Excuse Me Odisha

ଯାହା କହିବୁ ସତ କହିବୁ

କିଛି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି ସନିଦେବଙ୍କ ସାଢେ଼ ସାତୀ, ଏହି ମାସରେ ଶନି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। କରନ୍ତୁ କିଛି ବିଶେଷ ଉପାୟ।

ସେୟାର୍ କରନ୍ତୁ

୨୦୨୩ ରେ ଶନି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। କିଛି ରାଶିର ଲୋକଙ୍କ ଉପରୁ ଶନିଦେବଙ୍କର ସାଢେ଼ ସାତୀର ପ୍ରଭାବ ସମାପ୍ତ ହେବାକୁ ଯାଉଛି। ଆଉକିଛି ଲୋକଙ୍କ ଉପରେ ଶନିଙ୍କ ସାଢ଼େସାତୀର ପ୍ରଭାବ ପଡ଼ିବାକୁ ଯାଉଛି। ଶନି ଗ୍ରହ ନିଜ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶନି ଗ୍ରହ ମକର ରାଶିରେ ପ୍ରବେଶ କରିବା ମାତ୍ରକେ ଧନୁ, ମକର, କୁମ୍ଭ ରାଶି ଉପରେ ସାଢେ଼ ସାତୀ ପ୍ରଭାବ ପଡ଼ିବ। ଏହାସହିତ ମିଥୁନ ଓ ତୁଳା ରାଶିର ଲୋକଙ୍କ ଉପରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ଲୋକେ ଏହି ସମୟରେ ଶନିଙ୍କ ମହାଦଶା ଓ ଅନ୍ତର୍ଦଶାରେ ପ୍ରଭାବିତ ରହିବେ।

ସମସ୍ତ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହ ଧୀର ଚଳନ କରିଥାନ୍ତି।ସେଥିପାଇଁ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ତେଣୁ ଶନି ଗ୍ରହର ରାଶି ପରିବର୍ତ୍ତନ ହେବା ପୂର୍ବରୁ ମହାଦଶାର ନିରାକରଣ ପାଇଁ ଉପାୟ କରିବା ଆବଶ୍ୟକ। ଯାହାଦ୍ଵାରା ଶନି ଗ୍ରହର ଖରାପ ପ୍ରଭାବ କମ୍ ହୋଇଯିବ। ଶନି ଗ୍ରହକୁ ସୌମ୍ୟ ବନେଇବା ପାଇଁ କରନ୍ତୁ ଏହି ଖାସ ବିଧି :-

ଅଶ୍ୱତ୍ଥ ଗଛର ପୂଜା କରନ୍ତୁ :-

ଶାସ୍ତ୍ର ଅନୁସାରେ ଶନିବାର ଦିନ ଅଶ୍ୱତ୍ଥ ଗଛର ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଶନିଦେବ ସେହି ବ୍ୟକ୍ତିଙ୍କୁ କେବେବି ହଇରାଣ କରନ୍ତି ନାହିଁ।ପୌରାଣିକ କଥା ଅନୁସାରେ ଭଗବାନ ଶନି ପିପ୍ଲାଦ ଋଷିଙ୍କୁ ବରଦାନ ଦେଇଥିଲେ କି, ଯେଉଁ ବ୍ୟକ୍ତି ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କରିବେ ତାଙ୍କ ଉପରେ କେବେବି ଶନି ଗ୍ରହର କୋପ ପଡ଼ିବ ନାହିଁ। ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ କଞ୍ଚା କ୍ଷୀର, ତିଳ, ଗୁଡ଼ ଅର୍ପଣ କରନ୍ତୁ। ଏହି ଉପାୟ ଲଗାତାର ୨୧ ଦିନ ପର୍ଯ୍ୟନ୍ତ କଲେ, ନିଶ୍ଚିତ ଭାବରେ ଶନି ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ମିଳିବ।

ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ :-

ଭଗବାନ ଶନିଙ୍କୁ ତାମସିକ ଭୋଜନ ପ୍ରିୟ ନୁହେଁ। ତେଣୁ ଶନି ଗ୍ରହର ରାଶି ପରିବର୍ତ୍ତନ ସମୟରେ ସାତ୍ୱିକ ଭୋଜନ ଗ୍ରହଣ କରନ୍ତୁ। ଏହାସହିତ ନିଶା ସେବନ, ମାଂସ ଆଦିର ସେବନ ଠାରୁ ଦୂରେଇ ରୁହନ୍ତୁ। ଶନିବାର ଦିନ ବାହାରକୁ ପ୍ରସ୍ଥାନ କରୁଥିବା ସମୟରେ ପାଟିରେ ଗୋଟେ ଲବଙ୍ଗ ପକାଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ଶନି ଗ୍ରହର କୋପ କମ୍ ପଡ଼ିବ।

ଦୁର୍ବଳ ଓ ଗରିବ ଲୋକଙ୍କୁ ପ୍ରତାରଣା ଦିଅନ୍ତୁ ନାହିଁ :-

ଦୁର୍ବଳ ଓ ଗରିବ ଲୋକଙ୍କ ଉପରେ ଭଗବାନ ଶନିଦେବ ତାଙ୍କର ବିଶେଷ କୃପା ଦୃଷ୍ଟି ରଖିଥାନ୍ତି। କେବେବି ଗରିବ ଓ ଅସହାୟ ଲୋକଙ୍କ ସହିତ ପ୍ରତାରଣା କରନ୍ତୁ ନାହିଁ। ଆପଣଙ୍କ କୁଣ୍ଡଳୀରେ ଶନି ଗ୍ରହର ଚଳନ ସମୟରେ ଅସହାୟ ଲୋକଙ୍କୁ ଭୋଜନ କରାଇବା ସହିତ ଦାନ ମଧ୍ୟ ଦିଅନ୍ତୁ। ଏହାଦ୍ବାରା ଭଗବାନ ଶନି ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ଶନିବାର। ଦିନାଏହି ବସ୍ତୁ କରନ୍ତୁ ଦାନ :-

ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଗ୍ରହ ସାଢେ଼ ସାତୀ ଚାଲିଛି, ତାହେଲେ ଆପଣ ଶନିବାର ଦିନ ଭଗବାନ ଶନିଙ୍କୁ ପୂଜାର୍ଚ୍ଚନା କରି ଗୁଡ଼ ଓ ଚଣା ଅର୍ପଣ କରନ୍ତୁ। ପ୍ରସାଦ ସ୍ୱରୂପ ଏହାକୁ ଆପଣ ନିଜେ ସେବନ ନକରି ଅନ୍ୟମାନଙ୍କ ମଧ୍ୟରେ ବଣ୍ଟନ କରି ଦିଅନ୍ତୁ। ଶନି ଗ୍ରହର ରାଶି ପରିବର୍ତ୍ତନ ସମୟରେ ଆପଣ କଳା କମ୍ବଳ, କଳା ତିଳ, କଳା ଜୋତା ଓ ପୋଷାକ ଆଦି ଦାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *