ବ ଦିଗରେ ଲଗାନ୍ତୁ । ଏହାଦ୍ବାରା ଘରେ ଧନ ଦୌଲତର ବୃଦ୍ଧି ହୋଇଥାଏ । କୌଣସି କଥାରେ କୌଣସି ଚିନ୍ତା ପ୍ରକଟ ହୁଏନାହିଁ । ପରିବାରରେ ସ୍ନେହ ପ୍ରେମ ବଢ଼ିଥାଏ ।

୨ . ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏତେ ପ୍ରେମ ବଢ଼ିଥାଏ ଯେ ଯାହାର କଳ୍ପନା ସୁଦ୍ଧାବି ଆପଣ କରି ପାରିବେ ନାହିଁ । ଯଦି ଆପଣଙ୍କ ସମ୍ପର୍କରେ ସବୁବେଳେ ତିକ୍ତତା ରହୁଛି ସବୁବେଳେ କଳି ଝଗଡ଼ା ହେଉଛି କିମ୍ବା ଆପଣଙ୍କ ସ୍ୱାମୀ କୌଣସି ଅନ୍ୟ ମହିଳା ପ୍ରତି ଆକର୍ଷିତ ହେଉଛି ତେବେ ଦୁଇ ଯୋଡ଼ା ମୟୁର ପରକୁ ଫ୍ରେମରେ ଲଗାଇ ଆପଣ ବସୁଥିବା ପାର୍ଶ୍ଵରେ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଧୀରେ ଧୀରେ ଆପଣଙ୍କ ସ୍ୱାମୀ ଆପଣଙ୍କ ପ୍ରତି ଆକର୍ଷିତ ହେବେ ।

୩ . ମୟୁର ପର ବଡ଼ ବଡ଼ ଦୁର୍ଘଟଣାରୁ ମଧ୍ୟ ବଞ୍ଚାଇ ଥାଏ । ଚାରି ଚକିଆ ଯାନରେ ଗୋଟିଏ ମୟୁର ପର ଫ୍ରେମକୁ ସାମ୍ନାରେ ଲଗାଇ ପାରିବେ । ଦୁଇ ଚକିଆ ଯାନ ହୋଇଥିଲେ ତାହାକୁ ଆପଣ ଚାବି ରିଙ୍ଗରେ ବ୍ୟବହାର କରି ପାରିବେ । ଏପରି କରିବା ଦ୍ୱାରା ଆପଣ ଯେଉଁ କାମରେବି ବାହାରକୁ ଯାଆନ୍ତୁ ନା କାହିଁକି ତାହା ନିଶ୍ଚୟ ସଫଳ ହେବ । ମୟୁର ପର ଦୁର୍ଘଟଣାରୁ ମଧ୍ୟ ରକ୍ଷା କରିଥାଏ ।

୪ . ଯଦି ଆପଣଙ୍କ ଘରେ ପିଲା ମାନଙ୍କର ପାଠ ପଢ଼ିବାରେ ମନ ଲାଗୁନାହିଁ କିମ୍ବା ପାଠ ପଢ଼ିବାକୁ ନେଇ ମନରେ ସର୍ବଦା ଭୟ ରହିଥାଏ ତେବେ ପଢ଼ା ଘରେ ମୟୁର ପରର ଫୋଟ ଫ୍ରେମ ବନାଇ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ପିଲାଙ୍କ ମନରେ କୌଣସି ପ୍ରକାରର ଭୟ ହେବ ନାହିଁ ଏବଂ ପାଠ ପଢ଼ାରେ ମଧ୍ୟ ମନ ଲାଗିବ ।

୫ . ମୟୁର ପରକୁ କିଣିବା ସମୟରେ ଧ୍ୟାନ ରଖିବେ ଯେପରି ଆପଣ ଛିଡ଼ି ଯାଇଥିବା କିମ୍ବା ଖଣ୍ଡିତ ମୟୁର ପର ନକିଣନ୍ତି । ମୟୁର ପରକୁ କେବେ ତଳେ ପଡ଼ିବାକୁ ଦିଅନ୍ତୁ ନାହିଁ । କାରଣ ଥରେ ଯେତେବେଳେ ମୟୁର ପର ତଳେ ପଡ଼ି ଯାଇଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାହାକୁ ଉଠାଇ ନିଜ ମୁକୁଟରେ ଲଗାଇ ଦେଇଥିଲେ । ସେହି ଦିନ ଠାରୁ ମୟୁର ପର ମୁକୁଟରେ ଶୋଭା ପାଉଛି ଏବଂ ଉଚ୍ଚ ସ୍ଥାନରେ ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *