Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ନାରୀଙ୍କ ଶରୀରରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି ? କେଉଁ ପୁରୁଷଙ୍କ ଉପରେ ମାଆ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ନାରୀଙ୍କ ଶରୀରରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି। ପଦ୍ମିନୀ ନାରୀଙ୍କ ପାଖରେ ମାଆ ଲକ୍ଷ୍ମୀ ରହିଥାନ୍ତି। ଆଉ କିଛି ବିଶେଷ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଯାହାଦ୍ଵାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ସଦା ହୁଅଇ ଉତ୍ସବ ଯାହାର ମନ୍ଦିରେ, ତାହାର ଗୃହକୁ ନ ତେଜଇ ମୁଁ କେଉଁ କାଳରେ।।

ଏହାର ଅର୍ଥ ହେଉଛି ଯେଉଁ ଘର ସର୍ବଦା ମନ୍ଦିର ହୋଇ ରହିଥାଏ, ସେହି ଘରୁ ମାଆ ଲକ୍ଷ୍ମୀ କେବେବି ଯାଇ ନଥାନ୍ତି।ଗୁରୁ ଠାରେ ଭକ୍ତି କରେ, ଉପଦେଶ ଘେନେ ଯେଉଁ ରମଣୀ ନିଜ ପତିଙ୍କ କଥା ମାନେ।। ମାଆ ଲକ୍ଷ୍ମୀ କହିଛନ୍ତି ଅଳ୍ପରେ କେଉଁ ନାରୀ ସନ୍ତୁଷ୍ଟ ହୋଇଥାଏ, ସେ ତାଙ୍କ ପାଖରେ ସର୍ବଦା ରହିଥାନ୍ତି। ଯେଉଁ ନାରୀ ଧୀରେ ଧୀରେ ଚାଲୁଥିବ ଏବଂ ଅଳ୍ପ କହୁଥିବ, ତାର ନିଜ ସ୍ଵାମୀଙ୍କର ଶୁଭ ଚିନ୍ତା କରୁଥିବ

ସେହି ନାରୀ ଘର ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ନାରୀର ନାଭି ସୁନ୍ଦର ଓ ଗଭୀର ହୋଇଥାଏ, ସେହି ନାରୀ କେଉଁ ଘରେ ବିବାହ କରିଥାନ୍ତି, ସେହି ଘର ସର୍ବଦା ସୁଖଶାନ୍ତି ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଯାଇଥାଏଯେଉଁ ନାରୀ ନିଜ ପରିବାରର ସାତ ଦୁଃଖକଷ୍ଟକୁ ବୁଝିଥାଏ ଏବଂ ସ୍ୱାମୀର ସମସ୍ତ ଦୁଃଖ ସୁଖରେ ସେଥିରେ ରହିଥାଏ, ସେହି ନାରୀ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ।

ଏହି ନାରୀ ଯେଉଁ ଘରକୁ ଯାଇଥାନ୍ତି ସେହି ଘର ସ୍ବର୍ଗ ହୋଇ ଯାଇଥାଏ। ବିବାହିତା ନାରୀ ମାନଙ୍କୁ ଶୁକ୍ରବାର ଦିନ ତେଲ ଲଗାଇବା ଉଚିତ ନୁହେଁ କାରଣ ଶୁକ୍ରବାର ହେଉଛି ମା ଲକ୍ଷ୍ମୀଙ୍କର ବାର। ଯେଉଁ ନାରୀ ନିଜର ପରିବାର ଓ ସ୍ବାମୀଙ୍କ ହିତ ପାଇଁ ବାର ବ୍ରତ ଓ ଉପବାସ କରିଥାନ୍ତି, ସେହି ନାରୀ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇ ଥାଆନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *