Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ଲବଙ୍ଗ ଦୂର କରିଦେବ ଦାରିଦ୍ର୍ୟତା । କରି ଦିଅନ୍ତୁ ଏହି ଖାସ ଉପାୟ ।

ସେୟାର୍ କରନ୍ତୁ

ମନୁଷ୍ୟର ଭାଗ୍ୟ ନିଜ କର୍ମ ଦ୍ୱାରା ସୁନିଶ୍ଚିତ ହୋଇଥାଏ । କିନ୍ତୁ ମନୁଷ୍ୟ ନିଜ ଦୁର୍ଭାଗ୍ୟକୁ ଭାଗ୍ୟର ନାମ ଦେଇଥାଏ । ତେଣୁ ନିଜର ଖରାପ ସମୟରେ ମନୁଷ୍ୟକୁ ଭାଗ୍ୟକୁ ନିନ୍ଦା ନକରି ବରଂ ଧୌର୍ଯ୍ୟର ସହିତ ସମସ୍ୟାର ସାମ୍ନା କରି ସମସ୍ୟାର ସମାଧାନର ବାଟ ବାହାର କରିବା ଉଚିତ । ମନୁଷ୍ୟ ନିଜ ଜୀବନରେ ଅସଫଳ ହେବାର କାରଣ ହୋଇଥାଏ ପରିଶ୍ରମର ଅଭାବ କାରଣ ମନୁଷ୍ୟ ସବୁବେଳେ ହାରିବା ଭୟରେ ହିଁ କାମରୁ ବିଚ୍ୟୁତ ହୋଇଥାଏ ।

ନକରାତ୍ମକ ଚିନ୍ତାଧାରା ଏବଂ ପ୍ରୟାସର ଅଭାବ କାରଣରୁ ହିଁ ମନୁଷ୍ୟ ଠାରୁ ସଫଳତା କୋଷ ଦୂରକୁ ଚାଲିଯାଏ । ସଙ୍କଟ ସମୟରେ ସର୍ବଦା ଧୌର୍ଯ୍ୟର ସହିତ କାମ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଲବଙ୍ଗ ଏବଂ ଅଳେଇଚର କିଛି ଉପାୟ ବିଷୟରେ କହିବୁ । ଯାହାକି ଆପଣଙ୍କ ଖରାପ ସମୟରେ ଆପଣଙ୍କ ସାଥ ଦେବ ଏବଂ ଆପଣଙ୍କ ମନୋବଳ ବଢ଼ାଇବ ।

ସନାତନ ଧର୍ମରେ ଏହାର ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଲବଙ୍ଗ ଏବଂ ଅଳେଇଚର ଅନେକ ମହତ୍ତ୍ୱ ରହିଛି । ପୂଜାପାଠରେ ଏସବୁର ବିଶେଷ ମହତ୍ତ୍ୱ ରହିଛି । ଲବଙ୍ଗର ପ୍ରୟୋଗ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ଲାଭଦାୟକ ହୋଇଥାଏ । ଜ୍ୟୋତିଷ ଉପାୟରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଥାଏ । ଏହାବ୍ୟତୀତ ତନ୍ତ୍ର ମନ୍ତ୍ର କ୍ରିୟା ପାଇଁ ଏହା ଉପଯୋଗୀ ହୋଇଥାଏ । ନିଜର ଭାଗ୍ୟକୁ ବଦଳାଇବା ପାଇଁ ଲବଙ୍ଗର କିଛି ଉପାୟକୁ କେହିବି ଆପଣେଇ ପାରିବେ । ଯାହା ପ୍ରଭାବୀ ମଧ୍ୟ ହୋଇଥାଏ ।

୧ . ଘରୁ ନକରାତ୍ମକ ଶକ୍ତିକୁ ସବୁଦିନ ପାଇଁ ହଟାଇବା ପାଇଁ ଲବଙ୍ଗର ଏକ ଉପାୟ କରି ପାରିବେ । ଶନିବାର କିମ୍ବା ରବିବାର ଦିନ ଧୂଆଁ ପାତ୍ରରେ ପାଞ୍ଚଟି ଲବଙ୍ଗ , ତିନୋଟି କର୍ପୂର ଏବଂ ତିନୋଟି ବଡ଼ ଅଳେଇଚ ନେଇ ଜଳାଇ ଦିଅନ୍ତୁ । ଯେତେବେଳେ ଅଗ୍ନି ଶିଖା ଉଠିବା ଆରମ୍ଭ କରିବ ସେତେବେଳେ ଏହାକୁ ସାରା ଘରେ ବୁଲାଇ ଦିଅନ୍ତୁ । ଏହା ପୁରା ଜଳିଯିବା ପରେ ଏହାର ଅଙ୍ଗାରକୁ ପାଣିରେ ମିଶାଇ ପୁରା ଘରେ ଜଳ ଛିଟା ମାରନ୍ତୁ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ନାଶ ହେବ ଏବଂ ଘରର ମୁଖ୍ୟ ଦ୍ୱାରରେ ସକାରାତ୍ମକ ଶକ୍ତିର ବାସ ହେବ ।

୨ . ଶୁକ୍ର ଗ୍ରହ ସୁଖ ଶାନ୍ତି ସମୃଦ୍ଧି ଆଦିର ଗ୍ରହ ଅଟେ । ତେଣୁ ଜାତକରେ ଶୁକ୍ର ଗ୍ରହକୁ ବଜବୁତ କରିବା ପାଇଁ ଅଳେଇଚର ଏକ ପ୍ରୟୋଗ ନିଶ୍ଚିତ କରନ୍ତୁ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ ସବୁଜ ଅଳେଇଚ ବ୍ୟବହାର କଲେ ଶୁକ୍ରକୁ ବଳ ମିଳିଥାଏ । ତେଣୁ ଯଦି ଆପଣଙ୍କ ଶୁକ୍ର ଦୁର୍ବଳ ଅଛି ତେବେ ଏକ ପାତ୍ରରେ ପାଣି ନେଇ ସେଥିରେ ଦୁଇଟି ଅଳେଇଚ ପକାଇ ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାଇ ସେହି ପାଣିକୁ ସାଧାରଣ ପାଣିରେ ମିଶାଇ ସ୍ନାନ କରନ୍ତୁ । ମନ୍ତ୍ର ଓଁ ଜୟନ୍ତୀ ମଙ୍ଗଳାକାରୀ ଭଦ୍ରକାଳୀ ଦୁର୍ଗା କ୍ଷମା ଶିବା ସ୍ୱାହା ର ଜପ କରନ୍ତୁ । ଏପରି କଲେ ଅପଣଙ୍କର ସବୁ ରୋଗ ଏବଂ ଶୋକ ଦୂର ହୋଇଯିବ ।

୩ . ଯଦି ଚାକିରୀ କିମ୍ବା ପାଠ ପଢ଼ା ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଶୁକ୍ରବାର କିମ୍ବା ଅନ୍ୟ କୌଣସି ବାରରେ ଗୋଟିଏ ଅଳେଇଚ ରୁ ଏକ ଦାନା ଏବଂ ଏକ ଛୋଟ ମିଶ୍ରୀ ଖଣ୍ଡ ନେଇ ଏକ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଚାକିରୀ ଏବଂ ପାଠ ପଢ଼ା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

୪ . ଅନେକ ପରିଶ୍ରମ ପରେ ମଧ୍ୟ ଲୋକଙ୍କୁ ସଫଳତା ମିଳି ପାରେନାହିଁ । ସୁଯୋଗ ହାତରୁ ଯିବା ସହିତ ଆର୍ଥିକ ଚିନ୍ତା ଘେରି ରହିଥାଏ । ଏଭଳି ପରିସ୍ଥିତିରେ କୌଣସି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ସମ୍ମୁଖରେ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ସେଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ ଏବଂ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ । ହନୁମାନ ଭଗବାନଙ୍କୁ ନିଜର ସମସ୍ୟା ସମ୍ପର୍କରେ କୁହନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ କାମ କରନ୍ତୁ । ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ ।

୫ . ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଯାଇଛି ତେବେ ଶୁକ୍ରବାର ଦିନ ତିନୋଟି ଅଳେଇଚ ନିଜ ଶରୀରରେ ସ୍ପର୍ଶ କରାଇ କୌଣସି ବସ୍ତ୍ର କିମ୍ବା ରୁମାଲରେ ବାନ୍ଧି ପୁରା ଦିନ ନିଜ ପାଖରେ ରଖନ୍ତୁ । ଠିକ ଶନିବାର ଦିନ ତାହାକୁ ପେଶୀ କୌଣସି ଖାଇବା ଜିନିଷର ମିଶାଇ ଦିଅନ୍ତୁ । ତାହାକୁ ନିଜ ଜୀବନସାଥୀଙ୍କୁ ଖୁଆଇ ଦିଅନ୍ତୁ ।ଏପରି ଲଗାତାର ତିନୋଟି ଶୁକ୍ରବାର ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ ସ୍ୱାମୀ କିମ୍ବା ସ୍ତ୍ରୀ କେହିବି କରି ପାରିବେ । ଦେଖିବେ ସବୁ ସମସ୍ୟାର ସମାଧାନ ହୋଇଯିବ ।

୬ . ଯଦି ଆପଣ ସୁନ୍ଦର ସ୍ତ୍ରୀ ଚାହୁଁଛନ୍ତି ତେବେ ଏକ ଛୋଟ ଉପାୟ କରି ନିଅନ୍ତୁ । କୌଣସି ଗୁରୁବାର ଦିନ ଏକ କଞ୍ଚା ଅଳେଇଚକୁ ହଳଦିଆ କପଡ଼ାରେ ବାନ୍ଧି ଏକ ଗରିବକୁ ଦେଇ ଦିଅନ୍ତୁ କିମ୍ବା ତାହାକୁ ପାଖରେ କୌଣସି ମନ୍ଦିରରେ ରଖି ଆସନ୍ତୁ । ଏପରି କରିବା ଦ୍ୱାରା ସୁନ୍ଦର ସ୍ତ୍ରୀ ମିଳିବା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହେବ । ମାତ୍ର ଏହିସବୁ ଉପାୟ କରିବାରେ ଧୌର୍ଯ୍ୟ ରଖନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *