Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବାର ସାତଟି ସଂକେତ, ଯଦି ଆପଣଙ୍କ ସହିତ ହେଉଛି ତାହେଲେ ହୋଇ ଯାଆନ୍ତୁ ପ୍ରସନ୍ନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସମୟ ବହୁତ ବଳବାନ ଅଟେ। ସମୟ ଦରିଦ୍ରକୁ ଧନୀ ବନେଇ ଦେଇଥାଏ ଏବଂ ଧନୀକୁ ଦରିଦ୍ର ବନେଇ ଦେଇଥାଏ। ଯେଉଁ ବ୍ୟକ୍ତିର ଖରାପ ସମୟ ଚାଲିଥାଏ, ଚାରି ପଟରେ ନିରାଶା ଦେଖା ଦେଇଥାଏ ଏବଂ ବ୍ୟକ୍ତିକୁ ଖାଦ୍ୟ ମଧ୍ୟ ରୁଚି ନଥାଏ। ଯେତେବେଳେ ଆମ ଜୀବନରେ ଭଲ ବା ଖରାପ ସମୟ ଆସିଥାଏ, ସେତେବେଳେ ଆମକୁ କିଛି ନା କିଛି ସଂକେତ ମିଳିଥାଏ। କିନ୍ତୁ ବେଳେବେଳେ ଆମେ ଏହି ସଂକେତ ଗୁଡ଼ିକୁ ବୁଝି ପାରି ନଥାଉ। କାରଣ ଏହି ଜିନିଷ ଗୁଡିକରେ ଆମେ ବିଶେଷ କିଛି ଜାଣି ନଥାଉ।

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଭଲ ସମୟ ଆସିବାର ଥାଏ, ତାହେଲେ ଏଭଳି ସ୍ଥିତିରେ ପୂର୍ବରୁ କିଛି ସଂକେତ ମିଳିଥାଏ।ସେହିପରି ଖରାପ ସମୟ ଆସିବା ଦ୍ବାରା ଅନେକ ପ୍ରକାରର ଖରାପ ସମୟ ଆସିଥାଏ। ଯଦି ବ୍ୟକ୍ତି ଏହି ସମୟ ଗୁଡ଼ିକୁ ଧ୍ୟାନ ଦିଅନ୍ତି, ତାହେଲେ ବୁଝି ପାରନ୍ତି କି ଯେଉଁ ସମୟ ଭଲ ଓ କେଉଁ ସମୟ ଖରାପ। ଆଜି ଆମେ ଆପଣଙ୍କୁ ସେହି ସଂକେତ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗୁଡ଼ିକ ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶୁଭ ସମୟ ଆସିବାର ସଂକେତ :-

୧/ ଗୋମାତା :- ଯଦି ଆପଣଙ୍କ ଘରର ଦୁଆର ମୁହଁ ସାମ୍ନାରେ ପ୍ରତ୍ୟେକଦିନ ଗାଈ ଆସି ବସି ରହେ, ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଗମନ କରିବାକୁ ଯାଉଛି। ଗାଈ ଘରର ଦୁଆର ମୁହଁକୁ ଆସିଲେ, ଆପଣ ନିଶ୍ଚିତ ଭାବରେ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ।

୨/ ରାସ୍ତାରେ ମାଙ୍କଡ଼ ଦେଖିଲେ :-

ଯଦି ଆପଣ ରାସ୍ତାରେ କୌଣସି ସ୍ଥାନକୁ ଯିବା ସମୟରେ ଦହନ ପାର୍ଶ୍ଵରେ ମାଙ୍କଡ ଦେଖୁଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ସେହିପରି ସକାଳୁ ଉଠି ଯଦି ଆଇନ ପୂଜା ନଡ଼ିଆ ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି, ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

୩/ ବାଲକୋନୀରେ ଗୌରିଆ ପକ୍ଷୀ ଆସି ବସିବା :-

ଯଦି ଆପଣଙ୍କ ଘରର ବାଲକୋନୀରେ ଗୌରିଆ ପକ୍ଷୀ ବା ଅନ୍ୟ ଛୋଟ ପକ୍ଷୀ ଆସି ବସି ରହେ, ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସଂକେତର ଅର୍ଥ ହେଉଛି ଆପଣଙ୍କ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହେବାକୁ ଯାଉଛି।

୪/ ଘୋଡାର ଖୁରା ମିଳିବା:-

ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ଆପଣଙ୍କୁ ଗୋଡାର ଖୁରା ମିଳେ, ତାହେଲେ ଏହାକୁ ନିଜ ପାଖରେ ରଖି ଦିଅନ୍ତୁ। ଏହା ବହୁତ ଶୁଭ ହୋଇଥାଏ।

୫/ ପ୍ରଜାପତି :-

ସୁନ୍ଦର ପ୍ରଜାପତି ଶୁଭ ହେବାର ପ୍ରତୀକ ବୋଲି କୁହାଯାଏ। ଯଦି ଆପଣଙ୍କୁ ନିଜ ଆଖପାଖରେ ବାରମ୍ବାର ରଙ୍ଗବେରଙ୍ଗ ପ୍ରଜାପତି ଦେଖିବାକୁ ମିଳୁଛି, ତାହେଲେ ଏହା ଆପଣଙ୍କ ଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବାକୁ ଯାଉଛି।

୬/ ଅରଖ ଗଛ ଉଠିବା :-

ଯଦି ଆପଣଙ୍କ ଘର ସାମ୍ନାରେ ଅରଖ ଗଛ ଉଠିଛି, ତାହେଲେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଘର ଉପରେ ଈଶ୍ବରଙ୍କ ଆଶୀର୍ବାଦ ରହିଛି। ଶାସ୍ତ୍ରରେ ଅରଖ ଗଛକୁ ଶୁଭ ମାନା ଯାଇଛି।

୭/ହାତରେ ଜଳ ଧରିଥିବା ପାତ୍ର ଦେଖିବା :-

ଯଦି ଆପଣ ଘରୁ କୌଣସି କାର୍ଯ୍ୟ ମାମଲା ନେଇ ବାହାରିଛନ୍ତି ଏବଂ କୌଣସି ବ୍ୟକ୍ତିଙ୍କୁ ହାତରେ ଜଳ ଲୋଟା ଧରିଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ। ଆପଣ ଯେଉଁ କାର୍ଯ୍ୟ ପାଇଁ ଘରୁ ବାହାରିଛନ୍ତି, ତାହା ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *