Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ପଣା ସଂକ୍ରାନ୍ତିରେ କରନ୍ତୁ ଏହି କିଛି ସହଜ ଉପାୟ । ପୁରା ବର୍ଷ ହେବ ଧନ ବର୍ଷା ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଆସନ୍ତା ପଣା ସଂକ୍ରାନ୍ତି ଦିନ ଆପଣ କେଉଁ ଉପାୟ କରିଆ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରି ପାରିବେ ଏବଂ ଏହା କିଭଳି ସୁଖ ସମୃଦ୍ଧିରେ ସହାୟକ ହୋଇ ପାରିବ ସେହି ବିଷୟରେ କହିବୁ । ଏହି ମହାବିଷୁବ ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ଏହି ଦିନ ଶ୍ରୀହନୁମାନଙ୍କ ପୂଜା କରି ଏହି ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ଏବଂ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଶ୍ରୀହନୁମାନ ମହାଦେବଙ୍କ ୧୧ ତମ ଦାଦା ରୂପ ଅଟନ୍ତି ଯେଉଁ କାରଣରୁ ସେ ବହୁତ ଜଲଦି ନିଜ ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି । ତେଣୁ ହନୁମାନ ଜୟନ୍ତୀ ଦିନ ଶ୍ରୀହନୁମାନଙ୍କୁ ପୂଜା କରିବା ସମୟରେ ମନରେ ଶୁଦ୍ଧତା ଏବଂ ନିଷ୍ଠା ରଖନ୍ତୁ ।

୧ . ହନୁମାନ ଜୟନ୍ତୀ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିତ୍ୟକର୍ମ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ହନୁମାନଙ୍କ ମଦିରକୁ ଯାଇ ତାଙ୍କ ପୂଜା ଅର୍ଚ୍ଚନା କରି ନାଲି ରଙ୍ଗର ଉତରୀ ହନୁମାନଙ୍କୁ ଅର୍ପିତ କରନ୍ତୁ । ଏହାପରେ ହନୁମାନଙ୍କ ବେକରେ ଥିବା ଫୁଲ ମାଳାରୁ ଗୋଟିଏ ଫୁଲ ନେଇ କୌଣସି ଏକ କପଡ଼ାରେ ବାନ୍ଧି ନିଜ କାର୍ଯ୍ୟ ସ୍ଥଳ , ବ୍ୟବସାୟ ସ୍ଥଳ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟାର ସମାଧାନ ହୋଇଥାଏ ।

୨ . ପଣା ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ଶୌଚ ଆଦି ସାରି ଏକ ଅଶ୍ୱତ୍ଥ ପତ୍ର ଆଣି ସେଥିରେ କେଶର ଏବଂ ଚନ୍ଦନ ଦ୍ୱାରା ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନାମ ଲେଖନ୍ତୁ ଏବଂ ହନୁମାନଙ୍କ ପୂଜା ସ୍ଥାନରେ ରଖି ଦିଅନ୍ତୁ । ଆଗାମୀ ଦିନ ସେହି ପତ୍ରକୁ ଆଣି ନିଜ ପର୍ସରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା କେବେବି ଦେଖା ଦିଏନାହିଁ ।

୩ . ଘରେ ପାରଦରେ ନିର୍ମିତ ହନୁମାନଙ୍କ ପ୍ରତିମା ସ୍ଥାପନ କରନ୍ତୁ । ପାରଦରେ ନିର୍ମିତ ହନୁମାନ ମୂର୍ତ୍ତିକୁ ପୂଜା କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଗୃହ ଦୋଷ ମଧ୍ୟ ଦୂର ହୋଇଥାଏ । ଏହାବ୍ୟତୀତ ଘରର ବାତାବରଣ ମଧ୍ୟ ଶୁଦ୍ଧ ହୋଇଥାଏ । ପ୍ରତ୍ୟେକ ଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ଘର ଉପରେ କୌଣସି ପ୍ରକାରର ତାନ୍ତ୍ରିକ ଶକ୍ତିର ପ୍ରଭାବ ପଡ଼ି ନଥାଏ । ପାରଦ ନିର୍ମିତ ହନୁମାନ ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

୪ . ହନୁମାନ ଜୟନ୍ତୀ ଦିନ କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ସାମ୍ନାରେ ଗୋଟିଏ ଶୁଦ୍ଧ ଘିଅ ଦୀପ ଏବଂ ଅନ୍ୟ ଏକ ସୋରିଷ ତେଲର ଅଖଣ୍ଡ ଦିଅ ଜଳାନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ଦ୍ୱାରା ହନୁମାନଙ୍କ କୃପା ମିଳିବା ସହିତ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୫ . ଏହିଦିନ ସକାଳୁ ଉଠି ସ୍ନାନ କରି ପୂଜା କରି ସାରିବା ପରେ ରାମରକ୍ଷସୂତ ପାଠ କରନ୍ତୁ ଏବଂ ଏହାପରେ ଶ୍ରୀହନୁମାନଙ୍କୁ ଏକ ପାନ ପତ୍ରରେ ଗୁଡ଼ ଏବଂ ଚଣା ରଖି ଭୋଗ ଅର୍ପଣ କରନ୍ତୁ ଏବଂ ନିଜ ଜୀବନର ସମସ୍ୟା ବିଷୟରେ ପ୍ରାର୍ଥନା କରି ଜଣାନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ।

୬ . ଶ୍ରୀହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ହନୁମାନ ମୂର୍ତ୍ତିରେ ଗୋଲାପ ଫୁଲ ମାଳା ଅର୍ପିତ କରନ୍ତୁ । ଏହାପରେ ଏକ ନଡ଼ିଆରେ ସ୍ୱସ୍ତିକ ଚିହ୍ନ କରି ଅର୍ପିତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସଙ୍କଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *