Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଏହି ଶବ୍ଦ କହିବା ମାତ୍ରେ ହେବ ଇଚ୍ଛାପୂର୍ତ୍ତି , ବିନା ପୂଜାରେ ହିଁ ପ୍ରସନ୍ନ ହେବେ ମହାଦେବ ।

ସେୟାର୍ କରନ୍ତୁ

ଅନେକ ସମୟରେ ଲୋକଙ୍କ ସମସ୍ୟା ଏହା ହୋଇଥାଏ ଯେ ଜୀବନରେ ହଠାତ କୌଣସି ସମସ୍ୟା ଆସିଥାଏ ଏବଂ ସବୁ କାମ ମଧ୍ୟ ବିଗିଡ଼ିବାରେ ଲାଗିଥାଏ । ଏମିତିକି ନିଜ ଘରେ ହିଁ ଅଶାନ୍ତି ଲାଗିଥାଏ । କୌଣସି କାମରେ ମନ ଲାଗିନଥାଏ ଏବଂ ମନରେ ଖରାପ ଚିନ୍ତା ଆସିଥାଏ । ତେବେ ତାହା କୌଣସି ପ୍ରକାରର ସମସ୍ୟା ହୋଇପାରେ । କେବଳ ସକାଳୁ ଯଦି ଆପଣ କିଛି ଖାସ ଶବ୍ଦ କହି ଦିଅନ୍ତି ତେବେ ଆପଣଙ୍କର ଏହି ସମସ୍ୟା ମଧ୍ୟ ଦୂରେଇ ଯିବ । ପ୍ରତ୍ୟେକ ବ୍ୟକ୍ତି ମହାଦେବଙ୍କ କୃପା ପାଇବାକୁ ଚାହାଁନ୍ତି । ମାତ୍ର ମହାଦେବଙ୍କୁ ନିଷ୍ଠାର ସହିତ ପୂଜା କଲେ ଏବଂ କିଛି ସଧାରଣ ଜିନିଷ ଅର୍ପିତ କଲେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଶବ୍ଦ ବିଷୟରେ କହିବୁ ଯାହାକୁ ଯଦି ଆପଣ ସକାଳୁ ଉଠିବା ମାତ୍ରେ କହି ଦିଅନ୍ତି ତେବେ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ବିନା ପୂଜାପାଠରେ ହିଁ ଆପଣଙ୍କୁ ଫଳ ପ୍ରାପ୍ତ ହେବ । ମହାଦେବ କିମ୍ବା ପାର୍ବତୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରସନ୍ନ କଲେ ବି ଉଭୟେ ପ୍ରସନ୍ନ ହୁଅନ୍ତି । ତେଣୁ ଏହି ଉପାୟ ସମସ୍ତେ କରିବା ଉଚିତ ଯାହାଦ୍ୱାରା ଆପଣଙ୍କ ମାନସିକ ବିକାଶ ମଧ୍ୟ ହେବ ।

ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ । ଘରର ମହିଳା ମାନେ ମଧ୍ୟ ଏହି ଶବ୍ଦ ସକାଳୁ କହି ପାରିବେ । ଏଥିପାଇଁ ଆପଣଙ୍କୁ ସ୍ନାନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଘରର ନବବଧୂ ଯଦି ସକାଳୁ ଉଠି ଏହି ଦୁଇ ଶବ୍ଦ କହି ଦିଅନ୍ତି ତେବେ ଘରେ ଉତ୍ତମ ସନ୍ତାନ ଜନ୍ମ ନେଇଥାଏ ।ଏହାଦ୍ବାରା ଆପଣଙ୍କ ବୈବାହିକ ଜୀବନ ଭଲ ଚାଲିବା ସହିତ ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ । ଏହିପରି ବଡ଼ ଲୋକ ବୟସ୍କ ଲୋକ ନିଜର ଦୀର୍ଘ ଆୟୁଷ ପାଇଁ କିମ୍ବା ବ୍ୟବସାୟୀ ଲୋକ ନିଜ ବ୍ୟବସାୟକୁ ବଢ଼ାଇବା ସହିତ ଲାଭ ପାଇଁ ମଧ୍ୟ ଏହି ଉପାୟ କରି ପାରିବେ ।

ଯଦି କେହି ବ୍ୟକ୍ତି ନିଜର ମନସ୍କାମନା ପୂରଣ କରିବାକୁ ଚାହୁଁଛନ୍ତି ତେବେ ସକାଳୁ ଏହି ଶବ୍ଦ କହି ପାରିବେ । ଏହି ଉପାୟ ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ମହାଦେବଙ୍କ କୃପା ପ୍ରାପ୍ତ ହେବ ଏବଂ ଆପଣଙ୍କୁ ଜୀବନରେ ସବୁ ପ୍ରକାରର ସଫଳତା ମିଳିବ । ସକାଳୁ ଉଠି କେବଳ ଦେବତାଙ୍କ ଧ୍ୟାନ କରନ୍ତୁ । ନିଜ ଦିନର ପ୍ରାରମ୍ଭ ଦେବଦେବୀଙ୍କ ପୂଜା ପାଠରୁ ଆରମ୍ଭ କରିବା ଉଚିତ । ଯାହାଦ୍ୱାରା ଆପଣଙ୍କୁ ତାହାର ଶୁଭ ଫଳ ମଧ୍ୟ ପ୍ରାପ୍ତ ହେବ ।

ଏହାଦ୍ବାରା ଆପଣଙ୍କୁ ନିଜ ଜୀବନରେ ମିଳୁଥିବା ସୁଫଳ ମଧ୍ୟ ଅନୁଭୂତ ହେବ । କେବଳ ସକାଳୁ ଉଠି ନିଜ ହାତ ଯୋଡ଼ି ” ଓଁ ଜୁଙ୍ଗ ସ୍ୱାହା ” ଏହି ମନ୍ତ୍ରର ଜପ କରନ୍ତୁ । ଏହା ଲହୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଆପଣଙ୍କ ଜାତକରେ ଥିବା ଗ୍ରହ ଦୋଷ ମଧ୍ୟ ଦୂର ହୋଇଯିବ । ଏହାବ୍ୟତୀତ ନିଜ ହାତକୁ ଯୋଡ଼ି ଆଉ ଏକ ମନ୍ତ୍ର ଜପ କରନ୍ତୁ । ଯାହା ଏହିଭଳି – ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳେତୁ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ ।। ଆପଣ ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ମନ୍ତ୍ର ଜପ କରି ପାରିବେ । ନଚେତ ଦୁଇଟି ଯାକ ମନ୍ତ୍ରର ଜପ ମଧ୍ୟ କରି ପାରିବେ । ତେଣୁ ଏହିଭଳି ଭାବରେ ଦିନର ଆରମ୍ଭ କରିବା ଉଚିତ ଯାହାଦ୍ୱାରା ଦିନ ଭଲରେ କଟିବ ଏବଂ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *