Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ କନ୍ୟା ମାନଙ୍କୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ଏହି ଗୋଟେ ଜିନିଷ, ନଚେତ ମାଆ ଦୁର୍ଗା ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ନବରାତ୍ରି ମହାପର୍ବ ନଅ ଦିନ ଅର୍ଥାତ୍ ନଅ ଜଣ କନ୍ୟା ମାନଙ୍କୁ ମଧ୍ୟ ସମର୍ପିତ ଅଟେ। ନବରାତ୍ରିରେ କନ୍ୟା ପୂଜନର ବିଶେଷ ମହତ୍ତ୍ଵ ରହିଛି। ନବରାତ୍ରିରେ ମାଆ ଦୁର୍ଗାଙ୍କର ବ୍ରତ ଓ କନ୍ୟା ପୂଜନ କରିବା ଦ୍ଵାରା ମାଆ ଦୁର୍ଗା ବରଦାନ ଦେଇଥାନ୍ତି। ନବରାତ୍ରିରେ କନ୍ୟା ମାନଙ୍କୁ ତିଳକ ଲଗାଇ ତାଙ୍କ ଚରଣ ଧୁଆ ଯାଇଥାଏ।

ଏହାସହିତ ତାଙ୍କୁ ଭୋଜନ ଦେଇ ଆଶୀର୍ବାଦ ମାଗିବାକୁ ପଡ଼ିଥାଏ। ମାନା ଯାଇଥାଏ କି କନ୍ୟା ମାନଙ୍କୁ ଭୋଜନ କରାଇ ଉପହାର ଆଦି ଭେଟି ଦେବା ଦ୍ଵାରା ଆଶୀର୍ବାଦ ମିଳିଥାଏ ଏବଂ ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଧ୍ୟାନ ରଖିବା ଆବଶ୍ୟକ କି, କନ୍ୟା ମାନଙ୍କୁ ରସୁଣ ପିଆଜ ଆଦିର ଭୋଜନ କରାନ୍ତୁ ନାହିଁ। ମାଆ ଦୁର୍ଗା ଓ କନ୍ୟା ଭୋଜନରେ ନିଶ୍ଚିତ ଭାବରେ ଶୁଦ୍ଧ ଖାଦ୍ୟ ଆଦି ପ୍ରସ୍ତୁତ କରି ପରଷିବା ଆବଶ୍ୟକ। କନ୍ୟା ମାନଙ୍କ ମୁଣ୍ଡରେ ଲାଲ ରଙ୍ଗର ଚୁନରି ବାନ୍ଧିବା ଉଚିତ।

କନ୍ୟା ମାନଙ୍କୁ ଭୋଜନ ପରଷିବା ସମୟରେ ସେମାନଙ୍କ ଥାଳିରେ ନିଶ୍ଚିତ ଭାବରେ ଗୋଟେ ଲେଖାଏଁ ଲବଙ୍ଗ ରଖିବା ଆବଶ୍ୟକ। କାରଣ ମାଆ ଦୁର୍ଗାଙ୍କୁ ଲବଙ୍ଗ ଅତ୍ୟନ୍ତ ପ୍ରିୟ ଅଟେ। ଏବେ ଆସନ୍ତୁ ଜାଣିବା କନ୍ୟା ମାନଙ୍କୁ ଭେଟିରେ କଣ ଦେବା ଆବଶ୍ୟକ। କନ୍ୟା ମାନେ ଭୋଜନ କରିବା ପରେ ସେମାନଙ୍କୁ ଚକଲେଟ ବାକ୍ସ ବା ଦକ୍ଷିଣା ଦିଅନ୍ତୁ। ତାପରେ ତାଙ୍କ ଚରଣ ସ୍ପର୍ଶ କରି ବିଦାୟ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ଆର୍ଥିକ ଅଭାବ ଦୂର ହୋଇଯିବ।

ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରନ୍ତୁ ଏବଂ ଆପଣଙ୍କ ମନକୁ ଶୁଦ୍ଧ ଓ ଶାନ୍ତ କରନ୍ତୁ । କାରଣ ଅଶାନ୍ତି ମନରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ କୌଣସି ଶୁଭ ଫଳ ପ୍ରାପ୍ତ ହୁଏ ନାହିଁ। ନବରାତ୍ରି ସମୟରେ ଯଦି ମାଆ ଦୁର୍ଗାଙ୍କ ପାଖରୁ ଫୁଲ ଖସି ପଡେ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ମାଆ ଦୁର୍ଗାଙ୍କର କୃପା ରହିଛି। ଯଦି ଆପଣଙ୍କୁ ସ୍ୱପ୍ନରେ ସିଂହ ଦେଖା ଯାଉଛି, ତାହେଲେ ବୁଝି ଯାଆନ୍ତୁ କି ମାଆ ଦୁର୍ଗା ସର୍ବଦା ଆପଣଙ୍କ ପାଖରେ ରହିଛନ୍ତି ଏବଂ ଆପଣଙ୍କୁ ସବୁ ସଙ୍କଟରୁ ରକ୍ଷା କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *