Excuse Me Odisha

ଯାହା କହିବୁ ସତ କହିବୁ

ଏହି ପାଞ୍ଚଟି ଜିନିଷ ସ୍ୱପ୍ନରେ ଦେଖିଲେ, ବୁଝି ଯାଆନ୍ତୁ ଖୋଲିଯିବ ଆପଣଙ୍କ ଭାଗ୍ୟ। ଦେବୀ ଲକ୍ଷ୍ମୀଙ୍କର ବରଷିବ କୃପା

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ରାତିରେ ଆଖି ବନ୍ଦ ହେବା ପରେ ଅନେକ ସ୍ବପ୍ନ ଆସିଥାଏ। କିଛି ସ୍ବପ୍ନ ଅତ୍ୟନ୍ତ ସୁନ୍ଦର ହୋଇ ଥାଏ ତ ଆଉକିଛି ସ୍ବପ୍ନ ବହୁତ ଭୟଙ୍କର ହୋଇଥାଏ। କିଛି ସ୍ବପ୍ନ ମନେ ରହିଥାଏ, ତ ଆଉକିଛି ସ୍ବପ୍ନ ଆମେ ଭୁଲି ଯାଇ ଥାଉ। କିନ୍ତୁ ଆମ ସ୍ବପ୍ନ ସହିତ ଆମ ଜୀବନର ମଧ୍ୟ କିଛି ସମ୍ବନ୍ଧ ରହିଥିବ ବୋଲି, କେହି କେବେ ବିଚାର କରି ନଥାନ୍ତି।

ଶାସ୍ତ୍ର ଅନୁସାରେ କିଛି ଅଯଥା ସ୍ବପ୍ନକୁ ଛାଡ଼ି ଦେଲେ ଅନ୍ୟ ସ୍ବପ୍ନ ଗୁଡ଼ିକ ଭବିଷ୍ୟତ ବିଷୟରେ କିଛି ସଂକେତ ଦେଇଥାଏ। ଯଦି ଆପଣ ସ୍ୱପ୍ନରେ ମୂଷା ସହିତ କିଛି ଅନ୍ୟ ଜିନିଷ ଦେଖୁଛନ୍ତି, ତାହେଲେ ଆପଣ ବୁଝି ଯାଆନ୍ତୁ କି ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ସ୍ୱପ୍ନରେ ସୁନାର ଆଭୂଷଣ ଦେଖାଯିବା :-

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ସୁନାର ଅଭୂଷଣ ଗୁଡ଼ିକୁ ଦେଖା ଦେଇଥାଏ, ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଧନର ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବାକୁ ଯାଉଛନ୍ତି। ଏହା ଆପଣଙ୍କ ପରିବାର ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି।

ନୃତ୍ୟ କରୁଥିବା ମହିଳା ମାନଙ୍କୁ ଦେଖିବା :-

ସ୍ୱପ୍ନରେ ନୃତ୍ୟ କରୁଥିବା ମହିଳା ବା ଅନ୍ୟ କୌଣସି ମହିଳାଙ୍କୁ ଦେଖିବା ବହୁତ ଶୁଭ ସଙ୍କେତ ମନା ଯାଇଥାଏ। ଏହି ପ୍ରକାରର ସ୍ବପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଏହାସହିତ ଆପଣଙ୍କ ଘରର ଆର୍ଥିକ ସଙ୍କଟ ଦୂର ହେବାକୁ ଯାଇଛି।

ସ୍ୱପ୍ନରେ ମୂଷା ଦେଖିବା :-

ସ୍ୱପ୍ନରେ ମୂଷା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ମୂଷା ଭଗବାନ ଗଣେଶଙ୍କର ବାହନ ଅଟେ। ଏଭଳି ମାନ୍ୟତା ରହିଛି କି, ଯେଉଁ ବ୍ୟକ୍ତି ସ୍ୱପ୍ନରେ ମୂଷା ଦେଖନ୍ତି, ତାଙ୍କ ଘରକୁ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କର ଆଗମନ କରିଥାନ୍ତି। ଯାହାଦ୍ଵାରା ଘରର ଆର୍ଥିକ ପରିସ୍ଥିତି ସୁଦୃଢ଼ ହୋଇଥାଏ ଏବଂ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଥାଏ।

ସ୍ୱପ୍ନରେ ଲାଲ, ହଳଦିଆ ଓ ନାରଙ୍ଗୀ ରଙ୍ଗର ଫୁଲ ଦେଖା ଯିବା :-

ସ୍ବପ୍ନ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ଲାଲ, ହଳଦିଆ ବା ଅନ୍ୟ କୌଣସି ରଙ୍ଗ ଦେଖା ଦେଇଥାଏ, ମାନା ଯାଇଥାଏ କି ସେହି ସ୍ବପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଅଚାନକ ଧନଲାଭ ହେବାର ସଂକେତ ମିଳିଥାଏ। ଏହାସହିତ ଚାକିରି ଓ ବ୍ୟାପାର କ୍ଷେତ୍ରରେ ଅନେକ ଲାଭ ପ୍ରାପ୍ତ ହୋଇଥାଏ।

ସ୍ୱପ୍ନରେ ମହୁମାଛି ଦେଖା ଦେବା :-

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ମହୁମାଛି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହେବାକୁ ଯାଉଛି। ଏହାସହିତ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ନୂତନ ସ୍ରୋତ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *