Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୬ ” ହନୁମାନ ଜୟନ୍ତୀ ” ରେ ଚୁପଚାପ କରି ଦିଅନ୍ତୁ ଏହି ପାଞ୍ଚଟି ମହା ଉପାୟ ,,, ଯାହା ଚାହିଁବେ ତାହା ହେବ …….

ସେୟାର୍ କରନ୍ତୁ

ମନୁଷ୍ୟର କ୍ରୋଧ ଭଳି କରଜ ମଧ୍ୟ ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ । ଯାହାଦ୍ୱାରା ମନୁଷ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ଏବଂ ଅଶାନ୍ତିର ଜୀବନ ବିତାଇଥାଏ । କରଜ ମୁକ୍ତ ଜୀବନ ଖୁବ ଖୁସି ଦେଇଥାଏ । ଅନେକ ସମୟରେ ଏଭଳି କରଜ ଜନିତ ସମସ୍ୟା ହୁଏ ଯେ କରଜ ଶେଷ ହେବାର ନାଁ ହିଁ ନେଇ ନଥାଏ । କରଜ କରିଥିବା ବ୍ୟକ୍ତିର ପୁରା ପରିବାର ଚିନ୍ତାରେ ଦିନ କାଟିଥାଏ । କରଜ କାରଣରୁ ଆର୍ଥିକ ସମସ୍ୟା , ମାନହାନୀ ଭଳି ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ ।

ତେଣୁ କରଜ ନେବା ସମୟରେ ହିଁ କିଛି ସାବଧାନ ଆପଣେଇବା ଉଚିତ । ଯଦି ଆପଣ କରଜ ନେଉଛନ୍ତି ତେବେ ଧ୍ୟାନ ଦେବେ ଯେପରି ମଙ୍ଗଳବାର ଏବଂ ଶନିବାର ଦିନ କରଜ ନନିଅନ୍ତି । ଏହି ଦିନ କରଜ ନେଲେ ତାହାକୁ ସୁଝିବା କଷ୍ଟକର ହୋଇଥାଏ ।

ଏହି ବାରରେ କରଜ ଦିଅନ୍ତୁ ନାହିଁ କିମ୍ବା କରଜ ନେବା ଆବେଦନରେ ହସ୍ତାକ୍ଷର ମଧ୍ୟ କରନ୍ତୁ ନାହିଁ । ଚୋରଲଗ୍ନ ଯେମିତିକି କର୍କଟ , ମେଷ , ତୁଳା ଏବଂ ମକରରେ କରଜ ନେଲେ ତାହା ଶୀଘ୍ର ଉତୁରି ଯାଏ । କରଜ ନେବା ସମୟରେ ଚୋରଲଗ୍ନରେ ପଞ୍ଚମ ଏବଂ ନବମ ସ୍ଥାନରେ ଶୁଭ ଗ୍ରହ ରହିବା ଉଚିତ ନୁହେଁ । ନଚେତ କରଜ ବଢ଼ିଥାଏ । ସାଧରଣତଃ ୮ , ୧୭ ଏବଂ ୨୬ ତାରିଖ ଦିନ ମଧ୍ୟ କରଜ ନିଅନ୍ତୁ ନାହିଁ ।

କରଜ ନେବା ସମୟରେ କଳା ରଙ୍ଗର ହସ୍ତାକ୍ଷର କଲେ ତାହା ଅଶୁଭ ହୋଇଥାଏ ଏବଂ ଯଦି ଆପଣଙ୍କର କରଜ ଅତି ଜରୁରୀ ତେବେ ସୋମବାର , ବୁଧବାର ଏବଂ ଶୁକ୍ରାବାର ଦିନ କରଜ ନେଇ ପାରିବେ । କାରଣ ଏହିଦିନ ନିଆଯାଇଥିବା କରଜ ସୁଝିବାକୁ କୌଣସି ସମସ୍ୟା ହୁଏନାହିଁ ।

କରଜ ନେବା ସମୟରେ ସର୍ବଦା ଭଗବାନଙ୍କୁ ସ୍ମରଣ କରି ଏବଂ ପ୍ରାର୍ଥନା କରି ହସ୍ତାକ୍ଷର କରନ୍ତୁ । ଯଦି କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପାନ ପତ୍ରର ଉପଯୋଗ କରି କିଛି ଖାସ ଉପାୟ କରି ପାରିବେ । କାରଣ ହିନ୍ଦୁ ଧର୍ମ ଅନୁଯାୟୀ ପାନପତ୍ର ଅତ୍ୟନ୍ତ ପବିତ୍ର ଯାହାକୁ ସବୁ ଶୁଭ କାର୍ଯ୍ୟ ଏବଂ ପୁରାଣରେ ସମୁଦ୍ର ମନ୍ଥନ ପୂର୍ବରୁ ବ୍ୟବହାର କରାଯାଇଥିଲା । ଏହି ଉପାୟକୁ କରିବା ପାଇଁ ଏକ ଗୋଟା ପାନପତ୍ର ଆଣି ତାହା ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ପାନକୁ ମୋଡ଼ି ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ସ୍ନାନ କରି ଏକ ସ୍ୱଚ୍ଛ ବସ୍ତ୍ର ଧାରଣ କରି ହନୁମାନ ମନ୍ଦିରକୁ ନେଇ ଯାଆନ୍ତୁ । ଏହି ଉପାୟକୁ ଲଗାତାର ତିନି ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର କରି ଦିଅନ୍ତୁ । ମାତ୍ର ଏହିଦିନ ତାମସିକ ଭୋଜନ ଠାରୁ ଦୂରେଇ ରୁହନ୍ତୁ ଏବଂ ସାତ୍ଵିକତା ବଜାୟ ରଖନ୍ତୁ ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କରଜ ସମସ୍ୟା ବହୁତ ଜଲଦି ଶେଷ ହୋଇଯିବ ଏବଂ ଆପଣ ଋଣମୁକ୍ତ ହୋଇଯିବେ । ଅନେକ ସମୟରେ କରଜ ନେବା ପରେ କରଜ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ଯେମିତିକି ବ୍ୟବସାୟ ଜନିତ ଏବଂ ପାରିବାରିକ ସମସ୍ୟା ଦେଖା ଦେଇଥାଏ । ଏଭଳି ପରିସ୍ଥିତି ହେଲେ ଏକ ଗୋଟା ପାନ ପତ୍ର ଆଣି ଡେମ୍ଫକୁ ବାହାର କରି ରୁକ୍ଷ ଭାଗ ଉପରେ ଦୁଇଟି ଲବଙ୍ଗ ରଖି ପାଣିରେ ପ୍ରବାହିତ କରି ଦିଅନ୍ତୁ ।

ଏହାପରେ ସେଠାରେ ଛିଡ଼ା ହୋଇ ହାତ ଯୋଡ଼ି ଭଗବାନଙ୍କୁ ନିଜ ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ନବରାତ୍ରୀରେ ପ୍ରତ୍ୟେକ ଦିନ ପାନ ପତ୍ରରେ ହ୍ରୀଂ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କଲେ ମଧ୍ୟ କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ସେହି ପାନ ପତ୍ରକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ ।

ଆଉ ଏକ ଉପାୟ ଅନୁଯାୟୀ କୌଣସି ମଙ୍ଗଳବାର ଦିନ ରାତି ୧୧ ରୁ ୧ ସମୟରେ ଋଣ ମୁକ୍ତି ପାଇଁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ହନୁମାନଙ୍କ ସାମ୍ନାରେ ଆସନ ଲଗାଇ ବସି ପଡ଼ନ୍ତୁ । ପୁରୁଷ ଏବଂ ମହିଳା ଉଭୟ ଏହି ଉପାୟ କରିପାରିବେ ମାତ୍ର ବିନା ହନୁମାନଙ୍କୁ ସ୍ପର୍ଶ କରି । ଏହାପରେ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ଲଗାତାର ୧୧ଟି ମଙ୍ଗଳବାର କଲେ ଆପଣ ଋଣରୁ ମୁକ୍ତ ହୋଇଯିବେ । ପୁରୁଷ ମନେ ମଙ୍ଗଳବାର ଦିନ ହନୁମାନଙ୍କୁ ଦକ୍ଷିଣବର୍ତ୍ତି ସିନ୍ଦୁର ଅର୍ପିତ କଲେ ଏବଂ ମହିଳା ମାନେ ନାଲି ମନ୍ଦାର ଅର୍ପିତ କଲେ ଏବଂ ଘରେ ସକାଳ ସନ୍ଧ୍ୟା ତିନି ଥର ଶଙ୍ଖ ବଜାଇଲେ ହନୁମାନଙ୍କ ସୁଲଭ କୃପାରୁ ବ୍ୟକ୍ତି ଋଣ ମୁକ୍ତ ହୋଇ ପାରିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *