Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଏହି ତିନୋଟି ଜିନିଷ ଭୁଲରେ ମଧ୍ୟ ଅର୍ପଣ କରନ୍ତୁ ନାହିଁ, ନଚେତ ମାଆ ଦୁର୍ଗା କ୍ରୋଧିତ ହୋଇଯିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ସମର୍ପିତ ଅଟେ। ଏହି ନଅ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ନଅ ଗୋଟି ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ସମୟରେ ମାଆ ଦୁର୍ଗା ତାଙ୍କ ଭକ୍ତ ମାନଙ୍କ ଘରେ ବିରାଜମାନ କରିଥାନ୍ତି ଏବଂ ଭକ୍ତ ମାନେ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ କରିଥାନ୍ତି।

ନବରାତ୍ରିରେ ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ନବରାତ୍ରିର ବ୍ରତ ରଖିଥାନ୍ତି ଏବଂ ମାଆଙ୍କ ଚଉକି ଓ କଳସ ସ୍ଥାପନ କରିଥାନ୍ତି। ଘରେ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ କରାଯାଏ।ମାଆଙ୍କୁ ପ୍ରସନ୍ନ କରିବା ପାଇଁ ଦୁର୍ଗା ମନ୍ତ୍ର ପାଠ କରାଯାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିରେ ମାଆ ଦୁର୍ଗାଙ୍କୁ କେଉଁ ଜିନିଷ ଅର୍ପଣ କରିବା ଉଚିତ ନୁହେଁ। ଏହାଦ୍ବାରା ମାଆ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମ ହେଉଛି ନଡ଼ିଆ। ହିନ୍ଦୁ ଧର୍ମରେ ନଡ଼ିଆକୁ ସୂଜା, ସମୃଦ୍ଧିର ପ୍ରତୀକ ମାନା ଯାଇଛି। ନଡ଼ିଆକୁ ଶ୍ରିଫଳ ମଧ୍ୟ କୁହାଯାଏ। ପ୍ରରୁଆକ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆ ବ୍ୟବହାର ହୋଇଥାଏ। ନବରାତ୍ରିରେ ଯଦି ଆପଣ ମାଆ ଦୁର୍ଗାଙ୍କୁ ନଡ଼ିଆ ଅର୍ପଣ କରୁଛନ୍ତି, ତାହେଲେ ପାଣି ଥିବା ନଡ଼ିଆ ଅର୍ପଣ କରନ୍ତୁ। କଳସ ସ୍ଥାପନା ନଡ଼ିଆ ରଖି କରାଯାଇଥାଏ। ନଡ଼ିଆ ବ୍ୟବହାର କରୁଥିବା ସମୟରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହା ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ।

ଧ୍ୟାନ ରଖନ୍ତୁ କି ମାଆଙ୍କର ପୂଜାରେ ସର୍ବଦା ଜଟା ଥିବା ଓ ପାଣି ଥିବା ନଡ଼ିଆ ବ୍ୟବହାର କରନ୍ତୁ। ଶାସ୍ତ୍ର ଅନୁସାରେ ନବରାତ୍ରିରେ କଳସରେ ସଠିକ ନଡ଼ିଆ ଅର୍ଥାତ୍ ଜଟା ଓ ପାଣି ଥିବା ନଡ଼ିଆ ରଖିଲେ, ନିଶ୍ଚିତ ରୂପରେ ନବରାତ୍ରି ବ୍ରତ ପୂରଣ ହୋଇଥାଏ ଏବଂ ମାଆ ଦୁର୍ଗାଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ। ଧ୍ୟାନ ରଖନ୍ତୁ କି କୌଣସି ବିବାହିତ ମହିଳା ଓ ପୁରୁଷ ମାଆ ଦୁର୍ଗାଙ୍କ ସାମ୍ନାରେ ନଡ଼ିଆ ବାଡେଇବା ଉଚିତ ନୁହେଁ।

ଦ୍ୱିତୀୟ ବସ୍ତୁ ହେଉଛି ଲବଙ୍ଗ। କହିବାକୁ ଗଲେ ପ୍ରାୟତଃ ସମସ୍ତଙ୍କ ଘରେ ଲବଙ୍ଗ ରହିଥାଏ। ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଫୁଲ ଥିବା ଲବଙ୍ଗ ଅର୍ପଣ କରନ୍ତୁ। ମାଆ ଦୁର୍ଗାଙ୍କ ପୂଜାରେ କୌଣସି ଖଣ୍ଡିତ ବସ୍ତୁ ଅର୍ପଣ କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ନବରାତ୍ରିରେ କନ୍ୟା ପୂଜନ ସମୟରେ କନ୍ୟା ମାନଙ୍କ ଭୋଜନରେ ଗୋଟେ ଗୋଟେ ଲବଙ୍ଗ ଦିଅନ୍ତୁ। ଏହାଦ୍ବାରା ମାଆ ଦୁର୍ଗାଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *