Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୨୦ ସୂର୍ଯ୍ୟପରାଗ । ଏହି ଚାରୋଟି ରାଶି ହେବେ ମାଲାମାଲ । ଜାଣି ରଖନ୍ତୁ କିଛି ଖାସ ନିୟମ ।

ସେୟାର୍ କରନ୍ତୁ

ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ରମା ଆସିଥାଏ ସେତେବେଳେ ଚନ୍ଦ୍ରମାର ଛାୟା ପୃଥିବୀ ଉପରେ ପଡ଼ିଥାଏ ଏବଂ ତାହାକୁ ସୂର୍ଯ୍ୟପରାଗ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଏବଂ ବିଶେଷ କରି ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ଅତ୍ୟନ୍ତ ମହତ୍ତ୍ୱ ଦିଆଯାଇଛି । ସୂର୍ଯ୍ୟ ଗ୍ରହଣର ପ୍ରଭାବ ପୁରା ପୃଥିବୀ ଉପରେ ପଡ଼ିଥାଏ । ଏଥର ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ଗୁରୁବାର ଦିନ ପଡ଼ିବାକୁ ଯାଉଛି ।

ଏହି ସୂର୍ଯ୍ୟପରାଗର ସମୟ ସକାଳ ୦୭.୦୪ ରୁ ଦ୍ୱିପ୍ରହର ୧୨.୨୯ ମିନିଟ ପର୍ଯ୍ୟନ୍ତ ଅଟେ । ଭାରତରେ ଏହି ସୂର୍ଯ୍ୟପରାଗ ନଜର ଆସିବ ନାହିଁ । ସୂର୍ଯ୍ୟ ଗ୍ରହଣ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗିବ । ତେବେ ଭାରତ କଥା କହିବାକୁ ଗଲେ ଭାରତରେ ସୂର୍ଯ୍ୟପରାଗ ଲାଗିବ ନାହିଁ ତେଣୁ ସୂତକ କାଳ ମଧ୍ୟ ରହିବ ନାହିଁ । ସୂର୍ଯ୍ୟପରାଗର ପ୍ରଭାବ ପଡୁଥିବା ଦେଶ ମାନ ହେଉଛନ୍ତି ଅଷ୍ଟ୍ରେଲିଆ , ଫିଲିପାଇନ୍ସ , ନ୍ୟୁଜିଲାଣ୍ଡ , ଦକ୍ଷିଣ ମହାସାଗର ଇତ୍ୟାଦି ।

ତେଣୁ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ କିଛି ରାଶି ଉପରେ ଗଭୀର ପ୍ରଭାବ ପକାଇବାକୁ ଯାଉଛି । ହୁଏତ ଏହା ଆଂଶିକ ସୂର୍ଯ୍ୟପରାଗ ଅଟେ କିନ୍ତୁ ଏହି ସମୟରେ କିଛି ସତର୍କତା ପାଳନ କରିବା ଉଚିତ । ତେଣୁ ସୂର୍ଯ୍ୟପରାଗ ଆରମ୍ଭ ହେବା ପୂର୍ବରୁ ଶୁଦ୍ଧ ରୁହନ୍ତୁ । ଏହି ସମୟରେ ଆପଣ ଗାୟତ୍ରୀ ମନ୍ତ୍ର , ମହା ମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ଅନ୍ୟ ଦୀକ୍ଷା ନେଇଥିବା ମନ୍ତ୍ରର ଜପ ମଧ୍ୟ କରି ପାରିବେ ।

ସୂର୍ଯ୍ୟପରାଗ ସମୟରେ ପୂଜା କରିବା ଉଚିତ ନୁହେଁ ମାତ୍ର ମନ୍ତ୍ର ଜପ କରି ପାରିବେ । ସକାଳୁ ଗ୍ରହଣ ଶେଷ ହେବା ପରେ ବ୍ୟବହାର କରିଥିବା ପୋଷାକ ବିଛଣା ସବୁକିଛିକୁ ଧୋଇ ଦିଅନ୍ତୁ । ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହେବ । ପୂର୍ବ ଦିନରୁ ସବୁ ଭୋଜନରେ ତୁଳସୀ ପତ୍ର ପକାଇ ରଖି ଦିଅନ୍ତୁ । ଯାହାଦ୍ୱାରା ଖାଦ୍ୟ ଉପରେ କୌଣସି ଦୁଷ୍ପ୍ରଭାବ ପଡ଼ିବ ନାହିଁ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।

କୌଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ଛୁଞ୍ଚିରେ ସୂତା ମଧ୍ୟ ପୁରାନ୍ତୁ ନାହିଁ । କାରଣ ଏହାଦ୍ବାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହି ସମୟରେ ଗର୍ଭବତୀ ମହିଳା ଅଧିକ ସତର୍କ ରହିବା ଉଚିତ । ଗ୍ରହଣ ସମୟରେ ଭୋଜନ ବନାନ୍ତୁ ନାହିଁ । କୌଣସି ଅସ୍ତ୍ରର ପ୍ରୟୋଗ କରନ୍ତୁ ନାହିଁ । ଗ୍ରହଣ ସମୟରେ ଭୋଜନ କରିବା ମଧ୍ୟ ଉଚିତ ନୁହେଁ । ଗର୍ଭବତୀ ମହିଳା ଗ୍ରହଣ ସମୟରେ ତାଲା ଚାବି କରିବା ଉଚିତ ନୁହେଁ କିମ୍ବା ସୂର୍ଯ୍ୟ ରଶ୍ମିକୁ ମଧ୍ୟ ବାହାରିବା ଉଚିତ ନୁହେଁ ।

ଗ୍ରହଣ ସମୟରେ ନୂଆ କାର୍ଯ୍ୟର ଆରମ୍ଭ କରିବା ଉଚିତ ନୁହେଁ । ଏହି ସମୟରେ ନଖ କାଟିବା ଉଚିତ ନୁହେଁ କିମ୍ବା କେଶ କୁଣ୍ଡାଇବା ମଧ୍ୟ ଉଚିତ ନୁହେଁ । ଘରର ମନ୍ଦିରରେ ପରଦା ପକାଇ ଦିଅନ୍ତୁ । ସୂର୍ଯ୍ୟପରାଗ ସମୟରେ ଆପଣ ଦାନ କରି ପାରିବେ । ଗ୍ରହଣ ସମାପ୍ତ ହେବା ପରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରନ୍ତୁ ।

ଘରେ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ । ଏହାସହିତ ଘରର ମନ୍ଦିରରେ ମଧ୍ୟ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ । ଯଦି ଆପଣ କିଛି ଭୁଲ କରନ୍ତି ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଯାଇପାରେ । ବୃଷଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଗ୍ରହଣ ଅତ୍ୟନ୍ତ ଶୁଭ ଫଳପ୍ରଦ ରହିବ । ଏହି ଗ୍ରହଣ ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଏହି ସମୟରେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ନିବେଶ ଆପଣଙ୍କ ପାଇଁ ଭଲ ରହିବ ।

କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଗ୍ରହଣ ଲାଭକାରୀ ସିଦ୍ଧ ହେବ । କାର୍ଯ୍ୟରେ ସଫଳତା ମିଳିବ ଏବଂ ମିତ୍ରଙ୍କ ଠାରୁ ଲାଭ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ର କାରଣରୁ ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ସୂର୍ଯ୍ୟପରାଗ ଅତ୍ୟନ୍ତ ଭଲ ରହିବ । କାର୍ଯ୍ୟ ସ୍ଥଳରେ ସଫଳତା ମିଳିବ । ଚାକିରୀରେ ନୂଆ ଅବସର ପ୍ରାପ୍ତ ହେବ । ଏହାବ୍ୟତୀତ ଧନୁ ରାଶି ପାଇଁ ମଧ୍ୟ ଗ୍ରହଣ ଶୁଭ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *