Excuse Me Odisha

ଯାହା କହିବୁ ସତ କହିବୁ

ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କରିବ ଉଜ୍ବଳ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଜାଣି ଥିବେ। ପ୍ରାଚୀନ ଯୁଗରେ ସେ ଜଣେ କୂଟନୀତିଜ୍ଞ, ବିଦ୍ୱାନ ଓ କୁଶଳ ଶିକ୍ଷକ ଥିଲେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଉପଦେଶ ଗୁଡ଼ିକୁ ବର୍ଣ୍ଣନା କରିଛନ୍ତି। ଯଦି କୌଣସି ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ବର୍ଣ୍ଣିତ ଥିବା ଉପଦେଶକୁ ନିଜ ଜୀବନରେ ପ୍ରୟୋଗ କରେ, ତାହେଲେ ସେହି ବ୍ୟକ୍ତିଙ୍କର ଜୀବନ ସହଜ ଓ ସୁଖମୟ ହୋଇଯିବ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ କେଉଁ ଉପଦେଶ ରହିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକଙ୍କ ଠାରୁ ଜ୍ଞାନ ଆହରଣ କରିବା ସମୟରେ କୌଣସି ସଙ୍କୋଚ କରିବା ଉଚିତ ନୁହେଁ। ଯେଉଁମାନେ ଜ୍ଞାନ ଆହରଣ ସମୟରେ ସଙ୍କୋଚ କରିଥାନ୍ତି, ସେମାନେ କେବେବି ଜ୍ଞାନୀ ହୋଇ ପାରନ୍ତି ନାହିଁ ଏବଂ ଜୀବନରେ କେବେବି ସଫଳତା ହାସଲ କରି ପାରନ୍ତି ନାହିଁ।ଏମାନଙ୍କୁ ସଫଳତାର ସିଡ଼ିରେ ଚଢ଼ିବାକୁ ବହୁତ କଠିନ ସାବ୍ୟସ୍ତ ହୋଇଥାଏ।

ଅଳ୍ପ ବିଦ୍ୟା ଭୟଙ୍କରୀ ବୋଲି ଶାସ୍ତ୍ରରେ କୁହାଯାଇଛି। ଉତ୍ତମ ଶିକ୍ଷା ମନୁଷ୍ୟର ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ। ଯିଏ ଏହି ମହତ୍ତ୍ୱପୂର୍ଣ୍ଣ କଥାକୁ ବୁଝି ପାରି ନଥାଏ, ତାକୁ ଭବିଷ୍ୟତରେ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶିକ୍ଷା ବ୍ୟକ୍ତିକୁ ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ କରିବା ଶିଖାଇ ଥାଏ। ଶିକ୍ଷା ବ୍ୟକ୍ତିର ଉତ୍ତମ ମାନସିକତାକୁ ଜାଗ୍ରତ କରିଥାଏ।

ଛାତ୍ରଛାତ୍ରୀ ମାନଙ୍କୁ କେବେବି କୌଣସି ପରିସ୍ଥିତିରେ ନିଜ ଗୁରୁଙ୍କ ଅପମାନ କରିବା ଉଚିତ ନୁହେଁ। ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ବହୁତ ମଧୁର ଓ ପବିତ୍ର ହୋଇଥାଏ।ଯଦି ଆପଣ ନିଜ ଗୁରୁ ବା ଶିକ୍ଷକଙ୍କୁ ଅସମ୍ମାନ କରନ୍ତି, ତାହେଲେ ଜ୍ଞାନର ଦେବୀ ସରସ୍ଵତୀ ଆପଣଙ୍କ ଉପରେ କେବେବି ପ୍ରସନ୍ନ ହେବେ ନାହିଁ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଶିକ୍ଷା ଓ ଜ୍ଞାନ ନଥିଲେ କେବେବି ସଫଳତା ପ୍ରାପ୍ତ ହୋଇ ନଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷା ଲାଭ କରିବା ଉଚିତ। ଜୀବନରେ ସବୁଠାରୁ ମୂଲ୍ୟବାନ ହେଉଛି ଶିକ୍ଷା। ଶିକ୍ଷା ଅର୍ଥ ନୁହେଁ କେବଳ ବିଦ୍ୟା ଗ୍ରହଣ କରିବା କିମ୍ବା ପାଠ ପଢ଼ିବା କିମ୍ବା ଗୁରୁଙ୍କୁ ସମ୍ମାନ କରିବା। ଶିକ୍ଷାର ଅର୍ଥ ଆପଣ ଶିକ୍ଷା ଗ୍ରହଣ କରି ନିଜ ଜୀବନରେ କିପରି ଉପଯୋଗ କରୁଛନ୍ତି ଏବଂ ନିଜର ମାନସିକତାକୁ ପିଢ଼ି ଅନୁସାରେ ପରିବର୍ତ୍ତନ କରିବା। ଏହାସହିତ ସମାଜ ପାଇଁ ଆପଣ ସହଯୋଗର ହାତ ବଢ଼ାଇବା ଆଦି ହେଉଛି ଶିକ୍ଷାର ଗୁଣାତ୍ମକ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଅନୁଶାସନ ନ ରହିଲେ ଶିକ୍ଷା ଲାଭ କରିବାର କୌଣସି ଅର୍ଥ ନାହିଁ। ଯେଉଁ ଛାତ୍ରଛାତ୍ରୀ ଅନୁଶାସନରେ ଏହି ଶିକ୍ଷା ଲାଭ କରିଥାନ୍ତି, ସେମାନଙ୍କ ସଫଳତାରେ କେବେବି ବାଧା ଉପୁଜି ନଥାଏ। ଉତ୍ତମ ଶିଷ୍ୟ ହେବା ପାଇଁ କୁସଙ୍ଗତିର ତ୍ୟାଗ କରିବାକୁ ପଡ଼ିବ। କୁସଙ୍ଗ ଆପଣଙ୍କୁ ଜୀବନରେ ପଛକୁ ପକାଇ ଦେବ ଏବଂ ଆପଣଙ୍କର ସମସ୍ତ ଜୀବନ ନର୍କରେ ପରିଣତ କରି ଦେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *