Excuse Me Odisha

ଯାହା କହିବୁ ସତ କହିବୁ

ରାମ ନବମୀ ଦିନ ଏହି ଗଛକୁ ସ୍ପର୍ଶ କରି ଆସନ୍ତୁ। ଦେଖିବେ ରାତାରାତି ହୋଇ ଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ଆଜି ଆମେ ଆପଣଙ୍କୁ ରାମ ନବମୀ ଦିନ ଯେଉଁ ଗଛକୁ ସ୍ପର୍ଶ କଲେକ୍ସୁଭ ଫଳ ମିଳିଥାଏ, ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଭଗବାନ ବିଷ୍ଣୁଙ୍କର ୨୧ ତମ ଅବତାର ଭଗବାନ ଶ୍ରୀରାଙ୍କ ରୂପରେ ଅଯୋଧ୍ୟାର ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ରୂପରେ ଅବତରିତ ହୋଇଥିଲେ। ଏବର୍ଷ ଚୈତ୍ର ନବମୀ ଅର୍ଥାତ୍ ରାମ ନବମୀ ମାର୍ଚ୍ଚ ୩୦ ତାରିଖ ଗୁରୁବାର ଦିନ ପଡୁଛି।

ଏହି ରାମ ନବମୀ ଦିନ ଆପଣ କିଛି ଖାସ ଉପାୟ କଲେ ଲାଭବାନ ହୋଇ ପାରିବେ। ଏହିଦିନ ସିଦ୍ଧି ଯୋଗ, ଧନ ଯୋଗ ଏବଂ ରାଜ ଯୋଗ ବନିବାକୁ ଯାଉଛି। ସନାତନ ଧର୍ମରେ ବୃକ୍ଷଲତା ମାନଙ୍କୁ ଦେବତା ତୁଲ୍ୟ ମାନା ଯାଇଛି। ଆଜି ଆମେ ଆପଣଙ୍କୁ କିଛି ଖାସ ବୃକ୍ଷ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଏମ ନବମୀ ଦିନ ସ୍ପର୍ଶ କରିବା ଆବଶ୍ୟକ, ଯାହାଦ୍ଵାରା ଆପଣ କୋଟିପତି ହେବାର ମଧ୍ୟ ସମ୍ଭାବନା ରହିଛି। କହିବାକୁ ଗଲେ ବୃକ୍ଷଲତା ମନୁଷ୍ୟକୁ ପ୍ରାଣ ବାୟୁ ଦେଇଥାନ୍ତି। ଆମକୁ ଅମ୍ଳଜାନ ଦେଇ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରିଥାନ୍ତି।

ନବରାତ୍ରିରେ ଆରମ୍ଭରୁ ଦଶମୀ ପର୍ଯ୍ୟନ୍ତ ଶକ୍ତିର ସମୟ ବୋଲି କୁହାଯାଏ। ଏହିଦିନ ଖାସ ଉପାୟ କଲେ ବିଶେଷ ସୁଫଳ ମିଳିଥାଏ। ରାମ ନବମୀ ଦିନ ବେଲ ଗଛକୁ ସ୍ପର୍ଶ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ଆପଣ ରାମ ନବମୀ ଦିନ ଘର ସାମ୍ନାରେ ବେଲ ଗଛ ମଧ୍ୟ ଲଗାଇ ପାରିବେ। ଏହାଦ୍ବାରା ଘରୁ ସମସ୍ତ ଦାରିଦ୍ର୍ୟତା ଦୂର ହୋଇଥାଏ। ଦ୍ୱିତୀୟ ଗଛ ହେଉଛି ତୁଳସୀ ଗଛ। ତୁଳସୀ ଗଛ ମୂଳରେ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି। ନବରାତ୍ରିରେ ଯଦି ଆପଣ ତୁଳସୀ ଗଛକୁ ସ୍ପର୍ଶ କରି ପ୍ରଣାମ କରନ୍ତି ଏବଂ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତି, ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ଆଉ ଗୋଟେ ଗଛ ହେଉଛି କଦଳୀ ଗଛ। କଦଳୀ ଗଛରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ନବରାତ୍ରି ଚାଲିଥିବା ସମୟରେ ଯଦି କୌଣସି ଅବିବାହିତ ବ୍ୟକ୍ତି ପ୍ରଣାମ କରନ୍ତି, ତାହେଲେ ରଙ୍କର ବିବାହରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯିବ। ଏହାସହିତ ଘରେ ଧନଧାନ୍ୟ ବୃଦ୍ଧି ହେବ। ତାପରେ ହେଉଛି ଲାଜକୁଳୀ ଲତା ଗଛ। ନବରାତ୍ରିରେ ଲାଜକୁଳୀ ଲତା ଗଛ ଦେଖିଲେ ତାର ମୂଳରେ ଜଳ ଅର୍ପଣ କରି ପ୍ରଣାମ କରନ୍ତୁ। ଏଭଳି କରିବା ଦ୍ଵାରା ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *