Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହି ଜିନିଷକୁ ମୁହଁରେ ଦବାଇ ରଖନ୍ତୁ । ସାମ୍ନା ଲୋକ ହୋଇଯିବ ଗୋଟିଏ ମୁହୂର୍ତ୍ତରେ ଆକର୍ଷିତ ।

ସେୟାର୍ କରନ୍ତୁ

ଅନେକ ସମୟରେ ଆପଣଙ୍କ ଜୀବନରେ ଏଭଳି ପରିସ୍ଥିତି ଦେଖା ଦେଇଥାଏ ଯେ ଖୁବ ପରିଶ୍ରମ କରିବି ସୁଦ୍ଧା ପରିସ୍ଥିତି ଖରାପ ରହେ । କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇପାରେ ନାହିଁ । ଆଖପାଖ ଲୋକେ ଉନ୍ନତି ହିଁ ଉନ୍ନତି କରି ଚାଲନ୍ତି । ଏହା ତ କର୍ମ କ୍ଷେତ୍ରର କଥା ପୁଣି ଘରେ ମଧ୍ୟ ସେହି ସମାନ ସମସ୍ୟା ଦେଖା ଦେଇଥାଏ । ଘରେ ଆପଣଙ୍କ କଥାକୁ କେହି ଧ୍ୟାନ ଦିଅନ୍ତି ନାହିଁ । ଯେଉଁ କାରଣରୁ ସବୁବେଳେ ଅଶାନ୍ତି ବାଦ ବିବାଦ କଳହ ମତାନ୍ତର ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଅନେକ ସମୟରେ ଆପଣ ନିଜ ଜୀବନସାଥୀ ଠାରୁ ଏହା ଆଶା କରନ୍ତି ଯେ ସେ ଆପଣଙ୍କ କଥା ହିଁ କେବଳ ଶୁଣନ୍ତୁ ବୋଲି । ତେଣୁ ଏମିତିରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗଛର ଚେର ବିଷୟରେ କହିବୁ ଯାହା ଆପଣଙ୍କ ଜୀବନର ଏଭଳି ସମସ୍ୟାକୁ ବହୁତ ଜଲଦି ଦୂରେଇ ଦେବ ।

କିନ୍ତୁ ଏହି ଗଛର ଚେରକୁ ମଧ୍ୟ ସ୍ୱତନ୍ତ୍ର ଉପାୟରେ ଉପଯୋଗ କରିବା ଉଚିତ । ଆପଣ କୌଣସିବି ଯାଦୁ ତନ୍ତ୍ର ମନ୍ତ୍ର କୌଣସି ଦିନ କରି ପାରିବେ । କିନ୍ତୁ ଏହି ଗଛର ଚେରକୁ ଆପଣ ବିନା କୌଣସି ନିମନ୍ତ୍ରଣରେ ଆଣି ପରିବେନ ନାହିଁ । ଆଉ ଯଦି ଆପଣ ବିନା ନିମନ୍ତ୍ରଣରେ ଆଣି କୌଣସି ଉପାୟ କରନ୍ତି ତେବେ ତାହା ଲାଭକାରୀ ହେବ ନାହିଁ । ତେବେ ଏହି ଗଛର ନାମ ହେଉଛି ଭୃଙ୍ଗରାଜ । ତେବେ ଏହି ଗଛ ସହଜରେ ଆପଣ ନିଜ ଅଞ୍ଚଳରେ ପାଇଯିବେ । ଏହି ଗଛର ଚେରକୁ ଅଳ୍ପ ଆଣିବା ପାଇଁ ପୂର୍ବ ଦିନ ପ୍ରଥମେ ଯାଇ ତାହାକୁ ନିମନ୍ତ୍ରଣ ଦେଇ ଆସନ୍ତୁ । ନିମନ୍ତ୍ରଣ ଦେବାକୁ ଗଲେ ଏକ ମୁଦ୍ରା , ସୁପାରି ଏବଂ ଅକ୍ଷତ ଅର୍ଥାତ ଚାଉଳ ଏବଂ ଜଳ ନେଇ ଯାଆନ୍ତୁ ।

ନିମନ୍ତ୍ରଣ ଦେବା ପରେ ସେହି ଗଛର ମୂଳରେ ଜଳ ଢ଼ାଳି ଦିଅନ୍ତୁ ଯେପରି ଗଛ ମୂଳର ମାଟି ଭଲ ଭାବରେ ଭିଜିଯିବ । ଏହାପରେ ପ୍ରାର୍ଥନା ଦ୍ୱାରା ଜଣାନ୍ତୁ ଯେ ଆପଣ ଆଗାମୀ ଦିନ ସେହି ଗଛକୁ ଆଣିବେ ବୋଲି । ଏହାବ୍ୟତୀତ ନିଜ କାର୍ଯ୍ୟକୁ ପୂରଣ କରିବା ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ । ତାପରେ ସେହି ଗଛର ମୂଳକୁ ନେଇ ଆସନ୍ତୁ ଏବଂ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ରଖନ୍ତୁ । ତାପରେ ଏହାକୁ ପୂଜା କରନ୍ତୁ ଯାହାଦ୍ୱାରା ଏହା ଉପରର ଭଗବାନଙ୍କ ଆଶୀର୍ବାଦ ରହିବ । ତେବେ ଏହାର ଉପଯୋଗ ଆପଣ କୌଣସି ଦିନ ବି କରି ପାରିବେ । ମାତ୍ର ଶନିବାର , ରବିବାର ଏବଂ ଅମାବାସ୍ୟା ଦିନ ଏହାର ଅଧିକ ପ୍ରଭାବ ରହିଥାଏ ।

ତେବେ ଉପାୟ କରିବା ପାଇଁ ଆପଣଙ୍କର କୌଣସି ଜରୁରୀ କାମକୁ ଯାଉଥିଲେ ସେହି ଚେରର କିଛି ଅଂଶକୁ ମୁହଁରେ ରଖି ଯାଆନ୍ତୁ । ଆପଣ ନିଜେ କାମରେ ନିହାତି ସଫଳ ହେବେ । ତେବେ ଆପଣ ଚାକିରୀ କ୍ଷେତ୍ରରେ ନିଜ ସିନିୟର କିମ୍ବା ବସଙ୍କ ସହିତ କୌଣସି ଜରୁରୀ କାମ ପାଇଁ କଥା ହେବାକୁ ଯାଉଥିଲେ ମଧ୍ୟ ଏହି ଉପାୟ କରି ପାରିବେ । ଅନେଥର ଏହା ଥରେ ଉପାୟରେ ହୋଇ ନଥାଏ ତେଣୁ ଆପଣ ବାରମ୍ବାର କଲେ ନିଶ୍ଚିତ ଏହାର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଜୀବନସାଥୀ ସହିତ ମତାନ୍ତର ଥିଲେ ଏହି ମୂଳର ଅଳ୍ପ ଅଂଶ ମୁହଁରେ ରଖି ଜୀବନସାଥୀ ସହିତ କଥା ହୁଅନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଦ୍ୱାରା ଆପଣ ନିଜ ଶତ୍ରୁକୁ ମଧ୍ୟ ବଶ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *