Excuse Me Odisha

ଯାହା କହିବୁ ସତ କହିବୁ

ସିନ୍ଦୂର ଫରୁଆରେ କେଉଁ ଜିନିଷ ରଖିବା ଶୁଭ ହୋଇଥାଏ? ଜାଣନ୍ତୁ ସିନ୍ଦୂର ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟ ବିଷୟରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ହିନ୍ଦୁ ନାରୀ ସିନ୍ଦୂର ପିନ୍ଧି ଥାଆନ୍ତି। ବିବାହିତା ନାରୀ ମାନଙ୍କର ସିନ୍ଦୂର ହେଉଛି ପ୍ରତୀକ। ବିବାହ ସମୟରେ ସିନ୍ଦୂର ଦାନର ପରମ୍ପରା ରହିଛି। ତେଣୁ ବିବାହ ପରେ ପ୍ରତ୍ୟେକ ସ୍ତ୍ରୀ ସିନ୍ଦୂର ଲଗାଇବା ନିହାତି ଆବଶ୍ୟକ ଅଟେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ହିନ୍ଦୁ ଧର୍ମରେ ରହିଥିବା ସିନ୍ଦୂର ପିନ୍ଧା ପରମ୍ପରା କେବଳ ଧାର୍ମିକ ନୁହେଁ ଏହାର ବୈଜ୍ଞାନିକ ମହତ୍ତ୍ଵ ମଧ୍ୟ ରହିଛି।

ଯେଉଁ ମହିଳା ଦି ଦୂର ପିନ୍ଧି ନଥାନ୍ତି, ତାଙ୍କ ପତିଙ୍କୁ ଅନେକ ରୋଗ ଆକ୍ରାନ୍ତ କରିଥାଏ ଏବଂ ତାଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସିନ୍ଦୂର ପିନ୍ଧିବାକୁ ନେଇ କିଛି ବିଶେଷ ନିୟମ ବିଷୟରେ। ବିବାହିତା ମହିଳା ମାନଙ୍କୁ ନିଜ ପଇସାରେ ସିନ୍ଦୂର କିଣି ପିନ୍ଧିବା ଉଚିତ। କୌଣସି ସ୍ଥାନକୁ ଗଲେ ଭୁଲରେ ମଧ୍ୟ ଅନ୍ୟ କାହାର ସିନ୍ଦୂର ପିନ୍ଧିବା ଉଚିତ ନୁହେଁ। ନଚେତ ଏହାଦ୍ବାରା ସ୍ବାମୀଙ୍କ ଆୟୁଷ ହ୍ରାସ ହୋଇଥାଏ।

କେବେବି ସିନ୍ଦୂରକୁ ସମସ୍ତଙ୍କ ସାମ୍ନାରେ ପିନ୍ଧିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକଦିନ ଜଣେ ବିବାହିତା ନାରୀଙ୍କୁ ସିନ୍ଦୂର ପିନ୍ଧିବା ଉଚିତ। ଯଦି ଆପଣଙ୍କ ହାତରୁ କେବେବି ସିନ୍ଦୂର ପଡ଼ି ଯାଉଛି, ତାହେଲେ ମାଆ ଦୁର୍ଗାଙ୍କ ପାଖରୁ ନିଶ୍ଚିତ ଭାବରେ କ୍ଷମା ମାଗି ନିଅନ୍ତୁ। ସିନ୍ଦୂର ଲଗାଇବା ସମୟରେ ଧ୍ୟାନ ରଖନ୍ତୁ କି, ସିନ୍ଦୂର ଭଲଭାବରେ ବାହାରକୁ ଦେଖା ଯିବା ଉଚିତ।

ଆଜିକାଲି ବିବାହିତା ମହିଳା ମାନେ ଅଳ୍ପ ସିନ୍ଦୂର ଲଗାଉଛନ୍ତି। ଏହାଦ୍ବାରା ମାଆ ପାର୍ବତୀଙ୍କର ଘୋର ଅପମାନ ହୋଇଥାଏ। ଯଦି ଆପଣଙ୍କ ସ୍ବାମୀଙ୍କ ସହିତ ଆପଣଙ୍କ ବିବାଦ ଲଗାତାର ଲାଗି ରହୁଛି, ତାହେଲେ ଆପଣ ନିଜ ଘରର ମୁଖ୍ୟ ଦୁଆର ସାମ୍ନାରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *