Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ପଡ଼ିବାକୁ ଯାଉଛି ଚୈତ୍ର ନବରାତ୍ରି। ଚାରୋଟି ରାଶିର ଲୋକେ ହେବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଏହି ନବରାତ୍ରିରେ ମାଆ ଦୁର୍ଗାଙ୍କର କୃପାରୁ ଖାସ ଚାରୋଟି ରାଶିର ଲୋକେ ହେବାକୁ ଯାଉଛନ୍ତି ଧନବାନ। ନବରାତ୍ରି ଏହି ଚାରୋଟି ରାଶିର ଲୋକଙ୍କ ପାଇଁ ବହୁତ ଖାସ ସାବ୍ୟସ୍ତ ହେବ। ଏହି ନବରାତ୍ରିରେ ଚାରୋଟି ରାଶିର ଲୋକଙ୍କୁ କେଉଁ ଖାସ ଉପାୟ କରିବାକୁ ପଡ଼ିବ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହିନ୍ଦୁ ଧର୍ମ ଅନୁସାରେ ନବରାତ୍ରି ମାଆ ଦୁର୍ଗାଙ୍କୁ ସମର୍ପିତ ଅଟେ। ବର୍ଷକରେ ଦୁଇ ଥର ନବରାତ୍ରି ପଡ଼ିଥାଏ। ନବରାତ୍ରିରେ ଦେବୀ ଦୁର୍ଗାଙ୍କର ନଅ ଗୋଟି ସ୍ୱରୂପଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀଙ୍କର ସ୍ୱରୂପକୁ ପୂଜାର୍ଚ୍ଚନା କରିବା ପରେ ଭକ୍ତ ମାନେ ଓ ସାଧକ ମାନେ ଅନେକ ପ୍ରକାରର ସିଦ୍ଧି ଲାଭ କରିଥାନ୍ତି। କହି ରଖୁଛୁ କି, ଚୈତ୍ର ନବରାତ୍ରି ମାର୍ଚ୍ଚ ୨୨ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖରେ ସମାପ୍ତ ହେବ। ଉଦୟ ତିଥି ଅନୁସାରେ ମାର୍ଚ୍ଚ ୨୨ ତାରିଖ ଦିନ କଳସ ସ୍ଥାପନା କରାଯିବ। ଯେଉଁ ମାନେ ନିଜ ରାଶି ଅନୁସାରେ ନବରାତ୍ରିରେ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି, ସେମାନେ ଶୁଭ ଫଳ ପ୍ରାପ୍ତି କରିଥାନ୍ତି। ତେବେ ଆସନ୍ତୁ ସେହି ଭାଗ୍ୟବାନ ରାଶି ଗୁଡ଼ିକ ବିଷୟରେ ଜାଣିବା।

ମେଷ ରାଶି :-

ନବରାତ୍ରିରେ ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ପ୍ରାପ୍ତ ହେବ। ଆପଣଙ୍କର ପୁରୁଣା ସମସ୍ୟା ଦୂର ହେବ। ଅଧିକ ଉପାର୍ଜନ କରିବା ପାଇଁ ଆପଣଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡ଼ିବ। ଚାକିରି ପେଶାରେ ଥିବା ଲୋକଙ୍କୁ ଆଶାନୁରୂପ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଋଣ ଖୁବ୍ ଶୀଘ୍ର ପରିଶୋଧ ହୋଇଯିବ। ମେଷ ରାଶିର ସ୍ବାମୀ ମଙ୍ଗଳ ଗ୍ରହ ଅଟେ। ତେଣୁ ଏହି ରାଶିର ଲୋକଙ୍କୁ କନ୍ୟା ପୂଜନ କରି କନ୍ୟା ମାନଙ୍କ ଚରଣ ସ୍ପର୍ଶ କରିବା ଉଚିତ।

ବୃଷ ରାଶି :-

ମାଆ ଦୁର୍ଗାଙ୍କ ଆଗମନ ଆପଣଙ୍କ ପାଇଁ ବହୁତ ଫଲଦାୟୀ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଧନଲାଭ ଓ ଉତ୍ତମ ସଫଳତା ପାଇବାର ସଂଯୋଗ ବନିବାକୁ ଯାଉଛି। ଧନ ଆଗମନ ହେବାର ମାର୍ଗ ଖୋଲିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ। ବ୍ୟବସାୟରେ ଆପଣଙ୍କର ପ୍ରଗତି ହେବ। କନ୍ୟା ପୂଜନରେ ଆପଣ କନ୍ୟା ମାନଙ୍କୁ ଧଳା ଓ ଗୋଲାପି ବସ୍ତ୍ର ଦାନ କରନ୍ତୁ।

ତୁଳା ରାଶି :-

ଏହି ନବରାତ୍ରି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ଲାଭ କରିବେ। କୌଣସି ସ୍ଥାନରୁ ସୁଖଦ ସମାଚାର ମିଳିପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ସନ୍ତାନ ସୁଖ ପ୍ରାପ୍ତ ହେବ। ସନ୍ତାନଙ୍କ ଭବିଷ୍ୟତକୁ ଉଜ୍ବଳ କରିବା ପାଇଁ ଆପଣ ମାଆ ଦୁର୍ଗାଙ୍କ ପାଖରେ ମାନସିକ କରନ୍ତୁ। ଏହାସହିତ କନ୍ୟା ପୂଜନରେ କନ୍ୟା ମାନଙ୍କୁ ଶୃଙ୍ଗାର ଅର୍ପଣ କରନ୍ତୁ। ଏହାସହିତ ଅସହାୟ ଲୋକଙ୍କୁ କମ୍ବଳ, ଖାଦ୍ୟ ଆଦି ମଧ୍ୟ ଦାନ କରନ୍ତୁ।

କୁମ୍ଭ ରାଶି :-

ପୂର୍ବରୁ ଏହି ରାଶିର ଲୋକଙ୍କୁ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲେ ମଧ୍ୟ ନବରାତ୍ରିରେ ଆପଣଙ୍କ ସମୟ ବଦଳିବାକୁ ଲାଗିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଚାକିରୀରେ ଆସୁଥିବା ବାଧା ଦୂର ହେବ। ଶତ୍ରୁ ଆପଣଙ୍କ ବିରୋଧୀ ହୋଇଥିଲେ ମଧ୍ୟ ଆପଣଙ୍କ ସହିତ ବନ୍ଧୁତା କରିବେ। ବ୍ୟାପାରରେ ଆସୁଥିବା ଆର୍ଥିକ ସଙ୍କଟ ଦୂର ହୋଇଯିବ। ଆପଣଙ୍କ ରାଶିର ସ୍ବାମୀ ଶନି ଗ୍ରହ ଅଟନ୍ତି, ତେଣୁ କନ୍ୟା ପୂଜନରେ କୌଣସି ଜଣେ କନ୍ୟାଙ୍କୁ ସୁନାର ଅଳଙ୍କାର ଦିଅନ୍ତୁ। ଦେଖିବେ ମାଆ ଦୁର୍ଗା ଓ ଭଗବାନ ଶନିଙ୍କ କୃପା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *