୭୦୦ ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା ଏବଂ ହନୁମାନଙ୍କ ଜନ୍ମୋତ୍ସବ , ବାସ ଏହି ଗୋଟିଏ ଜିନିଷ କରି ଦିଅନ୍ତୁ ଅର୍ପିତ , ଦୁର୍ଭାଗ୍ୟ ହୋଇଯିବ ଦୂର ।
ହିନ୍ଦୁ ଧର୍ମରେ ସବୁ ମହତ୍ତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ହନୁମାନ ଜୟନ୍ତୀ ମଧ୍ୟ ଅନ୍ୟତମ ଅଟେ । ଏହିଦିନ ଶ୍ରୀହନୁମାନ ଜନ୍ମ ହୋଇଥିଲେ । ତେଣୁ ଏହିଦିନ ସାଧରଣତଃ ଲୋକେ ଅନେକ ଶୁଭ କାର୍ଯ୍ୟ ଅନୁଷ୍ଠାନ କରିଥାନ୍ତି ଏବଂ ତାସହିତ ରାମାୟଣ ସୁନ୍ଦରପାଠର ଆୟୋଜନ ମଧ୍ୟ କରି ଥାଆନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଯେ ଶ୍ରୀ ହନୁମାନ ମହାଦେବଙ୍କ ୧୧ ତମ ଅବତାର ଅଟନ୍ତି ଯାହାଙ୍କୁ ପୂଜା କରିବା ଦ୍ୱାରା ଜୀବନର ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଥାଏ । ମଙ୍ଗଳବାର ଦିନଟି ଶ୍ରୀହନୁମାନଙ୍କୁ ସମର୍ପିତ ଅଟେ । ଚଳିତ ବର୍ଷ ହନୁମାନ ଜୟନ୍ତୀ ଏପ୍ରିଲ ୬ , ୨୦୨୩ ରେ ପଡ଼ୁଛି । ତେଣୁ ଏହି ପରିପ୍ରେକ୍ଷୀରେ ଏଥର ୨୨ ଟି ଶୁଭ ଯୋଗ ବନୁଛି ଯାହାକି ପୁରା ୧୬ ବର୍ଷ ପରେ ପୁଣିଥରେ ଆସିଛି ।
ଏହିଦିନ ନିଷ୍ଠାର ସହିତ ପୂଜା କଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯିବ ଏବଂ ଧନ ଐଶ୍ୱର୍ଯ୍ୟରେ ମଧ୍ୟ ବୃଦ୍ଧି ହେବ । ବାସ କିଛି ସରଳ ଉପାୟ ଏହିଦିନ କରିନେବା ଉଚିତ । ଏହି ହନୁମାନ ଜୟନ୍ତୀ ଦିନ ଯଦି ଆପଣ ହନୁମାନଙ୍କ ଉପାସନା କରିବା ସହିତ ହନୁମାନ ଚାଳିଶା ପାଠ କରନ୍ତି ତେବେ ହନୁମାନଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ବର୍ଷିବ ଏବଂ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଚଳିତ ବର୍ଷ ଦୁଇଗୁଣା ଶୁଭ ଯୋଗ ସୃଷ୍ଟି ହେଉଥିବାରୁ ଏଥର କରାଯାଉଥିବା ତନ୍ତ୍ର କ୍ରିୟା ସାଧନା ନିଶ୍ଚିତ ସିଦ୍ଧ ହେବ । ଜୀବନରେ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ନମିଳିଲେ ତାହା ମଙ୍ଗଳ ଗ୍ରହ ଦୋଷ କାରଣରୁ ହୋଇଥାଏ ।
ମଙ୍ଗଳ ଗ୍ରହର ସ୍ୱାମୀ ହନୁମାନ ହୋଇଥାନ୍ତି ତେଣୁ ହନୁମାନ ଜୟନ୍ତୀ ଆପଣ ସକାଳୁ ଶୀଘ୍ର ଉଠି ସ୍ନାନ କରି ହାତରେ ଚେମେଲି ତେଲ ଏବଂ ହଳଦିଆ ସିନ୍ଦୁର ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ଚେମେଲି ତେଲ ଏବଂ ହଳଦିଆ ସିନ୍ଦୁରକୁ ମିଶାଇ ତାହାର ଏକ ଲେପ ପ୍ରସ୍ତୁତ କରି ହନୁମାନଙ୍କୁ ଲେପ ଲଗାଇ ଦିଅନ୍ତୁ । ଏହାପରେ ସେମିତି ଛିଡ଼ା ହୋଇ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ ।
ହନୁମାନ ଜୟନ୍ତୀ ଦିନ ଏହି ଉପାୟ କଲେ ଶ୍ରୀହନୁମାନଙ୍କ ଅସୀମ କୃପା ପ୍ରାପ୍ତ ହେବାସହିତ ମଙ୍ଗଳ ଗ୍ରହ ମଜବୁତ ହେବ । ଦ୍ୱିତୀୟତଃ ପରିବାରରେ ଉନ୍ନତି କାରଣରୁ ବାହାର ଲୋକ ଈର୍ଷା ଭାବ ପ୍ରକାଶ କରିଥାନ୍ତି । ଯାହାଦ୍ୱାରା ଘର ଉପରେ ସେମାନେ ମନ୍ତ୍ର ତନ୍ତ୍ର କରିଥାନ୍ତି ।
ଏଭଳି ପରିସ୍ଥିତି ହେଲେ ହନୁମାନ ଜୟନ୍ତୀ ଦିନ ସୋରିଷ ତେଲରେ ସିନ୍ଦୁର ଲଗାଇ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କୁ ଲେପ ଲଗାଇ ଦିଅନ୍ତୁ ଏବଂ ଏହାପରେ ଛିଡ଼ା ହୋଇ ୧୧ ଥର ହନୁମାନ ଚାଳିଶା ଜପ କରନ୍ତୁ । ସେହି ସିନ୍ଦୁରରେ ଘରର ମୁଖ୍ୟଦ୍ୱାରର ଡାହାଣ ପଟେ ସ୍ୱସ୍ତିକ ଚିହ୍ନ ଲଗାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ପୁରା ବର୍ଷ ଆପଣଙ୍କ ଘର କଳା ଯାଦୁ ବନ୍ଧନ ଠାରୁ ମୁକ୍ତ ରହିବ ।
ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ ହୋଇଛି ତେବେ ହନୁମାନ ଜୟନ୍ତୀ ଦିନ ୧୧ଟି ରୋଟି ସେହି ବ୍ୟକ୍ତିଙ୍କ ହାତରୁ ନେଇ କୌଣସି କଳା କୁକୁରକୁ ଖୁଆଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ହନୁମାନଙ୍କ କୃପା କାରଣରୁ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । ଯଦି ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡୁନାହିଁ ତେବେ ଏହି ହନୁମାନ ଜୟନ୍ତୀ ଦିନ ଏକ ହନୁମାନ ଚାଳିଶା ପୁସ୍ତକ ଆଣି ନାଲି କପଡ଼ାରେ ଗୁଡ଼ାଇ ପୂଜାଘରେ ସ୍ଥାପିତ କଲେ ଏବଂ ପ୍ରତ୍ୟେକ ମଙ୍ଗଳବାର ତାହାର ପୂଜା କଲେ ହନୁମାନଙ୍କ କୃପାରୁ ଦୁର୍ଭାଗ୍ୟ ଦୂର ହୋଇଯିବ ।