Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଘରକୁ ଆଣନ୍ତୁ ଏହି ଗୋଟେ ଜିନିଷ, ରାତାରାତି ଆପଣଙ୍କ ଧନଭଣ୍ଡାର ହୋଇଯିବ ପରିପୂର୍ଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ପର୍ବ ଦେବୀ ଦୁର୍ଗାଙ୍କୁ ସମର୍ପିତ ଏତେ। ଆଜି ଆମେ ସ୍କାନଙ୍କୁ କହିବାକୁ ଯାଉଛୁ କି, ଏହି ପର୍ବରେ ଗୋଟେ ଜିନିଷ ଘରକୁ ଆଣିବା ଦ୍ଵାରା ଦେବୀ ଦୁର୍ଗାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ନବରାତ୍ରିର ମହା ପର୍ବ ଏଥର ମାର୍ଚ୍ଚ ୨୨ ତାରିଖ ବୁଧବାର ଦିନ ଆରମ୍ଭ ହୋଇ ଏହାର ସମାପନ ମାର୍ଚ୍ଚ ୩୦ ତାରିଖ ଗୁରୁବାର ଦିନ ହେବ।

ନବରାତ୍ରିରେ ଦେବୀ ଦୁର୍ଗା ପୃଥିବୀ ପୃଷ୍ଠକୁ ଆସି ଭ୍ରମଣ କରିଥାନ୍ତି। ଦେବୀ ଦୁର୍ଗାଙ୍କର କୃପା ଲାଭ କରିବା ପାଇଁ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି। ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ନବରାତ୍ରି ସମୟରେ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ମାଆ ଦୁର୍ଗାଙ୍କର କୃପା ଲାଭ କରିବା ପାଇଁ ଏହି ଶୁଭ ବସ୍ତୁ ଘରକୁ ଆଣିବା ଉଚିତ। ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି।

ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଇଥାଏ। ଷୋହଳ ଶୃଙ୍ଗାର ମଧ୍ୟରୁ ଲାଲ ଓଢ଼ଣୀ, ଚୁନରୀ, ବିନ୍ଦି, ସିନ୍ଦୂର, ଅଳତା, ମେହେନ୍ଦି, କାଜଲ, ମଙ୍ଗଳସୂତ୍ର, କାନଫୁଲ, ଚୁଡ଼ି, ଅଳଙ୍କାର, ବିନ୍ଦୀ ଇତ୍ୟାଦି ଦେବୀ ଦୁର୍ଗାଙ୍କୁ ଅର୍ପଣ କରାଯାଇଥାଏ। ଧ୍ୟାନ ରଖନ୍ତୁ ଯେଉଁ ମହିଳା ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର କରାଉଛନ୍ତି, ସେ ନିଜେ ମଧ୍ୟ ଶୃଙ୍ଗାର ହୋଇଥିବା ଆବଶ୍ୟକ।

ନବରାତ୍ରି ସମୟରେ ଘରକୁ ସୁନା ଓ ରୁପାର ମୁଦ୍ରା ଆଣନ୍ତୁ। ଏହାକୁ ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଦେବୀଙ୍କ ଖଟୁଲି ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ। ନଅ ଦିନ ପରେ ଆପଣ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ନବରାତ୍ରି ସମୟରେ ଆପଣ ଘରକୁ ପଦ୍ମ ଫୁଲ ଆଣି ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। କହିବାକୁ ଗଲେ ପ୍ରତ୍ୟେକ ଦେବୀଙ୍କୁ ପଦ୍ମ ଫୁଲ ପ୍ରିୟ ହୋଇଥାଏ। ଯଦି ଆପଣ ପଦ୍ମ ଫୁଲ ଆଣି ପାରୁ ନାହାଁନ୍ତି, ତାହେଲେ ନବରାତ୍ରିରେ ପଦ୍ମ ଫୁଲର ଫଟୋ ଆଣି ଘରର ଉତ୍ତର ଦିଗ କାନ୍ଥରେ ଲଗାଇ ଦିଅନ୍ତୁ।

ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ନବରାତ୍ରି ସମୟରେ ଦକ୍ଷିଣାବର୍ତ୍ତି ଶଙ୍ଖ ଘରକୁ ଆଣିବା ଉଚିତ। ଏହାଦ୍ବାରା ଘରୁ ଦୁଃଖକଷ୍ଟ ଓ ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ। ନବରାତ୍ରିରେ ସାତ ଗୋଟି କଉଡ଼ି ଆଣନ୍ତୁ। ସେଗୁଡିକୁ ହଳଦୀ ଲଗାଇ ଦେବୀଙ୍କ ଚଉକିରେ ରଖି ଦିଅନ୍ତୁ। ମାନ୍ୟତା ରହିଛି କି କଉଡ଼ି ମଧ୍ୟରେ ଧନ ଆକର୍ଷିତ କରିବାର ଶକ୍ତି ରହିଥାଏ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିବାର ଶକ୍ତି ମଧ୍ୟ ରହିଛି।

ଆପଣ ଏହି କଉଡ଼ିକୁ ପୂଜାର୍ଚ୍ଚନା କରି ଗୋଟେ ଲାଲ କପଡ଼ାରେ ବାନ୍ଧି ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କୁ କେବେବି ଅର୍ଥ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ। ନବରାତ୍ରି ସମୟରେ ଘରର ସାମ୍ନାରେ କଦଳୀ ଗଛ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ରହିଛି କି ଘର ସାମ୍ନାରେ କଦଳୀ ଗାଗ୍ୟ ଲଗାଇଲେ ଘରକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ମାଆ ଦୁର୍ଗା ନାଶ କରି ଦେଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *