Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଅଶ୍ୱତ୍ଥ ଗଛ ମୂଳକୁ ସ୍ପର୍ଶ କରି ବୋଲନ୍ତୁ ଏହି ମନ୍ତ୍ର, ଆପଣଙ୍କର ସମସ୍ତ ଅଭିଳାଷା ହୋଇଯିବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାସ୍ତ୍ରରେ ଅଶ୍ୱତ୍ଥ ଗଛକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଯଦି ଆପଣ ଆର୍ଥିକ ରୂପରେ ଚିନ୍ତିତ, ମାନସିକ ଓ ଶାରିରୀକ ରୂପରେ ଚିନ୍ତିତ ଅଛନ୍ତି, ତାହେଲେ ଆପଣ ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କରନ୍ତୁ। ମାନ୍ୟତା ରହିଛି କି, ଅଶ୍ୱତ୍ଥ ଗଛ ମୂଳରେ ଭଗବାନ ବିଷ୍ଣୁ ଓ ଡାଳରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହିକଥା ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ ଭାଗବତ ଗୀତାରେ କହିଛନ୍ତି।

ଆହୁରି ମଧ୍ୟ କୁହାଯାଇଛି କି, ଅଶ୍ୱତ୍ଥ ଗଛ ମୂଳରେ ୩୩ କୋଟି ଦେବୀ ଓ ଦେବତା ମଧ୍ୟ ବାସ କରିଥାନ୍ତି। ତେଣୁ ଏହି ଗୋଟେ ଗଛର ପୂଜାର୍ଚ୍ଚନା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଅଶ୍ୱତ୍ଥ ଗଛକୁ ନେଇ ଏଭଳି କେଉଁ ଉପାୟ କଲେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ। ଯଦି ଆପଣଙ୍କ ବ୍ୟବସାୟରେ ଲଗାତାର କ୍ଷତି ସହିବାକୁ ପଡୁଛି, ଋଣ ଭାର ବୃଦ୍ଧି ହେଉଛି ଏବଂ ଚାକିରି ମିଳିବାରେ ଅସୁବିଧା ସୃଷ୍ଟି ହେଉଛି, ତାହେଲେ ଆପଣ ଏହି ଉପାୟ କରି ପାରିବେ।

ବେଳେବେଳେ ଆପଣ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରି ନଥାନ୍ତି ବା ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ନଥାଏ, ତାହେଲେ ଆପଣ ଏହି ଉପାୟ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଧନ ସଞ୍ଚୟ ହେବ। ବ୍ୟାପାରରେ ଲାଭ ପ୍ରାପ୍ତ କରିବେ।ଏହି ଉପାୟ ଆପଣ ଶନିବାର ଦିନ ସନ୍ଧ୍ୟା ସମୟରେ କରିବାକୁ ପଡିବ। ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳକୁ ଯାଇ ଅଟାର ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ପୂଜାର୍ଚ୍ଚନା କରନ୍ତୁ।

ତାପରେ ଅଶ୍ୱତ୍ଥ ଗଛରୁ ଗୋଟେ ପତ୍ର ତୋଳି ଲାଲ ସିନ୍ଦୂରରେ ନିଜର ଅଭିଳାଷା ବ୍ୟକ୍ତ କରନ୍ତୁ। ତାପରେ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରି ସମସ୍ୟା ଦେବୀ ଓ ଦେବତାଙ୍କୁ ପ୍ରଣାମ କରି ଅଶ୍ୱତ୍ଥ ଗଛର ଛାଇରେ ବସି ଗନୁମାନ ଚାଳିଶା ପାଠ କରନ୍ତୁ। ତାପରେ ଅଶ୍ୱତ୍ଥ ଗଛ ମୂଳରୁ ଅଳ୍ପ ମାଟି ଲାଲ କପଡ଼ାରେ ରଖି ବାନ୍ଧି ଦିଅନ୍ତୁ। ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଖୁବ୍ ଶୀଘ୍ର ଦୂର ହୋଇଯିବ ଏବଂ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *