Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହି ଚାରୋଟି ଜିନିଷ ମଧ୍ୟରୁ ଆଣନ୍ତୁ ଗୋଟେ ଜିନିଷ, ବର୍ଷ ସାରା ଆପଣଙ୍କ ଧନଭଣ୍ଡାର ରହିବ ପରିପୂର୍ଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ଚୈତ୍ର ନବରାତ୍ରି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ସମସ୍ତେ ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ଦେବୀ ଦୁର୍ଗାଙ୍କର କୃପାରୁ ନିଜର ସମସ୍ତ ଅଭିଳାଷା ପୂରଣ କରିବାକୁ ଚାହୁଁଛନ୍ତି ଏବଂ ଘରର ସୁଖଶାନ୍ତି ବଜାୟ ରଖିବା ପାଇଁ ଘରକୁ ଆଣନ୍ତୁ ଏହି ଗୋଟେ ଜିନିଷ। ତାପରେ ଦେଖନ୍ତୁ ଆପଣଙ୍କ ଭାଗ୍ୟ କିପରି ଉନ୍ନତି ଆଡ଼କୁ ଅଗ୍ରସର ହେବ। ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ ଏବଂ ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ଏବର୍ଷ ଚୈତ୍ର ନବରାତ୍ରିର ଆରମ୍ଭ ମାର୍ଚ୍ଚ ୨୨ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ। ନବରାତ୍ରିରେ ଦେବୀ ପୃଥିବୀ ପୃଷ୍ଠକୁ ଆସି ଭ୍ରମଣ କରିଥାନ୍ତି। ଏହିସମୟରେ ଦେବୀଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରିରେ କିଛି ଖାସ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ। ଏହାଦ୍ବାରା ମାଆ ଦୁର୍ଗାଙ୍କ କୃପାରୁ ଘରେ ସୁଖ ସମୃଦ୍ଧି ବଜାୟ ରହି ଥାଏ ଏବଂ ପରିବାରରେ ସମସ୍ତ ଆର୍ଥିକ ସଙ୍କଟ ସବୁ ଦୂର ହୋଇ ଥାଏ।

ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଇଥାଏ। ଷୋହଳ ଶୃଙ୍ଗାର ମଧ୍ୟରୁ ଲାଲ ଓଢ଼ଣୀ, ଚୁନରୀ, ବିନ୍ଦି, ସିନ୍ଦୂର, ଅଳତା, ମେହେନ୍ଦି, କାଜଲ, ମଙ୍ଗଳସୂତ୍ର, କାନଫୁଲ, ପାଉଁଜି, ଚୁଡ଼ି ଇତ୍ୟାଦି ଦେବୀ ଦୁର୍ଗାଙ୍କୁ ଅର୍ପଣ କରାଯାଇଥାଏ। ମାନ୍ୟତା ରହିଛି କି, ଯେଉଁ ମହିଳା ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର କରାଉଛନ୍ତି, ସେ ନିଜେ ମଧ୍ୟ ଶୃଙ୍ଗାର ହୋଇଥିବା ଆବଶ୍ୟକ।

ନବରାତ୍ରି ସମୟରେ ଘରକୁ ସୁନା ଓ ରୁପାର ମୁଦ୍ରା ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ନବରାତ୍ରିରେ ଗୋଟେ ରୁପା ବା ସୁନାର ମୁଦ୍ରା ନେଇ ଏହାକୁ ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଦେବୀଙ୍କ ଖଟୁଲି ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ। ନଅ ଦିନ ପରେ ଆପଣ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ନବରାତ୍ରି ସମୟରେ ଆପଣ ଘରକୁ ପଦ୍ମ ଫୁଲ ଆଣି ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଏହାଦ୍ବାରା ଦେବୀ ଦୁର୍ଗା ଓ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ପରିବାର ଉପରେ ରହିବ।

ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମ ଫୁଲ ଅର୍ପଣ କଲେ ଘରେ ଧନଧାନ୍ୟ ବୃଦ୍ଧି ହେବା ସହିତ ବ୍ୟବସାୟରେ ଉନ୍ନତି ହୋଇଥାଏ। ନବରାତ୍ରି ସମୟରେ ଦକ୍ଷିଣାବର୍ତ୍ତି ଶଙ୍ଖ ଘରକୁ ଆଣିବା ବହୁତ ଶୁଭ ମାନା ଯାଇଥାଏ। ଏହି ଶଙ୍ଖ ଘରକୁ ଆଣିବା ଦ୍ବାରା ଘରୁ ଦୁଃଖକଷ୍ଟ ଓ ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ। ନବରାତ୍ରିରେ ସାତ ଗୋଟି କଉଡ଼ି ଆଣନ୍ତୁ। ସେଗୁଡିକୁ ହଳଦୀ ଲଗାଇ ଦେବୀଙ୍କ ଚଉକିରେ ରଖି ଦିଅନ୍ତୁ। ମାନ୍ୟତା ରହିଛି କି କଉଡ଼ି ମଧ୍ୟରେ ଧନ ଆକର୍ଷିତ କରିବାର ଶକ୍ତି ରହିଥାଏ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିବାର ଶକ୍ତି ମଧ୍ୟ ରହିଛି। ଆହୁରି ମଧ୍ୟ ନବରାତ୍ରି ପରେ କୌଣସି ରବିବାର ଓ ଏକାଦଶୀ ଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *