Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷର ପ୍ରଥମ ସୂର୍ଯ୍ୟପରାଗରେ ଗର୍ଭବତୀ ମହିଳା ରୁହନ୍ତୁ ସତର୍କ । ଜାଣି ରଖନ୍ତୁ ସୂତକ କାଳ ଏବଂ କିଛି ଖାସ ନିୟମ ।

ସେୟାର୍ କରନ୍ତୁ

ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ରମା ଆସିଯାଏ ତାହାକୁ ସୂର୍ଯ୍ୟପରାଗ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗ୍ରହଣ ଅତ୍ୟନ୍ତ ଅଶୁଭ ମାନା ଯାଏ ଏବଂ ଏପରି ମାନ୍ୟତା ରହିଛି ଯେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ପୁରା ବିଶ୍ୱରେ ପଡ଼ିଥାଏ । ଏଥର ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ରେ ପଡ଼ିବ । ତେବେ ଭାରତ ବିଷୟରେ କହିବାକୁ ଗଲେ ଭାରତରେ ଏହି ସୂର୍ଯ୍ୟପରାଗ ନଜର ଆସିବ ନାହିଁ ।

ଏହାବ୍ୟତୀତ ସୂର୍ଯ୍ୟପରାଗର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ମଧ୍ୟ ରହିବ । କିନ୍ତୁ ଭାରତରେ ସୂତକ କାଳ ମଧ୍ୟ ଲାଗିବ ନାହିଁ । ଚଳିତ ବର୍ଷ ଏହି ସୂର୍ଯ୍ୟପରାଗ କାରଣରୁ କିଛି ରାଶି ପ୍ରଭାବିତ ହେବେ । ଏହି ସୂର୍ଯ୍ୟପରାଗ ଆଂଶିକ କିନ୍ତୁ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ । କିନ୍ତୁ କିଛି ସାବଧାନତା ନିଶ୍ଚୟ ଅବଲମ୍ବନ କରିବା ଉଚିତ ।

ଯେମିତିକି ଗ୍ରହଣ ଲାଗିବା ପୂର୍ବରୁ ସମ୍ପୂର୍ଣ୍ଣ ଶୁଦ୍ଧ ରୁହନ୍ତୁ । ତେଣୁ ଏହି ସମୟରେ ଉପଯୁକ୍ତ ଯେ ଆପଣ ଗାୟତ୍ରୀ ମନ୍ତ୍ର କିମ୍ବା ଅନ୍ୟାନ୍ୟ କୌଣସି ମନ୍ତ୍ର ମଧ୍ୟ ଜପ କରି ପାରିବେ । ଆପଣ ମହା ମୃତୁଞ୍ଜୟ ମନ୍ତ୍ରର ଜପ ମଧ୍ୟ କରି ପାରିବେ । ଏହାବ୍ୟତୀତ ମହାଦେବଙ୍କ ମନ୍ତ୍ର ମଧ୍ୟ ଜପ କରି ପାରିବେ । କିନ୍ତୁ ଏହି ସମୟରେ ପୂଜା କରିବା ବର୍ଜିତ ଏତେ । ଏହି ସମୟରେ ଦାନର ଅନେକ ମହତ୍ତ୍ୱ ରହିଛି ।

ଭାରତରେ ଏହି ସୂର୍ଯ୍ୟପରାଗ ସମୟ ରାତିରେ ଅଟେ । ତେଣୁ ଏହାର ସମାପ୍ତି ସକାଳ ସମୟରେ ହେବ । ତେଣୁ ସକାଳୁ ଉଠି ପରିଧାନ କରିଥିବା ବସ୍ତ୍ରକୁ ସ୍ୱଚ୍ଛ କରିନେବା ଆବଶ୍ୟକ । କାରଣ ପରାଗ କାରଣରୁ ରାହୁ କେତୁ ଦୋଷ ଲାଗିଥାଏ । ତେଣୁ ସ୍ନାନ କରିବା ସହିତ ସମସ୍ତ ଭୋଜନରେ ତୁଳସୀ ପତ୍ର ପକାଇ ରଖନ୍ତୁ ।

ପରାଗ ମୁହୂର୍ତ୍ତରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । କୌଣସି ମାଙ୍ଗଳିକ କାର୍ଯ୍ୟ ସମେତ ଛୁଞ୍ଚିରେ ସୂତା ପୁରେଇବା ଭଳି କାମ ମଧ୍ୟ କରନ୍ତୁ ନାହିଁ । ନଚେତ ଆଖି ଉପରେ ପ୍ରଭାବ ପଡ଼ିପାରେ । ଏହି ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ କିମ୍ବା ସେବନ ମଧ୍ୟ କରନ୍ତୁ ନାହିଁ । ଏହାସହିତ ଧାରୁଆ ଅସ୍ତ୍ର ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଗର୍ଭବତୀ ମହିଳା ମାନେ ତାଲା ଚାବି ମଧ୍ୟ ଖୋଲିବା ଉଚିତ ନୁହେଁ ।

ପରାଗ ସମୟରେ ଗର୍ଭବତୀ ମହିଳା ବାହାରକୁ ଯିବା ଉଚିତ ନୁହେଁ ଏବଂ ନିଜେ କୌଣସି ପରିବା ଫଳ କାଟିବା ମଧ୍ୟ ଉଚିତ ନୁହେଁ । କେଶ କାଟିବା କିମ୍ବା ନଖ କାଟିବା ମଧ୍ୟ ଏହି ସମୟରେ ବର୍ଜିତ ଅଟେ । ପରାଗ ସମୟରେ ଶୋଇବା ଉଚିତ ନୁହେଁ ଏବଂ ପୂଜା ଘରକୁ ବନ୍ଦ ରଖିବା ଉଚିତ । ଗ୍ରହଣ ସମୟରେ କିଛି ଭୁଲ କରିବା ଠାରୁ ଦୂରେଇ ରୁହନ୍ତୁ ନଚେତ ଆଖି ଦୃଷ୍ଟି କମିଯିବ।

ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ପୀଡ଼ିତ ହୁଅନ୍ତି ବୋଲି କୁହାଯାଏ ଏବଂ ଏହି ସମୟ ଅଶୁଭ ହୋଇଥାଏ । ତେଣୁ ଏହି ସମୟ ବୃଷଭ ରାଶି ପାଇଁ ଉତ୍ତମ ଅଟେ । ଏହି ସମୟରେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ ଏବଂ ଯାତ୍ରା ମଧ୍ୟ ଲାଭଦାୟକ ରହିବ । ନିବେଶରେ ଲାଭ ହେବ । କର୍କଟ ରାଶି ପାଇଁ ମଧ୍ୟ ସୂର୍ଯ୍ୟପରାଗ ଉତ୍ତମ ରହିବ । ଏମାନଙ୍କୁ ମଧ୍ୟ ସହଯୋଗ ମିଳିବ ଏବଂ ସଫଳତା ମିଳିବ । ସମାଜରେ ମାନ ସମ୍ମାନ ଯଶ ବଢ଼ିବ ।

ଏହି ଗ୍ରହଣ ଆପଣଙ୍କ ଭାଗ୍ୟକୁ ମଜବୁତ କରିବ । ତୁଳା ରାଶି ପାଇଁ ମଧ୍ୟ ସୂର୍ଯ୍ୟପରାଗ ଶୁଭ ରହିବ । କାର୍ଯ୍ୟରେ ସଫଳତା ଏବଂ ଚାକିରୀରେ ବଡ଼ ଅବସର ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଧନୁ ରଷିଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଚାକିରୀରେ ସୁଫଳ ମିଳିବ । ବିଦେଶରେ ଚାକିରୀ ସମେତ ବ୍ୟବସାୟରେ ମଧ୍ୟ ଉନ୍ନତି ହେବାର ଯୋଗ ହେଉଛି । ତେଣୁ ସୂର୍ଯ୍ୟପରାଗ ସମୟରେ ଯଥା ସମ୍ଭବ ମନ୍ତ୍ର ଜପ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *