Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ୨ ଟି ମୂର୍ତ୍ତି ଏକା ସାଥିରେ ଘରେ ଏହି ସ୍ଥାନରେ ଲଗାଇବା ଦ୍ୱାରା ସୃଷ୍ଟି ହୋଇଥାଏ ରାଜଯୋଗ । ସମଗ୍ର ଦୁନିଆ ରହିବ ଆପଣଙ୍କ ହାତ ମୁଠାରେ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଲୋକଙ୍କ ଘରେ ପୂଜା ଘରର ଅନେକ ମହତ୍ତ୍ୱ ରହିଥାଏ ଯେଉଁଠି ଲୋକେ ଭିନ୍ନ ଭିନ୍ନ ଦେବଦେବୀଙ୍କ ଫୋଟ ରଖି ନୀତି ନିୟମ ଅନୁଯାୟୀ ପୂଜା କରିଥାନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଠାକୁର ଘରେ କେଉଁ ଦୁଇଟି ଠାକୁର ମୂର୍ତ୍ତି ସାଥିରେ ରଖିବା ଦ୍ୱାରା ରାଜଯୋଗ ସୃଷ୍ଟି କରିଥାଏ ଏବଂ ପୁରା ଦୁନିଆ ଆପଣଙ୍କ ହାତ ମୁଠାକୁ ଆସିଯାଏ । ଯାହାଦ୍ୱାରା ଆପଣଙ୍କୁ ସର୍ବସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ । ସାଧରଣତଃ ପୂଜାଘରେ ଲୋକେ ଦେବଦେବୀଙ୍କ ପୂଜା ଏବଂ ନିଜର ମନସ୍କାମନା ପାଇଁ ପ୍ରାର୍ଥନା କରିଥାନ୍ତି । ଯାହାଦ୍ୱାରା ପୂଜାର ଫଳ ତାଙ୍କୁ ପ୍ରାପ୍ତ ହେବ । ତେବେ କେଉଁ ସବୁ ମୂର୍ତ୍ତି ଏକା ସାଥିରେ ରଖିଲେ ଭାଗ୍ୟ ବଦଳି ଯାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମାରେ କହିବୁ ।

୧ . ରାଧା କୃଷ୍ଣ :-

ଯଦି ଆପଣ ଘରେ ନିଜ ଠାକୁର ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି କିମ୍ବା ବାଲ ଗୋପାଳଙ୍କ ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ ଯାହାକି ଯୁଗଳ ହୋଇଥିବା ଆବଶ୍ୟକ । ଏହାଦ୍ବାରା ପରିବାରରେ କେବେବି କ୍ଳେଶ ବାଦ ବିବାଦ ସୃଷ୍ଟି ହୁଏନାହିଁ । ସର୍ବଦା ସମ୍ପର୍କରେ ପ୍ରେମ ସ୍ନେହ ରହିଥାଏ । ଏହାଛଡ଼ା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ।

୨ . ଲକ୍ଷ୍ମୀ ନାରାୟଣ :-

ଯଦି ଆପଣ ନିଜ ପୂଜା ଘରେ ବିଷ୍ଣୁଙ୍କୁ ଅର୍ଥାତ ନାରାୟଣଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କ ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରନ୍ତୁ ଏବଂ ପୂଜା କରନ୍ତୁ । ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କଲେ ଘରେ ସୁଖ ଶାନ୍ତି ଏବଂ ଧନର ଅଭାବ ହୁଏ ନାହିଁ ।

୩ . ଲକ୍ଷ୍ମୀ ଏବଂ ଗଣେଶ :-

ଯଦି ଆପଣ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ବାମ ପଟେ ଭଗବାନ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଶ୍ରୀ ଗଣେଶ ବୃଦ୍ଧି ସିଦ୍ଧି ଏବଂ ଜ୍ଞାନ ଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ ଘରେ କେବେ ଧନର ଅଭାବ ହୁଏନାହିଁ ।

୪ . ଭଗବାନ ରାମଙ୍କ ମୂର୍ତ୍ତି ଏବଂ ହନୁମାନଙ୍କ ମୂର୍ତ୍ତି :-

ଆପଣ ଚାହିଁଲେ ଘରେ ହନୁମାନଙ୍କ ମୂର୍ତ୍ତି ରଖି ପୂଜା କରି ପାରିବେ । ଯଦି ଆପଣ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ଉଭୟ ରାମ ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । କାରଣ ହନୁମାନ ରାମଚନ୍ଦ୍ରଙ୍କର ସବୁଠାରୁ ବଡ଼ ଭକ୍ତ । ନଚେତ ଆପଣ ରାମ ଦରବାରର ଫୋଟକୁ ମଧ୍ୟ ପୂଜା କରିପାରିବେ । ଏହାଦ୍ବାରା ରାଜଯୋଗର ପ୍ରାପ୍ତି ହୋଇଥାଏ । ନଚେତ ଶ୍ରୀରାମ ଦରବାରର ଫୋଟ ଆପଣ ଘରେ ରଖି ପାରିବେ ।

୫ . ତ୍ରିଦେବଙ୍କ ମୂର୍ତ୍ତି :-

ପୂଜା ଘରେ ତ୍ରିଦେବଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କରିବା ଉଚିତ ଏହାଦ୍ବାରା ସବୁ ପ୍ରକାରର ବାଧା ବିଘ୍ନ ଦୂରେଇ ଯାଏ ଏବଂ ପ୍ରଗତି ମିଳିଥାଏ ।

ପୂଜା ଘରେ ଏହି ମୂର୍ତ୍ତି ରଖିବା ଉଚିତ ନୁହେଁ :-

ପୂଜା ଘରେ ଅଯୁଗ୍ମ ସଂଖ୍ୟକ ଗଣେଶ ମୂର୍ତ୍ତି ରଖିବା ଅଶୁଭ ଅଟେ । ଗଣେଶ ମୂର୍ତ୍ତିର ପିଠିକୁ ବାହାର ଦିଗକୁ ଅର୍ଥାତ ସବୁବେଳେ ମୁଖ୍ୟ ଦ୍ୱାର ବାହାର ଦିଗକୁ ରଖି ପୂଜା କରିବା ଉଚିତ । ଏହାଦ୍ୱାରା ଧନପାପ୍ତି ହୋଇଥାଏ । ନଚେତ ଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ରହିଥାଏ । ଯଦି ଆପଣ ଘରେ ଶିବଲିଙ୍ଗ ରଖୁଛନ୍ତି ତେବେ ଆଙ୍ଗୁଠି ଆକାର ଠାରୁ ବଡ଼ ଶିବ ଲିଙ୍ଗ ରଖନ୍ତୁ ନାହିଁ । ଏହାବ୍ୟତୀତ ଏକାଧିକ ଶିବଲିଙ୍ଗ ରଖନ୍ତୁ ନାହିଁ । ଭୁଲରେ ବି ଯଦି ଆପଣ ଶିବଲିଙ୍ଗ ଉପରେ ତୁଳସୀ ପତ୍ର ଅର୍ପିତ କରନ୍ତି ତେବେ ଆପଣଙ୍କୁ ସବୁ ଦେବଦେବୀଙ୍କ କ୍ରୋପର ଶିକାର ହେବାକୁ ପଡ଼ିଥାଏ । ଠାକୁର ଘରେ ସର୍ବଦା ଛୋଟ ଆକାରର ମୂର୍ତ୍ତି ହିଁ ରଖନ୍ତୁ ।

ବିବାହିତ ଦମ୍ପତ୍ତ ନିଜ ରୁମରେ ହନୁମାନଙ୍କ ଫୋଟ ରଖିଲେ ବୌବହିକ ଜୀବନରେ ସମସ୍ୟା ଆସିବାର ସମ୍ଭାବନା ରହିଛି । ସବୁବେଳେ ବସିଥିବା ମୁଦ୍ରାରେ ହନୁମାନଙ୍କ ମୂର୍ତ୍ତି ରଖନ୍ତୁ । ଶୋଇବା ରୁମରେ ଉଠିବା ମାତ୍ରେ ବେଡ଼ ସାମ୍ନାରେ ରାଧା କୃଷ୍ଣ ଫୋଟ ରଖି ଦର୍ଶନ କଲେ ଜୀବନ ବଦଳି ଯାଏ ଏବଂ ମନୁଷ୍ୟ ମାଲାମାଲ ହୋଇଯାଏ । ଘରକୁ ଭୁଲରେବି ମାତା ଦୁର୍ଗାଙ୍କ କ୍ରୋଧିତ ଫୋଟ କିମ୍ବା ମୂର୍ତ୍ତି ଆଣନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *