Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହି ଗୋଟେ ସଂକେତ ମିଳୁଥିଲେ, ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ମାଆ ଦୁର୍ଗା ହୋଇଛନ୍ତି ପ୍ରସନ୍ନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ନବରାତ୍ରି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ନଅ ଗୋଟି ସ୍ବରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ସମୟରେ ଅଧିକାଂଶ ଲୋକେ ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିରେ ଦେବୀ ଦୁର୍ଗା ଆପଣଙ୍କୁ କିଛି ସଂକେତ ଦେଇ ପାରନ୍ତି । ଏହି ସଂକେତ ଦ୍ଵାରା ଆପଣ ଜାଣି ପାରିବେ କି, ମାଆ ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଏବଂ ମାଆ ଦୁର୍ଗା ଆପଣଙ୍କ ଘରକୁ ଆଗମନ କରିଛନ୍ତି।

ଆଜି ଆମେ ଆପଣଙ୍କୁ ଯେଉଁ ସଂକେତ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଏହି ସଂକେତ ଆପଣ ପାଉଥିଲେ, ବୁଝି ଯାଆନ୍ତୁ କି ମାଆ ଦୁର୍ଗା ଆପଣଙ୍କ ଉପରେ ସନ୍ତୁଷ୍ଟ ରହିଛନ୍ତି। ପୌରାଣିକ କାଳରେ ମାଆ ଦୁର୍ଗାଙ୍କ ଆରାଧନା ନିମନ୍ତ୍ରେ ମୁନି ଋଷି ମାନେ ଦିନ ଅପେକ୍ଷା ରାତିକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ। ଏହି କାରଣରୁ ଦୀପାବଳୀ, ନବରାତ୍ରି, ଶିବରାତ୍ରି ଆଦି ପର୍ବ ରାତିରେ ପାଳିତ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ମାଆ ଦୁର୍ଗାଙ୍କ ପାଖରୁ କୃପା କାମନା କରିଥାନ୍ତି। ଯାହାଫଳରେ ପରିବାରରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ।

ନବରାତ୍ରିରେ ମାଆ ଦୁର୍ଗା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ କରିବା ସହିତ ସମସ୍ତ ସଙ୍କଟ ଦୂର କରି ଦେବେ। ପ୍ରଥମ ସଂକେତ ହେଉଛି – ନବରାତ୍ରିରେ ମା ଦୁର୍ଗାଙ୍କ ପାଖରେ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ କରିବାର ବିଧି ରହିଛି। ଯଦି ସେହି ଜ୍ୟୋତି ଜୋର ଜୋର ଜଳିବାକୁ ଲାଗେ, ତାହେଲେ ବୁଝି ଯାଆନ୍ତୁ କି ମାଆ ଦୁର୍ଗା ଆପଣଙ୍କ ଘରକୁ ଆଗମନ କରିଛନ୍ତି। କହିବାକୁ ଗଲେ ନଅ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜ୍ୟୋତି ଜଳିଥାଏ, ଧ୍ୟାନ ରଖିବେ କି ଏହା ଲିଭିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ନବରାତ୍ରିରେ ଯଦି ଘରର ଅଗଣାରେ ବାରମ୍ବାର ଗାଈ ଆସି ବସେ ବା ଶୋଇ ରହେ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ କେବେବି ଧନ, ବୈଭବ ଓ ଅନ୍ନର ଅଭାବ ରହିବ ନାହିଁ। ନବରାତ୍ରି ସମୟରେ କେବେବି ଗାଈକୁ କଷ୍ଟ ଦେବା ଉଚିତ ନୁହେଁ। ଏହାଦ୍ବାରା ଘୋର ପାପ ହୋଇଥାଏ ଏବଂ ଭବିଷ୍ୟତର ପିଢ଼ି ଅର୍ଥାତ୍ ବଂଶଧର ମାନେ ବହୁତ କଷ୍ଟ ଭୋଗି ଥାଆନ୍ତି। ସ୍ୱପ୍ନରେ ଯଦି ଆପଣ କେବେବି କୌଣସି ମହିଳାଙ୍କୁ ଶୃଙ୍ଗାର ହୋଇଥିବାର ଦେଖନ୍ତି, ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଏହି ସ୍ୱପ୍ନର ଅର୍ଥ ହେଉଛି ମାଆ ଦୁର୍ଗା ଆପଣଙ୍କ ଉପରେ ସନ୍ତୁଷ୍ଟ ରହିଛନ୍ତି ଏବଂ ଆପଣଙ୍କୁ ସବୁ ସଙ୍କଟରୁ ଉଦ୍ଧାର କରିବେ। ଘରକୁ ମହୁମାଛି ଆସିବା ମଧ୍ୟ ଏକ ଶୁଭ ସଙ୍କେତ ହୋଇଥାଏ। ନବରାତ୍ରିରେ ମାଆ ଦୁର୍ଗାଙ୍କ ପାଖରୁ କୌଣସି ଫୁଲ ବା ଶୃଙ୍ଗାର ଖସି ପଡ଼ିଲେ, ଏହାକୁ ସମ୍ଭାଳି ନିଜ ପାଖରେ ରଖନ୍ତୁ। ଦେଖିବେ ଆପଣଙ୍କ ଉପରେ ଶତ୍ରୁଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *