Excuse Me Odisha

ଯାହା କହିବୁ ସତ କହିବୁ

ଝାଡ଼ୁକୁ ନେଇ ଏହି ଭୁଲ କଦାପି କରନ୍ତୁ ନାହିଁ, ନଚେତ ସମ୍ପୂର୍ଣ୍ଣ ପରିବାର ଉପରକୁ ମାଡି ଆସିପାରେ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାୟତଃ ସମସ୍ତଙ୍କ ଘରେ ଝାଡୁ ରହିଥାଏ। କାରଣ ଝାଡୁ ଦ୍ଵାରା ଘରର ଅଳିଆ ଆବର୍ଜନା ସଫା ହୋଇଥାଏ। ଆପଣ ମାନେ ଜାଣିଥିବେ କି ମାଆ ଲକ୍ଷ୍ମୀଙ୍କୁ ସଫାସୁତୁରା ସ୍ଥାନ ପସନ୍ଦ ହୋଇଥାଏ, ତେଣୁ ଝାଡୁକୁ ମାଆ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ।କିନ୍ତୁ ବହୁତ କମ୍ ଲୋକେ ଝାଡୁର ସଠିକ ପ୍ରୟୋଗ ବିଷୟରେ ଜାଣିଥାନ୍ତି।

ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ବିଷୟରେ କୁହାଯାଇଥିବା କିଛି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ। ଅଧିକାଂଶ ସମୟରେ ଜାଣତରେ ହେଉ ଅବା ଅଜାଣତରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଯାହାଫଳରେ ଆମକୁ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ। ଯଦି ଆମେ ସଠିକ ସମୟ ମଧ୍ୟରେ ଏହିସବୁ କଥା ଉପରେ ବିଶେଷ ଧ୍ୟାନ ଦେବୁ, ତାହେଲେ ନିଶ୍ଚିତ ଭାବରେ ସୁଫଳ ପାଇବୁ।

ଝାଡୁକୁ ଆପଣ ଏଭଳି ସ୍ଥାନରେ ରଖନ୍ତୁ, ଯେଉଁଠାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ନଜର ପଡ଼ିବ ନାହିଁ। ଯଦି ଆପଣଙ୍କୁ ଏଭଳି ଅନୁଭବ ହେଉଛି କି ଆପଣଙ୍କ ଘରେ ନକାରାତ୍ମକ ଊର୍ଜା, କ୍ଳେଶ ଆଦି ବୃଦ୍ଧି ହୋଇଛି ତାହେଲେ ଆପଣ ଝାଡୁକୁ ଘରର ମୁଖ୍ୟ ଦୁଆର ସାମ୍ନାରେ ରଖି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ। ଝାଡୁକୁ ଘରେ ବ୍ୟବହାର କରିବାର ଏକ ନିର୍ଦ୍ଧିଷ୍ଟ ସମୟ ରହିଛି। ଆପଣ ଝାଡୁକୁ ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ପ୍ରୟୋଗ କରନ୍ତୁ। କିନ୍ତୁ ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ।

ଏବେ ଆସନ୍ତୁ ଜାଣିବା ଝାଡୁ ରଖିବାର ସଠିକ ଦିଗ କଣ ଅଟେ। ଘରେ ଝାଡୁକୁ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଶୁଆଇ ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ କି, କୌଣସି ବ୍ୟକ୍ତି କାର୍ଯ୍ୟ ମାମଲାରେ ବାହାରକୁ ପ୍ରସ୍ଥାନ କରୁଥିବା ସମୟରେ ଭୁଲରେ ମଧ୍ୟ ଝାଡୁ ଲଗାନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଝାଡୁ ଦାନ କରିବା ଶୁଭ ହୋଇଥାଏ। କିନ୍ତୁ ଯୁଗ୍ମ ସଂଖ୍ୟାରେ କେବେବି ଦାନ କରନ୍ତୁ ନାହିଁ। ଆଯୁଗ୍ମ ସଂଖ୍ୟାରେ ଝାଡୁ ଦାନ କରନ୍ତୁ। ପୁରୁଣା ଝାଡୁ କେବେବି ଘରେ ରଖନ୍ତୁ ନାହିଁ, ଏହାକୁ କୌଣସି ବାର ଦେଖି ବାହାରେ ରଖି ଆସନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *