Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ବତାସି, ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ନବରାତ୍ରି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ଏହି ସମୟରେ ଅନେକ ଉପାୟ କରି ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରାଯାଇଥାଏ। ଏହାସହିତ ଏହି ସମୟରେ ଅନେକ ତନ୍ତ୍ର ସାଧକ ମାନେ ସିଦ୍ଧି ପ୍ରାପ୍ତ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ପାନ ପତ୍ରକୁ ନେଇ କେଉଁ ଉପାୟ କଲେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପାନ ପତ୍ରକୁ ତାମ୍ବୁଲ ପତ୍ର ମଧ୍ୟ କୁହାଯାଏ। ହିନ୍ଦୁ ପୁରାଣ ଓ ସ୍କନ୍ଧ ପୁରାଣରେ ପାନ ପତ୍ର ସମୁଦ୍ର ମନ୍ଥନ ସମୟରେ ବ୍ୟବହାର ହୋଇଥିଲା ବୋଲି ଉଲ୍ଲେଖ ରହିଛି। ପ୍ରତ୍ୟେକ ମାଙ୍ଗଳିକ ଓ ଶୁଭ କାର୍ଯ୍ୟରେ ପାନ ପତ୍ର ବ୍ୟବହାର ହୋଇଥାଏ। ମାନ୍ୟତା ରହିଛି କି ପାନପତ୍ରରେ ଦେବୀ ଓ ଦେବତା ମାନଙ୍କର ବାସ ହୋଇଥାଏ। ତେଣୁ କୁହାଯାଇଛି କି ପ୍ରତ୍ୟେକଦିନ ଠାକୁର ପୂଜା କରିବା ସମୟରେ ପାନ ପତ୍ର ବ୍ୟବହାର କରିବା ଉଚିତ।

ପ୍ରତ୍ୟେକଦିନ ଗୋଟେ ବା ଦୁଇଟି ପାନ ଚୋବାଇଲେ ଶରୀରରୁ ଦୂଷିତ ପଦାର୍ଥ ଖୁବ୍ ଶୀଘ୍ର ବାହାରି ଯାଇଥାଏ ଏବଂ ପାଚନ ତନ୍ତ୍ର ସୁଦୃଢ ହୋଇଥାଏ। ପାନ ପତ୍ର ବହୁତ ଚମତ୍କାର ଅଟେ। ଏହାକୁ କେବେବି ସାଧାରଣ ଭାବିବାର ଭୁଲ କରିବେ ନାହିଁ। ଯଦି ଆପଣ ଚାକିରି କ୍ଷେତ୍ରକୁ ନେଇ ସମସ୍ୟାରେ ରହିଛନ୍ତି ବା କୌଣସି ମାନସିକ ଚିନ୍ତାରେ ରହିଛନ୍ତି, ତାହେଲେ ପାନକୁ ନେଇ ଗୋଟେ ଖାସ ଉପାୟ କରନ୍ତୁ।

ଚାକିରି ସମସ୍ୟା ଓ ଋଣ ଭାର ସମସ୍ୟା ଆଦିରୁ ମୁକ୍ତି ପାଇବା ପାଇଁ ଆପଣ ୨୭ ଗୋଟି ପାନ ପତ୍ର ନିଅନ୍ତୁ ଏବଂ ଗୋଟେ ରକ୍ଷା ସୂତ୍ର ନିଅନ୍ତୁ। ରକ୍ଷା ସୂତ୍ର ସାହାଯ୍ୟରେ ପାନପତ୍ରକୁ ବାନ୍ଧି ମାଳା ପ୍ରସ୍ତୁତ କରନ୍ତୁ। ଏହି ମାଳାକୁ ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଅର୍ପଣ କରି ଦିଅନ୍ତୁ। ଯଦି ଆପଣ ମହିଳା ତାହେଲେ ଏହି ମାଳାକୁ ମାଆ ଦୁର୍ଗାଙ୍କର ଗଳାରେ ପିନ୍ଧାଇ ନିଜ ଅଭିଳାଷା ବ୍ୟକ୍ତ କରନ୍ତୁ। ଯଦି ଆପଣ ପୁରୁଷ, ତାହେଲେ ଏହି ମାଳାକୁ ମାଆ ଦୁର୍ଗାଙ୍କ ଚରଣରେ ଅର୍ପଣ କରି ଦିଅନ୍ତୁ।

ନବରାତ୍ରି ସରିବା ପରେ ଏହି ମାଳାକୁ ଦେବୀଙ୍କ ଗଳାରୁ କାଢି କୌଣସି ପୋଖରୀ ବା ନଦୀରେ ପ୍ରବାହିତ କରି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯିବ। ମାଆ ଦୁର୍ଗାଙ୍କୁ ସିଦ୍ଧି ଦାତ୍ରୀ କୁହାଯାଏ। ସମସ୍ତେ ପ୍ରାୟତଃ ଠାକୁର ଘରେ ମନ୍ତ୍ର ପାଠ ଆଦି କରିଥାନ୍ତି। ଯଦି ଆପଣ ନବରାତ୍ରିରେ କୌଣସି ମନ୍ତ୍ରକୁ ସିଦ୍ଧ କରି ଶୁଭ ଫଳ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ନବରାତ୍ରିରେ ଗୋଟେ ପାନ ନେଇ ମହୁରେ ବୁଡାଇ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଏଭଳି ନଅ ଦିନ ପର୍ଯ୍ୟନ୍ତ କରିବାକୁ ପଡିବ। ନବରାତ୍ରିରେ ଗୋଟେ ପାନରେ ଗୁଡ଼ ରଖି ଗାଈକୁ ଖାଇବାକୁ ଦେଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *