Excuse Me Odisha

ଯାହା କହିବୁ ସତ କହିବୁ

HANUMANAଙ୍କର ବାହନ କିଏ? କେଉଁ ଫୁଲ ଅର୍ପଣ କଲେ ପ୍ରଭୁ HANUMANA ହୋଇଥାନ୍ତି ପ୍ରସନ୍ନ ଏବଂ ମଙ୍ଗଳ ଦୋଷ ହୋଇଥାଏ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆପଣଙ୍କ ପାଇଁ ସୁନ୍ଦର ବିଷୟ ବସ୍ତୁ ରହିଛି। ପ୍ରଭୁ ହନୁମାନଙ୍କୁ କେଉଁ ଫୁଲ ପସନ୍ଦ ହୋଇଥାଏ ଏବଂ ମଙ୍ଗଳ ଦୋଷ ଦୂର କରିବା ପାଇଁ କେଉଁ ଉପାୟ କରିବା ଉଚିତ। ଶାସ୍ତ୍ରରେ କୁହାଯାଇଛି କି କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ମଙ୍ଗଳବାର ଦିନ ସ୍ଵାତୀ ନକ୍ଷତ୍ର ଓ ମେଷ ଲଗ୍ନରେ ଭଗବାନ ଶିବ ଧରା ପୃଷ୍ଠରେ ଅବତରିତ ହୋଇଥିଲେ। ପ୍ରଭୁ ହନୁମାନ ଭଗବାନ ଶ୍ରୀରାମଙ୍କର ପ୍ରିୟ ଭକ୍ତ ଥିଲେ। ପ୍ରତ୍ୟେକ ଦେବୀ ଓ ଦେବତାଙ୍କର ପ୍ରିୟ ଫୁଲ ରହିଥାଏ।

ପ୍ରଭୁ ହନୁମାନଙ୍କର ପ୍ରିୟ ଫୁଲ ଶ୍ୱେତ ଅରଖ ଫୁଲ, ଲାଲ ମନ୍ଦାର, ନୀଳ କଇଁ ଆଦି। ଏବେ ଆସନ୍ତୁ ଜାଣିବା ହନୁମାନଙ୍କର ପାର୍ଶ୍ଵ ଦେବତା କିଏ? ହନୁମାନଙ୍କର ପାର୍ଶ୍ଵ ଦେବାର ନଳ, ନୀଳ ଓ ଅଙ୍ଗଦ। ହନୁମାନଙ୍କର ଦ୍ଵାରପାଳ କିଏ? ବାମ ପାର୍ଶ୍ଵରେ ଦ୍ଵାରପାଳ ହେଉଛନ୍ତି ସୁଶୀଳ ଏବଂ ଡାହାଣ ପାର୍ଶ୍ଵରେ ଦ୍ଵାରପାଳ ହେଉଛନ୍ତି ଦୁବିଧ। ଯଦି ଆପଣ ଘରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ରଖିଛନ୍ତି, ତାହେଲେ ଦକ୍ଷିଣ ଆଡ଼କୁ ହନୁମାନଙ୍କ ମୁହଁ ରଖନ୍ତୁ। ଏହାଦ୍ବାରା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ରହିଥାଏ।

ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ, କାଳ ସର୍ପ ଦୋଷ, ଅନ୍ୟ ଗ୍ରହ ଦୋଷ ରହିଛି, ତାହେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଶରୀରରେ ତୈଳ ଅଭିଷେକ ଓ ସିନ୍ଦୂର ଅଭିଷେକ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ୟା ନିଶ୍ଚିତ ଭାବରେ ଦୂର ହୋଇଯିବ। ଏବେ ଆସନ୍ତୁ ଜାଣିବା ବୀର ହନୁମାନଙ୍କର ବାହନ କିଏ ଅଟନ୍ତି। ଏହାର ପ୍ରମାଣ ଅବନ୍ତି ଖଣ୍ଡର ଚତୁର୍ଦ୍ଦଶ ଅଧ୍ୟାୟରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ହନୁମାନ ବହୁତ ତୀବ୍ର ଓ ତେଜସ୍ଵ ଅଟନ୍ତି।

ତେଣୁ ହନୁମାନଙ୍କର ବାହନ ହେବା ପାଇଁ ଏଭଳି ଶକ୍ତି କୌଣସି ଦେବୀ ବା ଦେବତାଙ୍କ ପାଖରେ ନାହିଁ। ଓଁ ହନୁମତେ ନମଃ ମନ୍ତ୍ର ଜପ କରିବା ଦ୍ଵାରା ଜୀବନରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଏବଂ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ପୂଜାର୍ଚ୍ଚନା ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଅଶୁଭ ସ୍ଥିତିରେ ରହିଥାନ୍ତି, ସେହି ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମଙ୍ଗଳବାର ଦିନ ଅଧିକ ଲୁଣର ସେବନ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ କେବେବି ଅନ୍ୟମାନଙ୍କ ସହିତ କଳି ଝଗଡା କରିବା ଅନୁଚିତ। ମଙ୍ଗଳବାର ଦିନ କେବେବି ଧାରୁଆ ଜିନିଷ କିଣନ୍ତୁ ନାହିଁ, ଏହାଦ୍ବାରା ଶନି ଗ୍ରହ ଅସନ୍ତୁଷ୍ଟ ହୋଇଥାନ୍ତି। ମଙ୍ଗଳବାର ଦିନ ସକାଳୁ ଅସହାୟ ଲୋକଙ୍କୁ ଦାନ ଆଦି କରନ୍ତୁ ଏବଂ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମଙ୍ଗଳବାର ଦିନ ଲାଲ ଫୁଲ , ଲାଲ ଚନ୍ଦନ ଆଦି କୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତୁ। ନଚେତ ପ୍ରଭୁ ହନୁମାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଯଦି ଆପ ନିଜ କୁଣ୍ଡଳୀର ମଙ୍ଗଳ ଗ୍ରହଜୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଚରମରେ ସିନ୍ଦୂର ଅର୍ପଣ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *