Excuse Me Odisha

ଯାହା କହିବୁ ସତ କହିବୁ

ଦେବୀ ଲକ୍ଷ୍ମୀ ସ୍ଵୟଂ କହିଛନ୍ତି ଏହି ଖାସ ଉପାୟ କଲେ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତି ସୁଖ ସୁବିଧାରେ ରହିବାକୁ ପସନ୍ଦ କରିଥାନ୍ତି। ଧନ ଉପାର୍ଜନ କରିବା ପାଇଁ କିଛି ଲୋକ କଠିନ ପରିଶ୍ରମ କରିଥାନ୍ତି। ଆଉକିଛି ଲୋକେ ଅନ୍ୟମାନଙ୍କୁ ଛଳ କପଟ କରି ଧନ ଉପାର୍ଜନ କରିବାର କାମନା କରିଥାନ୍ତି। ଆଉକିଛି ଲୋକେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାନ୍ତି, ଯାହାଫଳରେ ଏମାନଙ୍କ ପାଖରେ କେବେବି ଅର୍ଥ ତିଷ୍ଠି ପାରି ନଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଶୁଭ ଫଳ ପ୍ରାପ୍ତି କରି ପାରିବେ।

ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ପର୍ସରେ ଦେବୀ ଲକ୍ଷ୍ମୀଙ୍କର ବସିଥିବା ମୁଦ୍ରାରେ ଫଟୋ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାସହିତ ପର୍ସରେ ଅଶ୍ୱତ୍ଥ ଗଛର ପତ୍ର ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଆପଣଙ୍କ ପର୍ସରେ ଟଙ୍କାପଇସା ସର୍ବଦା ଭରି ରହିବ। ମାନ୍ୟତା ରହିଛି କି ଏହିସବୁ ଜିନିଷ ପର୍ସରେ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ପର୍ସରେ କେବେବି ତୀକ୍ଷ୍ଣ ବସ୍ତୁ ଯେପରି ଛୁରୀ, କଣ୍ଟା, ଲୁହା ଆଦି ରଖନ୍ତୁ ନାହିଁ। ନଚେତ ଏହାଦ୍ବାରା ଗ୍ରହ ଦୋଷ ଲାଗିଥାଏ।

ପର୍ସରେ ନିଜ ପିତାମାତା ଓ ବୃଦ୍ଧ ଲୋକଙ୍କର ଫଟୋ ରଖନ୍ତୁ। ଏହାଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପର୍ସରେ କଉଡ଼ି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କଉଡ଼ି ଧନ ବୃଦ୍ଧି ହେବାର କାରକ ହୋଇଥାଏ। ଆପଣ କଠିନ ପରିଶ୍ରମ କରୁଥିଲେ ମଧ୍ୟ ଆଶାନୁରୂପ ସଫଳତା ପାଉ ନଥିଲେ, ଶୁକ୍ରବାର ଦିନ କିଛି ବିଶେଷ ଉପାୟ କରନ୍ତୁ। ଉପାୟ ହେଉଛି କିଛି ଅଳେଇଚର ଦାନା ନିଅନ୍ତୁ ଏବଂ ପାଣିରେ ଏହାକୁ ଫୁଟାଇ ନିଅନ୍ତୁ। ତାପରେ ଏହାକୁ ସ୍ନାନ କରୁଥିବା ପାଣିରେ ପକାଇ ସ୍ନାନ କରନ୍ତୁ।

ଯଦି ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତାହେଲେ ଶୁକ୍ରବାର ଶିବ ଗୋଟେ ମିଶ୍ରି ଖଣ୍ଡ, ଅଳ୍ପ ଅଳେଇଚ ଦାନା ନେଇ ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ। ଏହାଦ୍ବାରା ଆପଣ ଶିକ୍ଷା କ୍ଷେତ୍ରରେ ପ୍ରଗତି କରିବେ ଏବଂ ଚାକିରି କ୍ଷେତ୍ରରେ ପଦୋନ୍ନତି ଲାଭ କରିବେ। ଯଦି ଆପଣ ଋଣ ଭାରରେ ବୁଡି ରହିଛନ୍ତି, ତାହେଲେ କ୍ଷୀରରେ ଅଳେଇଚ ମିଶାଇ ଫୁଟାଇ ରଖନ୍ତୁ। ଯେତେବେଳେ କୌଣସି ଅତିଥି ଆପଣଙ୍କ ଘରକୁ ଆସିବେ, ସେତେବେଳେ ତାଙ୍କୁ ଚାହା କରି ଦିଅନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣ ଋଣ ଭାରରୁ ମୁକ୍ତି ପାଇ ଯିବେ। ବାହାରକୁ କୌଣସି କାର୍ଯ୍ୟ ମାମଲା ନେଇ ଯିବା ସମୟରେ ହାତରେ ତିନୋଟି ଅଳେଇଚ ଧରି ଶ୍ରିଂ ଶ୍ରିଂ ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *