Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 10 କାର୍ଯ୍ୟ, ନଚେତ ମାଆ ଦୁର୍ଗାଙ୍କର କ୍ରୋଧ ବଢିବାର ରହିଛି ସମ୍ଭାବନା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ନବରାତ୍ରିର ମହାନ ପର୍ବ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଧୁମଧାମରେ ପାଳିତ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ନବରାତ୍ରିରେ ମାଆ ଦୁର୍ଗା ପୃଥିବୀ ପୃଷ୍ଠକୁ ଆସି ଭ୍ରମଣ କରି ଥାଆନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ବ୍ରତ ଉପବାସ କରାଯାଇଥାଏ ଏବଂ ଭକ୍ତ ମାନେ ଦେବୀଙ୍କର ନଅ ଗୋଟି ରୂପକୁ ପୂଜାର୍ଚ୍ଚନା କରିଥାନ୍ତି।

ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ବିଧିବିଧାନ ଅନୁସାରେ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କଲେ ମାଆ ଦୁର୍ଗାଙ୍କର କୃପା ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ନବରାତ୍ରିକୁ ନେଇ କିଛି ବିଶେଷ ନିୟମ ରହିଛି। ତେବେ ଏହି ନିୟମ ଗୁଡ଼ିକୁ ପାଳନ କରିବା ନିହାତି ଜରୁରୀ ଅଟେ। ନବରାତ୍ରିରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି ଏବଂ ଆଉକିଛି ଶୁଭ କାର୍ଯ୍ୟ ଏହି ନବରାତ୍ରିରେ କରାଯାଇଥାଏ। ଏହି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ କାର୍ଯ୍ୟ ଆପଣଙ୍କୁ ନବରାତ୍ରି ସମୟରେ କରିବା ଉଚିତ ନୁହେଁ। ନଚେତ ଆପଣଙ୍କୁ ବ୍ରତ ଉପବାସର ପୁଣ୍ୟ ଫଳ ପ୍ରାପ୍ତ ହେବ ନାହିଁ।

ନବରାତ୍ରି ସମୟରେ ଘର ଓ ଘର ବାହାରେ ଅପରିଷ୍କାର ରଖନ୍ତୁ ନାହିଁ ଅର୍ଥାତ୍ ଅଳିଆ ଆବର୍ଜନା ସଫା କରନ୍ତୁ। ନଚେତ ମାଆ ଦୁର୍ଗା ଆପଣଙ୍କ ଘରକୁ କଦାପି ଆଗମନ କରିବେ ନାହିଁ। ହିନ୍ଦୁ ପରମ୍ପରା ଅନୁସାରେ ନବରାତ୍ରି ଆରମ୍ଭରେ କଳସ ସ୍ଥାପନା କରାଯାଇଥାଏ। କଳସ ସ୍ଥାପନା ପରେ ପରିବାରର କୌଣସି ସଦସ୍ୟ ବ୍ୟବସାୟ ମାମଲାରେ ଅନ୍ୟ ସ୍ଥାନକୁ ଭ୍ରମଣ କରିବା ଉଚିତ ନୁହେଁ। ବ୍ରତ କରିଥିବା ବ୍ୟକ୍ତି ନଅ ଦିନ ପର୍ଯ୍ୟନ୍ତ ଦେବୀଙ୍କ ଚଉକି ପାଖରେ ଆସନ ପକାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଦୁର୍ଗା ମନ୍ତ୍ର ପାଠ କରିବା ଆବଶ୍ୟକ।

ନବରାତ୍ରିରେ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ କରାଯାଇଥାଏ। ଏହି ଜ୍ୟୋତି ନଅ ଦିନ ମଧ୍ୟରେ ଲିଭିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ଯେଉଁ ବ୍ୟକ୍ତି ନିଜ ଘରେ ନବରାତ୍ରି ପୂଜା ରଖିଥାନ୍ତି, ତାଙ୍କୁ କୌଣସି ସ୍ଥାନରୁ ଋଣ ନେବା ଉଚିତ ନୁହେଁ। ଅର୍ଥାତ୍ ଋଣ ନେଇ ପୂଜାର୍ଚ୍ଚନା କରିବା ଉଚିତ ନୁହେଁ। ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାର ସହିତ କେବଳ ଫୁଲ ଓ ସିନ୍ଦୂର ଅର୍ପଣ କଲେ ମଧ୍ୟ ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ନବରାତ୍ରି ସମୟରେ ଦୁର୍ଗା ଚାଳିଶା ପାଠ କରନ୍ତୁ।

ନବରାତ୍ରିରେ ମହିଳା ମାନଙ୍କୁ କେବେବି ଅପମାନିତ କରିବା ଉଚିତ ନୁହେଁ, ଏହାଦ୍ବାରା ମାଆ ଦୁର୍ଗାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମୟରେ କନ୍ୟା ମାନଙ୍କୁ ଭୋଜନ କରାଇଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରି ବ୍ରତ ରଖୁଥିବା ବ୍ୟକ୍ତି ଯଦି କଳି ଝଗଡା କରନ୍ତି ବା ଅନ୍ୟମାନଙ୍କୁ ଅପଶଦ୍ଦ କୁହନ୍ତି, ତାହେଲେ ତାଙ୍କୁ କଦାପି ଶୁଭ ଫଳ ପ୍ରାପ୍ତ ହୋଇ ନଥାଏ।

ନବରାତ୍ରି ସମୟରେ ସଫାସୁତୁରା ଓ ନୂଆ ବସ୍ତ୍ର ଧାରଣ କରିବା ଉଚିତ। ଏହି ସମୟରେ ନଖ, ଚୁଟି ଆଜି କାଟିବା ଉଚିତ ନୁହେଁ। ନବରାତ୍ରି ଚାଲିଥିବା ସମୟରେ ତାମସିକ ଭୋଜନର ସେବନ କରନ୍ତୁ ନାହିଁ। ଏହିଦିନ ସାତ୍ୱିକ ଆହାର ଗ୍ରହଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବ ଏବଂ ଆପଣ ଶାରୀରିକ ଓ ମାନସିକ ରୂପରେ ଶାନ୍ତି ପ୍ରାପ୍ତ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *